ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆମେରିକା-ଚୀନର ଟ୍ରେଡ୍ ୱାର ମଧ୍ୟରେ ଚୀନର ପସନ୍ଦ ପାଲଟିଛନ୍ତି ଟ୍ରମ୍ପଙ୍କ ଏହି ଯୁବ ସେକ୍ରେଟାରୀ, କାରଣ କଣ ଜାଣନ୍ତୁ

Published By : Prameya | March 13, 2025 4:57 PM

ନୂଆଦିଲ୍ଲୀ – ପରସ୍ପର ଉପରେ ଟାରିଫ୍ ହମଲା ପରେ ଆମେରିକା ଓ ଚୀନ୍‌ରେ ଆରମ୍ଭ ହୋଇ ଯାଇଛି ଟ୍ରେଡ୍‌ ୱାର୍। ବ୍ୟବସାୟିକ ବିବାଦ ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସ୍‌ ସଚିବ କ୍ୟାରୋଲିନ୍ ଲେଭିଟ୍‌ ଚୀନରେ ଅନଲାଇନ୍‌ ଷ୍ଟାର ହୋଇ ଯାଇଛନ୍ତି। ଏହା ପଛର ଅନେକ କାରଣ ମଧ୍ୟରେ କିଛି ତାଙ୍କର ସୌନ୍ଦର୍ଯ୍ୟ ଓ ସୁନ୍ଦର କେଶ ରହିଛି। ତାଙ୍କର ହ୍ୱାଇଟ୍‌ ହାଉସ୍‌ରେ ସାମ୍ୱାଦିକଙ୍କ ସହ ଯୁକ୍ତିତର୍କର ଭାଇରାଲ ଭିଡ଼ିଓ ଚୀନ୍‌ରେ ଖୁବ୍ ଚର୍ଚ୍ଚା ପାଲଟିଛି।

୨୭ ବର୍ଷିୟ କ୍ୟାରୋଲିନ୍ ଆମେରିକାର ସବୁଠୁ କମ୍‌ ବୟସର ହ୍ୱାଇଟ୍‌ ହାଉସ୍‌ ପ୍ରେସ୍ ସଚିବ ଅଛନ୍ତି। ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛନ୍ତି। ଆମେରିକୀୟ ସାମ୍ୱାଦିକଙ୍କୁ ଦୃଢ ଜବାବ ଦେବାର କ୍ୟାରୋଲିନଙ୍କ ଭିଡ଼ିଓ ଚାଇନା ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ବ୍ୟାପିବାରେ ଲାଗିଛି।

ଚୀନରେ କାହିଁକି ହେଉଛି ଚର୍ଚ୍ଚା –

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ ମୁତାବିକ , ଚାଇନା ସୋସିଆଲ ମିଡ଼ିଆ ୟୁଜର୍ସଙ୍କ କହିବାନୁସାରେ, ଲେଭିଟ୍‌ଙ୍କ ସୌନ୍ଦର୍ଯ୍ୟ , ଆତ୍ମବିଶ୍ୱାସ ଓ କାର୍ଯ୍ୟସ୍ଥଳରେ ଦୃଢ ଭାବେ ନିଜର ମତ ରଖିବାର ଉପାୟ ତାଙ୍କୁ ପ୍ରେରିତ କରୁଛି। ଶାନଡୋଙ୍ଗ ପ୍ରାନ୍ତର ଏକ ସୋସିଆଲ ମିଡ଼ିଆ ୟୁଜର ଝାଙ୍ଗ ଜିୟେୟି ଲେଖିଛନ୍ତି , ସେ ବାସ୍ତବରେ ସୁନ୍ଦର , ଆକର୍ଷଣୀୟ କେଶ ଓ ଖୁବ୍‌ ପ୍ରଭାବଶାଳୀ ବକ୍ତା। ଅନ୍ୟ ଜଣେ ୟୁଜର ଷ୍ଟିଭନ ଟିଆନ କହିଛନ୍ତି ,ସେ ସ୍ମାର୍ଟ, ଦୃଢ ଓ ସୁନ୍ଦରତାରେ ପୂର୍ଣ୍ଣ। ଆମକୁ କାର୍ଯ୍ୟସ୍ଥଳରେ ତାଙ୍କ ଠାରୁ ଶିଖିବା ଉଚିତ୍‌ ଯେ, କେମିତି ଆତ୍ମବିଶ୍ୱାସରେ ନିଜର କଥା ରଖିବାକୁ ହୁଏ। 

ମହିଳାଙ୍କ ପାଇଁ ପ୍ରେରଣା-

ଅନେକ ଲୋକଙ୍କ ମତରେ କ୍ୟାରୋଲିନ୍ ଚୀନ୍‌ରେ ଆଧୁନିକ ଓ ସ୍ୱତନ୍ତ୍ର ମହିଳାଙ୍କ ନୂଆ ଛବିକୁ ଦର୍ଶାଇ ଥାଏ। ପରମ୍ପରାଗତ ଭାବେ ଚୀନ୍‌ରେ ମହିଳାଙ୍କୁ ପରିବାରର ଦେଖାଶୁଣା କରିବାର ଭୂମିକାରେ ଦେଖାଯାଉ ଥିଲା , କିନ୍ତୁ ଏବେ ଶିକ୍ଷା ଓ ଆର୍ଥିକ ସ୍ୱାଧୀନତାର ବଢୁଥିବା ସୁଯୋଗର କାରଣରୁ ମହିଳାମାନେ ନିଜର କ୍ୟାରିୟର ଉପରେ ମଧ୍ୟ ଧ୍ୟାନ ଦେଉଛନ୍ତି। 

କ୍ୟାରୋଲିନ୍‌ଙ୍କ ରାଜନୀତିକ ଯାତ୍ରା-

କ୍ୟାରୋଲିନ ଲେଭିଟ୍‌ ନ୍ୟୁ ହାମ୍ପଶାୟରର ଏକ ଛୋଟ ସହରରେ ରୁହନ୍ତି ଏବଂ ତାଙ୍କ ପରିବାରରେ ପ୍ରଥମ ସଦସ୍ୟ। ସେ ଗ୍ରାଜୁଏସନ କରିଛନ୍ତି। ୨୦୨୦ରେ ଟ୍ରମ୍ପଙ୍କ ପୂର୍ବବର୍ତ୍ତୀ ସରକାରରେ ସେ ସହାୟକ ପ୍ରେସ୍‌ ସଚିବ ଭାବେ କାମ କରିଛନ୍ତି। ୨୦୨୧ରେ ଆମେରିକୀୟ ସାଂସଦ ଏଲିସ୍‌ ଷ୍ଟେଫାନିକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଛନ୍ତି। ୨୦୨୨ରେ କଂଗ୍ରେସ ନିର୍ବଚନରେ ଭାଗ ନେଇଥିଲା ,କିନ୍ତୁ ହାରି ଯାଇ ଥିଲା। ୨୦୨୪ରେ ସେ ପୁଣି ଥରେ ଟ୍ରମ୍ପ ପ୍ରଶାସନର ପ୍ରେସ ସଚିବ ହୋଇ ଥିଲେ। ଲେଭିଟ୍ ୩୨ ବର୍ଷ ବଡ଼ ରିୟଲ ଏଷ୍ଟେଟ୍‌ ଡେଭଲପର ନିକୋଲସ୍‌ ରିକିୟୋଙ୍କୁ ବିବାହ କରିଛନ୍ତି ଏବଂ ନିକଟରେ ସେ ମାଆ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.