ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ୟୁକ୍ରେନ ସହ ଯୁଦ୍ଧ ବିରତି ପାଇଁ ରାଜି ପୁଟିନ୍, ରଖିଛନ୍ତି କିଛି ସର୍ତ୍ତ

Published By : Ankita S | March 14, 2025 9:39 AM

ନୂଆଦିଲ୍ଲୀ,୧୪/୦୩: ୩ ବର୍ଷରୁ ଅଧିକ ଦିନ ଧରି ଲାଗି ରହିଥିବା ଋଷ-ୟୁକ୍ରେନ୍ ଯୁଦ୍ଧରେ ବିରାମ ଲାଗିବାକୁ ଯାଉଛି । ୟୁକ୍ରେନ ସହ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଯୁଦ୍ଧ ବିରତି ନେଇ ରାଜି ହୋଇଥିବା ସଂଙ୍କେତ ଦେଇଛନ୍ତି ପୁଟିନ୍ । ଏହା ସହିତ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।

ଆମେରିକା ଚାପ ପରେ ରାଜି ୟୁକ୍ରେନ-ଋଷ : ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଆମେରିକା ନେତୃତ୍ବରେ ଦୁଇ ଥର ବୈଠକ ହୋଇଥିଲା । ସାଉଦି ଆରବରେ ଅନୁଷ୍ଠିତ ପ୍ରଥମ ବୈଠକରେ ଆମେରିକା ଏବଂ ଋଷ ପ୍ରତିନିଧିମାନେ ଆଲୋଚନା କରିବା ପରେ ଆମେରିକା ପ୍ରତିନିଧିମାନେ ୟୁକ୍ରେନ ସହ ଆଲୋଚନା କରିଥିଲେ । ବୈଠକରେ ଆମେରିକା ଦେଇଥିବା ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିଥିଲା ବେଳେ ୩୦ ଦିନିଆ ଯୁଦ୍ଧ ବିରତି ପାଇଁ ରାଷ୍ଟ୍ରପତି ଜେଲେନସ୍କି ରାଜି ହୋଇଥିଲେ । ଏହା ପରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିବା ସହ ଶାନ୍ତି ଦିଗରେ ବାଟ ଖୋଲିବା ନେଇ  ଆଶା ସୃଷ୍ଟି ହୋଇଥିଲା । ଆମେରିକାର ଚାପ ପରେ ଦୁଇ ଦେଶ ଯୁଦ୍ଧରେ ବିରାମ ଦେବାକୁ ରାଜି ହେବା ନେଇ ସଙ୍କେତ ଦେଇଛନ୍ତି ।

ପୁଟିନଙ୍କ ସର୍ତ୍ତ- ଯୁଦ୍ଧ ବିରାମ ନେଇ ରାଜି ହେବା ନେଇ ସଙ୍କେତ ଦେଇଛନ୍ତି ପୁଟିନ୍ । ସେ କହିଛନ୍ତି, ଏହା ଦୀର୍ଘକାଳୀନ ଶାନ୍ତି ହେବା ଉଚିତ୍ । ଯୁଦ୍ଧର ମୂଳ କାରଣଗୁଡିକୁ ସମାଧାନ କରାଯିବା ଆବଶ୍ୟକ । କିଛି ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବ । ଆମେ ଯୁଦ୍ଧ ରୋକିବା ପ୍ରସ୍ତାବରେ ସହମତ । ଯୁଦ୍ଧି ବିରତି ସ୍ଥାୟୀ ଶାନ୍ତି ଆଣିବ । ଆମେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ।

ଅଧିକ ପଢନ୍ତୁ...ୟୁକ୍ରେନ ସେନାକୁ ସାମୟିକ ଆଶ୍ବସ୍ତି ଦେବ ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବ, ଟ୍ରମ୍ପ କହିଲେ ମୁଁ ଶାନ୍ତି ଚାହୁଁଛି...

କଣ କହିଥିଲେ ଟ୍ରମ୍ପ ?

- ଏମିତି ପଦକ୍ଷେପ ଯାହା ଅର୍ଥନୀତିରେ ନକରାତ୍ମକ ପ୍ରଭାବ ପକାଇବ ।

-ଏହା ଋଷ ପାଇଁ ଘାତକ ହେବ ।

- ଏମିତି ଚାହୁଁଛି କାରଣ ମୋ ଲକ୍ଷ୍ୟ ଶାନ୍ତି ଆଣିବା ।

- ପ୍ରସ୍ତାବ ନମାନିଲେ ପରିଣାମ ଭୟଙ୍କର ହେବ ।

-ଯୁଦ୍ଧ ଜାରି ରଖିଲେ ପରିଣାମ ଭଲ ହେବ ନାହିଁ । ଋଷକୁ ଆର୍ଥିକ କ୍ଷତି ଭୋଗିବାକୁ ପଡିପାରେ ।

-ପୁଟିନଙ୍କୁ ଚେତବାନୀ ଦେଇଥିଲେ ଟ୍ରମ୍ପ ।

ମୋଦିଙ୍କୁ ଧନ୍ୟବାଦ ଦେଲେ ପୁଟିନ୍- ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଜହ ଇନାସିୟୋ ଲୁଲା ଦା ସିଲଭାଙ୍କୁ ଧନ୍ୟବାଦ ଦେଇଛନ୍ତି । ସେମାନେ ଋଷ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିବାକୁ ପ୍ରୟାସ କରୁଥିଲେ । ସେମାନଙ୍କ ପ୍ରତି ମୁଁ କୃତଜ୍ଞ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.