ପ୍ରମୂଖ ଖବର
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ

ପୁରୀ, ୨୯/୦୯: ରାୟଗଡ଼ା ଫରେଷ୍ଟ୍‌ ଡିଭିଜନ ଦ୍ୱାରା ପରିଚାଳିତ ଭବାନୀପାଟଣାର ଜାରିଂ  ହାଇଟେକ୍‌ ନର୍ସରୀ  ରିସର୍ଚ୍ଚ ସେଣ୍ଟରରେ କାମ କରୁଥିବା ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ପରେ ପତ୍ନୀ ଏବେ ବିଚଳିତ । ତାଙ୍କ ଦୁଃଖ ପୁଲିସ କି ବନ ବିଭାଗ ଅଧିକାରୀ  କାହାକୁ ଦେଖାଯାଉନି । ଘଟଣାକୁ ମିଳିମିଶି ଚାପି ଦେଉଛନ୍ତି । ଏଭଳି ବିଚଳିତ ଅବସ୍ଥାରେ ୨୭ ତାରିଖ ଦିନ ପୁରୀରେ ସ୍ୱାମୀଙ୍କ ଶୁଦ୍ଧି କର୍ମ  ବେଳେ ସେ ବୁଡ଼ିଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । 

ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାରୁ  ୧ଟା ସମୟ । ମୃତ ଫରେଷ୍ଟର୍‌ଙ୍କ ପତ୍ନୀ ୨ଟି  ସନ୍ତାନଙ୍କ ସମେତ ପରିବାର ଓ ସମ୍ପର୍କୀୟମାନେ ବାଲିସାହିସ୍ଥିତ ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଦଶାହ କାର୍ଯ୍ୟ କରୁଥିଲେ। ଦଶତୁଠ କର୍ମ ଚାଲିଥିବାବେଳେ କୂଳରେ ବସି କାନ୍ଦୁଥିଲେ ତାଙ୍କ ପତ୍ନୀ । ଅତ୍ୟନ୍ତ ବିଚଳିତ  ଥିଲେ ସେ । ପାଖରେ ଅନ୍ୟ ୨ଟି ଦଶାହ କର୍ମ ଚାଲିଥିଲା ।  କିଛି ସମୟ ପରେ ପତ୍ନୀ ପୋଖରୀ ଭିତରକୁ ଯାଇଥିଲେ ।  କିନ୍ତୁ ବାହାରକୁ ଆସି ନଥିଲେ । ସେ ବୁଡ଼ି ଯାଉଥିବା ଦେଖି  କୂଳରେ ଥିବା ତାଙ୍କ ନଣନ୍ଦ ପାଣି ଭିତରକୁ ଡେଇଁଥିଲେ ।  କିନ୍ତୁ ସେ ତାଙ୍କୁ ଉଦ୍ଧାର କରିପାରିନଥିଲେ । ଉଭୟ ପାଣିରେ  ବୁଡ଼ି ଯାଉଥିବାବେଳେ ସେଠାରେ ଉପସ୍ଥିତ ଥିବା ଶିବଶଙ୍କର  ନାମକ ବ୍ରାହ୍ମଣ ଓ ଶୁଦ୍ଧି କ୍ରିୟାରେ ସହଯୋଗ କରୁଥିବା ନାପିତ  ରବି ବାରିକ ଏବଂ ବାଲିସାହିର ୨ ଜଣ ବ୍ୟକ୍ତି ପାଣିକୁ ଡେଇଁ  ଉଭୟଙ୍କୁ ଉଦ୍ଧାର କରିଥିଲେ ।  

ମହିଳାଙ୍କୁ କୂଳକୁ ଅଣାଯାଇଥିଲେ ମଧ୍ୟ ତାଙ୍କ ଆଖିରୁ ଲୁହ  ବନ୍ଦ ହେଉ ନଥିଲା । ସେ କେବଳ କୋହ ଭରା କଣ୍ଠରେ କହି  ଚାଲିଥିଲେ ନିଜ ଦୁଃଖ । ବାରମ୍ବାର କହୁଥିଲେ, ମୋର ବଞ୍ଚି  ଲାଭ କ’ଣ? ମୋତେ କାହିଁକି ବଞ୍ଚାଉଛ? ଫରେଷ୍ଟର୍‌ଙ୍କ ପତ୍ନୀଙ୍କୁ  ସମସ୍ତେ ସମବେଦନା ଜଣାଇବା ସହ ବୁଝାସୁଝା କରିଥିଲେ ।  ପରିବାର ଓ ସମ୍ପର୍କୀୟମାନେ ୨ ସନ୍ତାନଙ୍କ ଭବିଷ୍ୟତ ପାଇଁ ତାଙ୍କୁ  ସାହାସ ଧରିବାକୁ ପଡ଼ିବ ବୋଲି ସମସ୍ତେ ସାନ୍ତ୍ୱନା ଦେଇଥିଲେ ।  ଦଶାହ କର୍ମ ସାରିବା ପରେ ପରିବାର ରାୟଗଡ଼ା ଫେରିଯାଇଥିଲେ ।  

ଉଲ୍ଳେଖଯୋଗ୍ୟ, ଫରେଷ୍ଟର ସଞ୍ଜୟ ନାୟକ (୩୩  ବର୍ଷ) ଗତ ୧୮ ତାରିଖରେ ଆତ୍ମହତ୍ୟା କରିଥିଲେ । ସେ  ସୁଇସାଇଡ ନୋଟରେ କାର୍ଯ୍ୟକ୍ଷେତ୍ରରେ କିପରି କମିଶନ  ନେବାକୁ ଡିଏଫ୍‌ଓ ଓ ଆକାଉଣ୍ଟସ ବିଭାଗ ତାଙ୍କ ଉପରେ  ଚାପ ପକାଉଥିଲେ ତାହା ଉଲ୍ଲେଖ କରିଥିଲେ । ଏପରିକି  ଦାବି ମୁତାବଳ କମିଶନ ଦେଇ ନପାରିବାରୁ ତାଙ୍କୁ ବଲାଙ୍ଗିର  ବଦଳି କରି ଦିଆଯାଇଥିଲା । ସଞ୍ଜୟଙ୍କ ଭାଇ ରବିନାରାୟଣ  ନାୟକ ସୁଇସାଇଡ୍‌ ନୋଟ୍‌ ଆଧାରରେ ଥାନାରେ ଲିଖିତ  ଅଭିଯୋଗ କରିଥିଲେ । ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ ମଧ୍ୟ  ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତର୍ଜମା କରି ଅତି ଶୀଘ୍ର  ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସଞ୍ଜୟଙ୍କ ପତ୍ନୀ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ  ଏ ନେଇ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ସଞ୍ଜୟଙ୍କ  ଘରକୁ ଯାଇ ପରିବାରକୁ ଭେଟିବା ସହ ଘଟଣାର ତଦନ୍ତ  ହେବ ବୋଲି କହିଥିଲେ । କିନ୍ତୁ ୧୦ ଦିନ ମଧ୍ୟରେ ନା  ପୁଲିସ ନା ବନ ବିଭାଗ କେହି ଘଟଣାର ତଦନ୍ତ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.