ପ୍ରମୂଖ ଖବର
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

୨ୟ ସର୍ବାଧିକ ଆୟ କରିଥିବା ଫିଲ୍ମର ଟାଇଟଲ୍‌ ହାତେଇଲା ‘ଦେବରା’, ପ୍ରଥମ ଦିନରେ ୧୪୫ କୋଟି କଲେକ୍ସନ୍‌

ମୁମ୍ବାଇ ୨୯/୦୯: ଗତ ଶୁକ୍ରବାର ବଡ଼ ପରଦାରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା: ଭାଗ-୧’ । ପ୍ରଥମ ଦିନ ଏହା ସବୁ ଭାଷାରେ ୮୨.୫ କୋଟି କଲେକ୍ସନ୍‌ କରିଛି । ଏହା ଜରିଆରେ ବକ୍ସ ଅଫିସ୍‌ରେ ଏ ବର୍ଷର ୨ୟ ସର୍ବାଧିକ ଆୟ କରିଥିବା ଫିଲ୍ମର ଟାଇଟଲ୍‌ ହାତେଇଛି । ଏହା କେବଳ ଏ ବର୍ଷର ଇଣ୍ଡିଆନ୍‌ ଓପନର୍‌ ତାଲିକାର ଶୀର୍ଷରେ ଥିବା ‘କଲ୍‌କି ୨୮୯୮ ଏଡି’ର ପଛରେ ଅଛି । ପ୍ରଭାସ ଷ୍ଟାରର୍‌ ‘କଲ୍‌କି’ ପ୍ରଥମ ଦିନ ବିଶ୍ୱ ବକ୍ସ ଅଫିସ୍‌ରେ ୧୭୭ କୋଟି ଏବଂ ଭାରତରେ ନେଟ୍‌ ୧୧୪ କୋଟି କଲେକ୍ସନ୍‌ କରିଥିଲା । ‘ଆର୍‌ଆର୍‌ଆର୍‌’, ‘ବାହୁବଲୀ-୨’, ‘କଲ୍‌କି ୨୮୯୮ ଏଡି’, ‘ସାଲାର: ଭାଗ-୧’ ଓ ‘କେଜିଏଫ୍‌: ଭାଗ ୨’ ପରେ ରିଲିଜ୍‌ର ପ୍ରଥମ ଦିନ ‘ଦେବରା’ ଭାରତର ୬ଷ୍ଠ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି ।

ଗତ ୬ ବର୍ଷରେ ପ୍ରଥମ ଥର ବଡ଼ ପରଦାରେ ଏକାକୀ ନାଟକର ମୁଖ୍ୟ ନାୟକ ଭାବେ ନଜର ଆସିଛନ୍ତି ଏନ୍‌ଟିଆର୍‌ । ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଶ୍ୱ ବକ୍ସ ଅଫିସ୍‌ରେ ସଫଳ ହେବା ପରେ ଏହା ତାଙ୍କର ୨ୟ ଫିଲ୍ମ । ୨ୟ ଦିନ ସନ୍ଧ୍ୟା ସୁଦ୍ଧା ଫିଲ୍ମଟି ୨୪.୫୪ କୋଟି କଲେକ୍ସନ୍‌ କରିଥିଲା । ଏଥିସହିତ ଏହାର ମୋଟ୍‌ କଲେକ୍ସନ୍‌ ୧୦୭.୦୪ କୋଟି ଟପିଛି । ପ୍ରଥମ ଦିନ ଫିଲ୍ମର ତେଲୁଗୁ ସଂସ୍କରଣ ୭୩.୨୫ କୋଟି ବ୍ୟବସାୟ କରିଥିଲା । ହିନ୍ଦୀରେ ୭.୫ କୋଟି ଏବଂ କନ୍ନଡ଼ ଓ ମାଲାୟାଲମ୍‌ରେ ଯଥାକ୍ରମେ ୩୫ ଲକ୍ଷ ଓ ୪୦ ଲକ୍ଷ କଲେକ୍ସନ୍‌ କରିଥିଲା ।

ଭାରତରେ ପ୍ରଥମ ଦିନ ଫିଲ୍ମର ନେଟ୍‌ କଲେକ୍ସନ୍‌ ୮୨.୫ କୋଟି ହୋଇଥିବାବେଳେ ମୋଟ୍‌ କଲେକ୍ସନ୍‌ ୯୮ କୋଟି ଟପିଥିଲା । ଫିଲ୍ମଟି ବିଦେଶରେ ପ୍ରଥମ ଦିନ ୪୭ କୋଟି ଆୟ କରିଥିଲା । ଏଥିସହିତ ବିଶ୍ୱସ୍ତରରେ ପ୍ରଥମ ଦିନ ଏହାର ମୋଟ୍‌ କଲେକ୍ସନ୍‌ ୧୪୫ କୋଟି ଟପିଥିଲା । କୋରତଲା ଶିବଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍‌-ଡ୍ରାମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜୁନିୟର ଏନ୍‌ଟିଆର୍‌, ଜାହ୍ନବୀ କପୁର । ଖଳନାୟକ ଭୈରବ ଭୂମିକାରେ ନଜର ଆସିଛନ୍ତି ସୈଫ ଅଲି ଖାନ୍‌ ।

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.