ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଆଜି ‘ଝିଅଟା ବଦଳିଗଲା’ର ଟେଲିଭିଜନ୍‌ ପ୍ରିମିୟର, ସନ୍ଧ୍ୟାରେ ଦେଖିପାରିବେ ଦର୍ଶକ

ଭୁବନେଶ୍ୱର,୨୯/୦୯: ଝିଅଟିଏ ତା’ ଜନ୍ମରୁ ମୃତ୍ୟୁଯାଏ ଅନ୍ୟମାନଙ୍କ ଇଚ୍ଛାରେ ନିଜକୁ ବଦଳାଉଥାଏ । ତା’ ଚାଲିଚଳଣ, ଆଚାର ବ୍ୟବହାର ସବୁ ସମୟକ୍ରମେ ବଦଳେ ଅନ୍ୟମାନଙ୍କ ଚାପରେ । ବାହା ହେବା ପରେ ନିଜ ଠିକଣା ବି । ଶାଶୂଘରର ରୁଚି ଅନୁସାରେ ବଦଳେଇବାକୁ ପଡ଼େ  ତା’ ରୁଚି, ସୌକ୍‌, ଏମିତିକି ପିନ୍ଧୁଥିବା  ଲୁଗାପଟା । ସ୍ୱାମୀର  ମୃତ୍ୟୁ ପରେ ବିଧବା ହେଇଗଲେ ଧଳାଲୁଗା  ପିନ୍ଧି ସେ ହୁଏ ରଙ୍ଗହୀନ। ଅନ୍ୟର ଚାପରେ  ସବୁବେଳେ ଝିଅଙ୍କ ରୁଚି, ମନ, ଇଚ୍ଛା ଓ ଭବିଷ୍ୟତ  ବି ବଦଳିଯାଇପାରେ ଅଥଚ କେହି ସେ ବଦଳିବାକୁ ଗୁରୁତ୍ୱର ସହ ଲକ୍ଷ୍ୟ କରିପାରନ୍ତି ନାହିଁ । କିନ୍ତୁ ଝିଏଟିଏ ଯଦି ନିଜ ଇଚ୍ଛାରେ କେବେ ବଦଳିବାକୁ  ଚେଷ୍ଟା କରେ ଲୋକେ କହନ୍ତି-ଝିଅଟି ବଦଳିଗଲା । ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଝିଅ ସ୍ୱାବଲମ୍ବୀ ହେବା ପାଇଁ କିପରି ନିଜକୁ ବଦଳାଇପାରେ ତା’ର  ନମୁନା ‘ଝିଅଟି ବଦଳିଗଲା’ ଯାହାକି ତରଙ୍ଗ ଟିଭିରେ ପ୍ରସାରିତ ହେବାକୁ ଯାଉଛି ଏଇ ରବିବାର ।

ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ଏହି ଟେଲି ସିନେମାର ୱାର୍ଲ୍ଡ ଟେଲିଭିଜନ୍‌ ପ୍ରିମିୟର୍‌  ଅନୁଷ୍ଠିତ ହେବ । ଚନ୍ଦନ କୁମାରଙ୍କ କାହାଣୀ ଓ ଭରଦ୍ୱାଜ ପଣ୍ଡାଙ୍କ ସଂଳାପରେ ସଜା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ  ପତି । ଦେବ୍‌, ହିମାଗ୍ନି, ଲିକୁନ୍‌, ଜୀବନ  ପଣ୍ଡା, ତ୍ରିଭୁବନ, ଅଳକା, ଅନନ୍ୟା, ନୀର  ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଗୀତିକାର ନିର୍ମଳ ନାୟକଙ୍କ ଗୀତକୁ ପ୍ରଶାନ୍ତ  ପାଢ଼ୀ ସ୍ୱର ଦେଇଥିବାବେଳେ କଣ୍ଠଦାନ  କରିଛନ୍ତି ସ୍ୱସ୍ତିକ୍‌ ପାଢ଼ୀ, ଅସୀମା ପଣ୍ଡା, ସତ୍ୟଜିତ୍‌ ପ୍ରଧାନ ଓ ଅନ୍ତରା ଚକ୍ରବର୍ତ୍ତୀ ।  କୋରିଓଗ୍ରାଫି କରିଛନ୍ତି ଲୁବୁନ୍‌-ଟୁବୁନ୍‌ । ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଅଜୟ ରାଉତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.