ପ୍ରମୂଖ ଖବର
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ପଲସରରେ ଆସିଲେ ଦୁର୍ବୃତ୍ତ, ମହିଳାଙ୍କ ବେକରୁ ଲୁଟିନେଲେ ସୁନା ଚେନ୍

Published By : Prameya | April 15, 2025 6:24 PM

ଭୁବନେଶ୍ବର, ୧୫।୪ : ରାଜଧାନୀରେ ପୁଣି ପଲସର ଆତଙ୍କ।   ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ଲୁଟିନେଲେ ସୁନା ଚେନ । ଭୁବନେଶ୍ବର ଗଣ୍ଡମୁଣ୍ଡା ଛକରେ  ଘଟିଛି ଘଟଣା । ଲୁଟର ଶିକାର ହୋଇଛନ୍ତି ଗଣ୍ଡମୁଣ୍ଡାର ସରୋଜ ବାଳା ମିଶ୍ର ।

ହନୁମାନ ମନ୍ଦିରକୁ ପୁଜା କରିବାକୁ  ସରୋଜବାଳା ଯାଉଥିଲେ । ପଛରୁ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଲୁଟେରା ଆସି ମହିଳାଙ୍କ ବେକରୁ ଚେନ ଲୁଟ କରି ଫେରାର ହୋଇ ଯାଇଥିଲେ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିକଟରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.