ଭୁବନେଶ୍ବର,୦୭/୦୨: ଅଧିକ ଅର୍ଥ ଉପାର୍ଜନ ଲୋଭରେ ପାଇଁ ବାରବାଟୀ ମ୍ୟାଚ୍ର ଟିକେଟ୍ କଳା ବଜାରି କରୁଥିଲେ ଦୁର୍ବୃତ୍ତ । ୭ ଜଣଙ୍କୁ ଗିରଫ କଲା ଦରଘା ବଜାର ଥାନା ପୋଲିସ । ସେମାନଙ୍କ ପାଖରୁ ୨୫ଟି ଟିକେଟ୍ ସହ ୩୦ ହଜାର ଟଙ୍କା, ମୋବାଇଲ ଏବଂ ଗାଡ଼ି ମଧ୍ୟ ଜବତ କରାଯାଇଛି । କଟକ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଇଂଲଣ୍ଡର ଦିନିକିଆ ମ୍ୟାଚ୍ । ସମଗ୍ର ଓଡିଶାବାସୀ ବିଶେଷ କରି କ୍ରୀଡ଼ାପ୍ରେମୀ ମାନେ ଅତି ଉତ୍କଣ୍ଠାର ସହ ସେହି ଦିନକୁ ଅପେକ୍ଷା କରି ରହିଛନ୍ତି । ଅନେକ ଲୋକ ଟିକେଟ୍ ଟିଏ ପାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେମାନଙ୍କର ଫାଇଦା ଉଠାଉଛନ୍ତି ଦଲାଲ । ଏହି ଦଲାଲ ମାନେ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଲାଇନ୍ରେ ଲଗାଇ ଟିକେଟ୍ କିଣୁଛନ୍ତି ଏବଂ ବଜାରରେ ୧୧୦୦ ଟଙ୍କାର ଟିକେଟ୍କୁ ପାଖାପାଖି ୭ ହଜାର ଟଙ୍କାରେ ବ୍ଲାକ୍ କରୁଛନ୍ତି ।ଏନେଇ ପୋଲିସକୁ ସୁରାକ ମିଳିବା ପରେ ବିଭିନ୍ନ ସ୍ଥାନରେ ଅଚାନକ ଚଢାଉ କରିଥିଲା ଦରଘା ବଜାର ଥାନା ପୋଲିସ । ଚଢାଉ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ୨୫ଟି ଟିକେଟ୍ ସହ ୩୦ ହଜାର ଟଙ୍କା, ମୋବାଇଲ ଏବଂ ଗାଡ଼ି ମଧ୍ୟ ଜବତ କରାଯାଇଛି ।