ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ସାମାଜିକ ନ୍ୟାୟ ପାଇଁ ସମାଜବାଦି ପାର୍ଟି ସବୁବେଳେ ଚେଷ୍ଟିତ, ଗରିବ ଲୋକଙ୍କୁ ନ୍ୟାୟ ଦେବାକୁ ଅଖିଳେଶ ଯାଦବ କାମ କରିବେ

Published By : Prameya | April 16, 2025 2:08 PM

ଭୁବନେଶ୍ଵର, ୧୬/୦୪ : ଓଡ଼ିଶାରେ ଜନସାଧାରଣଙ୍କ ସମସ୍ୟା ବଢିଛି । ସାମାଜିକ ନ୍ୟାୟ ପାଇବାରୁ ସାଧାରଣ ଲୋକେ ବଞ୍ଚିତ ହେଉଛନ୍ତି । ସାମାଜିକ ନ୍ୟାୟ ପାଇଁ ସମାଜବାଦି ପାର୍ଟି ସବୁବେଳେ ଚେଷ୍ଟିତ। ଓଡ଼ିଶାରେ ଗରିବ ଲୋକଙ୍କୁ କେମିତି ନ୍ୟାୟ ମିଳିବ ସେଥିପାଇଁ ଅଖିଳେଶ ଯାଦବ କାମ କରିବେ। ଡବଲ ଇଞ୍ଜିନ ସରକାର ଓଡ଼ିଶାରେ କଣ କରୁଛି ତାହା ଦେଖିବାର ଅଛି । ପ୍ରେସମିଟ୍ କରି ଏପରି କହିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ।

ସୂଚନାନୁଯାୟୀ, ଅଖିଳେଶ ଯାଦବ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଓଡ଼ିଶା ଆସିଥିଲେ। ସେ ଭୁବନେଶ୍ୱର ଆସି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଭେଟିଥିଲେ। ବୁଧବାର ଅଖିଳେଶ ସିପିଆଇଏମ, ସିପିଆଇ ଓ ଆରଜେଡି ନେତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରେସମିଟ୍ କରି କହିଛନ୍ତି ଯେ, ଇଣ୍ଡିଆ ଗଠବନ୍ଧନକୁ ସୁଦୃଢ କରାଯିବ। ପୂର୍ବରୁ ଆମର କଂଗ୍ରେସ ସହ ଜାତି ଜନଗଣନାକୁ ନେଇ ଲଢେଇ ହେଉଥିଲା। ହେଲେ ଆଜି କଂଗ୍ରେସ ଜାତି ଜନଗଣନା ସପକ୍ଷରେ ରହିଛି। ଯାହା ଖୁସିର କଥା। ଆମେ ଗରିବ ଓ ଅସହାୟ ଲୋକଙ୍କୁ ନେଇ ଲଢ଼ିବୁ। ଆଜି ସମ୍ବିଧାନ ବିପଦରେ। ବି.ଆର ଆମ୍ବେଦକରଙ୍କ ସମ୍ବିଧାନକୁ ରକ୍ଷା କରିବାକୁ ଆମେ ଲଢ଼ିବୁ। ସେଥିପାଇଁ ସମାଜବାଦୀ ପାର୍ଟି କଂଗ୍ରେସ ସହ ରହିବ। ଆଜି ସବୁ ଆଞ୍ଚଳିକ ଦଳ ସମ୍ବିଧାନ ରକ୍ଷା କରିବାକୁ ପଣ କରିଛନ୍ତି। ସମସ୍ତେ ଏକ ହୋଇଛନ୍ତି। ସାମାଜିକ ନ୍ୟାୟ ପାଇଁ ଆମେ ଗରିବ ଓ ଆଦିବାସୀଙ୍କ ସହ ଅଛୁ। ଆଜି ଉତ୍ତରପ୍ରଦେଶ ଲୋକ ଆମକୁ ସମର୍ଥନ କରିଛନ୍ତି। ଓଡ଼ିଶାରେ ମଧ୍ୟ ଲୋକଙ୍କ ସମର୍ଥନ ଚାହୁଁଛୁ। ଏହା ପୂର୍ବରୁ ମୁଁ ନନ୍ଦନକାନନରେ ଏକ ବାଘ ମୃତ୍ୟୁ ବେଳେ ଭୁବନେଶ୍ୱର ଆସିଥିଲି। ଆଜି ଆସିଛି, ଖୁବ ଆନନ୍ଦିତ। ଓଡ଼ିଶାରେ ପଛୁଆ ଵର୍ଗକୁ ନ୍ୟାୟ ନାହିଁ। ସେମାନଙ୍କୁ କେମିତି ନ୍ୟାୟ ମିଳିବ ସେଥିପାଇଁ ଆମେ ମିଳିମିଶି କାମ କରିବା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.