ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ମା' କୋଳକୁ ଫେରିବ ଅପହୃତ ଶିଶୁପୁତ୍ର, ବାଲେଶ୍ଵରରୁ ଉଦ୍ଧାର କଲା ପୋଲିସ, ପିଲା ଚୋର ଗିରଫ

Published By : Rasmita Pradhan | April 15, 2025 11:07 AM

ଭୁବନେଶ୍ୱର, ୧୫/୦୪ : ରାଜଧାନୀରୁ ଅପହୃତ ଶିଶୁପୁତ୍ର ଉଦ୍ଧାର। ଦୀର୍ଘ ୩୬ ଘଣ୍ଟା ପରେ ବାଲେଶ୍ଵରରୁ ଉଦ୍ଧାର କଲା କମିଶନରେଟ୍ ପୋଲିସ। ପିଲା ଚୋରକୁ ଗିରଫ କରାଯାଇଛି। ଶିଶୁପୁତ୍ରକୁ ଏବେ ଭୁବନେଶ୍ଵର ଅଣାଯାଉଛି। ଅଙ୍ଗ ତସ୍କରୀ ପାଇଁ ଶିଶୁ ଚୋରି ହୋଇଥିବା ଜଣାପଡ଼ିଛି। ଛୁଆକୁ ରଖିଥିବା ଅଭିଯୋଗରେ ଖନ୍ତାପଡ଼ା ଥାନା ବୋଇତା ଗାଁର ଜେଲମ୍ ରାଣୀ ପଣ୍ଡା ନାମକ ଜଣେ ମହିଳା ଅଟକ ଅଛନ୍ତି। ଉକ୍ତ ମହିଳାଙ୍କ ନିଜ ଛୁଆ କିଡନୀ ରୋଗରେ ଆକ୍ରାନ୍ତ ହୋଇଛି। ତେଣୁ କିଡନୀ ପାଇଁ ଅପହରଣକାରୀକୁ ସୁପାରୀ ଦେଇଥିଲେ ମହିଳା। 

ସୂଚନାନୁଯାୟୀ, ସ୍ଵାମୀ ପରିତ୍ୟକ୍ତା ଦୃଷ୍ଟିବାଧିତ ଜୟନ୍ତୀ ମଲ୍ଲିକ ନୀଳାଦ୍ରିବିହାର କନ୍ୟାଶ୍ରମରେ ରହୁଥିଲେ । ତାଙ୍କର ଗୋଟିଏ ୭ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ ଅଛନ୍ତି । ସେ ଦୀର୍ଘ ୫ ବର୍ଷ ଧରି ରାମ ମନ୍ଦିର ସମ୍ମୁଖ ଫୁଟ୍‌ପାଥରେ ଭିକ୍ଷାବୃତ୍ତି କରି ଆସୁଛନ୍ତି । ରାତି ହେଲେ ଘରକୁ ପଳାନ୍ତି । ଶନିବାର ଅପରାହ୍ଣରେ ବର୍ଷା ହେବାରୁ ସେ ଆଉ ଘରକୁ ଫେରିପାରି ନଥିଲେ । ଦୁଇ ଛୁଆଙ୍କୁ ଧରି ରାମ ମନ୍ଦିର ସମ୍ମୁଖ ଫୁଟ୍‌ପାଥରେ ଶୋଇ ପଡ଼ିଥିଲେ । ରାତି ୧୨ଟାରୁ ୨ଟା ମଧ୍ୟରେ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚି ଜୟନ୍ତୀଙ୍କ ପୁଅ ସହିତ ଖେଳାଖେଳି କରିଥିଲେ । ଏହି ସମୟ ମଧ୍ୟରେ ଜୟନ୍ତୀଙ୍କ ଆଖି ଲାଗି ଯାଇଥିଲା । ରାତି ପ୍ରାୟ ୩ଟାରେ ସେ ଦେଖିବାବେଳକୁ ତାଙ୍କ ପୁଅ କୋଳରେ ନାହିଁ । ଶେଷରେ ଅନ୍ୟ ଉପାୟ ହୋଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଟେକ୍ନିକାଲ ଇଣ୍ଟେଲିଜେନ୍ସ ଟିମ୍‌ ଶିଶୁପୁତ୍ରକୁ ଖୋଜିବା ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ସେମାନେ ତଦନ୍ତ ଚଳାଇଥିଲେ। ସେପଟେ ଅପହର୍ତ୍ତା ଶିଶୁପୁତ୍ରକୁ ନେଇ ରାଜ୍ୟ ବାହାରକୁ ପଳାଇଥିବା ସନ୍ଦେହରେ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇଥିଲା। ଏହି ଅପହରଣ ପଛରେ ଜୟନ୍ତୀଙ୍କ ସ୍ୱାମୀଙ୍କର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି । ତାଙ୍କ ସ୍ୱାମୀଙ୍କୁ ପୁଲିସ ଖୋଜାଖୋଜି କରୁଥିଲେ ମଧ୍ୟ ପତ୍ତା ମିଳୁନି । କିଏ ଓ କାହିଁକି ଜଣେ ସ୍ୱାମୀ ପରିତ୍ୟକ୍ତା ଦୃଷ୍ଟିବାଧିତ ଭିକ୍ଷୁକ ମା’କୋଳରୁ ଦେଢ଼ବର୍ଷର ଶିଶୁପୁତ୍ରକୁ ଅପହରଣ କରିନେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ଏହି ଖବରଟିକୁ ପଢନ୍ତୁ-ରାଜଧାନୀରେ ଦୃଷ୍ଟିବାଧିତ ମା’କୋଳରୁ ଦେଢ଼ ବର୍ଷର ପୁଅ ଚୋର ଘଟଣା:ସିସିଟିଭି ଫୁଟେଜରୁ ୨ ଅପହର୍ତ୍ତାଙ୍କ ସଂପୃକ୍ତି ସ୍ପଷ୍ଟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.