ପ୍ରମୂଖ ଖବର
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଷଣ୍ଢା ଡ୍ୟାମ୍‌ରେ ବୁଲୁଛି ମହାବଳ: ଲୋକେ ଆତଙ୍କିତ, ବନବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି

ବାଣପୁର,୨୯/୦୯: ପ୍ରାୟ ଏକ ମାସ ହେବ ବାଲୁଗାଁ ଓ ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ବାଣପୁର ବ୍ଲକର ବରବରା ଓ ଶୂଳିଆ ଜଙ୍ଗଲରେ ଗୋଟିଏ ମହାବଳ ବାଘ ଘୂରି ବୁଲୁଛି ।  ଗତ ୨୧ତାରିଖରେ ବାଘଟି ସଲପଡ଼ିହ ଗ୍ରାମର ଏକ ଷଣ୍ଢକୁ ମାରି ଖାଇଦେଇଥିଲା । ବାଘକୁ କେହି ଦେଖି ନଥିଲେ ମଧ୍ୟ ପାଦ ଚିହ୍ନରୁ ମହାବଳ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଥିଲା ।  ତେବେ ପୁଣି ଉକ୍ତ ବାଘଟି ଶୂଳିଆ ଜଙ୍ଗଲରୁ ଆସି  ଗମ୍ଭାରୀମୁଣ୍ଡା ନିକଟସ୍ଥ ଷଣ୍ଢା ଡ୍ୟାମ ଅଞ୍ଚଳରେ ବୁଲୁଥିବାର  ପାଦ ଚିହ୍ନରୁ ଜଣାପଡିଛି  । ବାଲୁଗାଁ ବନାଞ୍ଚଳ ପଦ୍ମପୁର  ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ୍ୟାମ ନିକଟରେ ଥିବା ପ୍ରଦୀପ  ସାମନ୍ତସିଂହାରଙ୍କ ଫାର୍ମ ହାଉସର ପୋଖରୀ ରାସ୍ତାରେ  ବାଘର ପାଦଚିହ୍ନ ପଡ଼ିଥିବାର ଖବର ପାଇ ବନବିଭାଗ  ଅଧିକାରୀମାନେ ଅନୁସନ୍ଧାନ କରିବା ସହ ସ୍ପଷ୍ଟ କରିଛନ୍ତି ।  ତେବେ ଜଙ୍ଗଲରେ ମହାବଳ ବାଘ ବୁଲୁଥିବାର ଖବର  ପ୍ରଘଟ ହେବାରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏବେ  ଆତଙ୍କିତ ହୋଇପଡ଼ିଛନ୍ତି । ଜଙ୍ଗଲ ନିକଟସ୍ଥ ଚାଷ ଜମିକୁ  ଯିବାକୁ ଚାଷୀମାନେ ଭୟ କରୁଛନ୍ତି  ।  

ସ୍ଥାନୀୟ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ସ୍ପଷ୍ଟ  ହେବା ପରେ ବନ ବିଭାଗ ପକ୍ଷରୁ ଟ୍ରାକ ଏବଂ ଡ୍ରୋନ୍‌  କ୍ୟାମେରା ଦ୍ୱାରା ବାଘର ଗତିବିଧିକୁ ଅନୁଧ୍ୟାନ କରାଯାଉଛି ।  ବିଭାଗୀୟ ଅଧିକାରୀମାନେ ଜଙ୍ଗଳ ମଧ୍ୟରେ ଫୁଟ ପାଟ୍ରୋଲିଂ  ଚଳାଇଥିଲେ ମଧ୍ୟ ବାଘକୁ ଠାବ କରି ପାରିନାହାନ୍ତି । ଶୂଳିଆ  ଜଙ୍ଗଲର ଡ୍ରୋନ୍‌ ଓ ଟ୍ରାକ୍‌ କ୍ୟାମେରା ହେଉ କି ବରବରା  ଜଙ୍ଗଲରେ ଲାଗିଥିବା ଟ୍ରାକ୍‌ କ୍ୟାମେରାରେ ଏପର୍ଯ୍ୟନ୍ତ ବାଘର ଛବି ଆସିନାହିଁ । ଇତିମଧ୍ୟରେ ଏକ ସପ୍ତାହ ବିତି  ଯାଇଥିଲେ ମଧ୍ୟ ବାଘର ଗତିବିଧି କିମ୍ବା ବାଘକୁ ଠାବ  କରିବାରେ ବନ ବିଭାଗ ଏକ ପ୍ରକାର ବିଫଳ ହୋଇଛି ।  ବାଘକୁ ଶୀଘ୍ର ଧରି ନନ୍ଦନକାନନ ନେଇଯିବା ପାଇଁ ଦାବି  କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ବାଘ ଜଙ୍ଗଲରେ  ବୁଲୁଛି, ଲୋକ କିଛି ଭୟଭୀତ ହେବାର ଆବଶ୍ୟକତା  ନାହିଁ । ପାଦ ଚିହ୍ନ ଦେଖିବାପରେ ବାଲୁଗାଁ ବନାଞ୍ଚଳର  ଧୂଆଁନଳୀ ସେକ୍ସନ, ପଦ୍ମପୁର ସେକ୍ସନ ଓ ବାଲୁଗାଁ  ଅଞ୍ଚଳରେ ୩ଟି ଦଳ ଫୁଟ ପାଟ୍ରୋଲିଂ କରୁଛନ୍ତି । ବାଘ  ରଣପୁର ରାଇପଡା କିମ୍ବା ପଦ୍ମପୁର ଜଙ୍ଗଲକୁ ଯାଇପାରେ  ବୋଲି ବାଘର ଗତିବିଧିକୁ ଅନୁଧ୍ୟାନ କରି ସୂଚନା ଦେଇଛନ୍ତି  ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ କୁମାର ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.