ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପରିତ୍ୟକ୍ତ ଗୁମ୍ଫା ପାଲଟିଛି ବିଳାସବହୁଳ ହୋଟେଲ, ଭୂଗର୍ଭସ୍ଥ ଗୁମ୍ଫା ଭିତରକୁ ଛୁଟୁଛି ପର୍ଯ୍ୟଟକକଙ୍କ ସୁଅ

Published By : Prameya | March 14, 2025 4:12 PM

ନୂଆଦିଲ୍ଲୀ, ୧୪।୩: ଆଖି ପାହିଲା ଯାଏ କିଛି ବି ଦିଶୁନି । ଯୁଆଡ଼େ ଚାହିଁବ ଚାରିଆଡ଼େ ଖାଲି କିଟ୍ କିଟ୍ ଅନ୍ଧାର । ଏ ତ ଥିଲା ଗୁମ୍ଫା ବାହାରର ଦୃଶ୍ୟ । କିନ୍ତୁ, ଭୂଗର୍ଭର ୧୩୦୦ ଫୁଟ୍‌ ଗଭୀରକୁ ଗଲେ ଗୁମ୍ଫା ଭିତରର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା । ଯାହାକି ଆପଣ କେବେ କଳ୍ପନା ବି କରିନଥିବେ । ଏହି ଭୂଗର୍ଭସ୍ଥ ଗୁମ୍ଫା ଭିତରେ ସମୟ ଅତିବାହିତ କରିବାକୁ ଛୁଟୁଛି ପର୍ଯ୍ୟଟକକଙ୍କ ସୁଅ । ପ୍ରକୃତରେ ଏହି ଗୁମ୍ଫା ୨୨୫ ବର୍ଷ ପୁରୁଣା ଏକ ଖଣି, ଯାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା । କିନ୍ତୁ, ଏବେ ପରିତ୍ୟକ୍ତ ଗୁମ୍ଫା ବିଳାସବହୁଳ ହୋଟେଲପାଲଟିଛି  । ଯାହାର ନାଁ ରହିଛି ‘ଡିପ୍‌ ସ୍ଲିପ୍‌’ । ସ୍ୱିଡେନର ଏକ  ଛୋଟ ସହରରେ ଏହି ହୋଟେଲ ଅବସ୍ଥିତ । ଏହା  ବିଶ୍ୱର ଗଭୀରତମ ହୋଟେଲ୍‌ ଭାବେ ପର୍ଯ୍ୟଟକମାନଙ୍କୁ  ଆକୃଷ୍ଟ କରୁଛି । ସ୍ଲୋଡେନିଆ ପାର୍ବତ୍ୟମାଳାର ଗୋଟିଏ ଗୁମ୍ଫା ଭିତରେ ନିର୍ମିତ ଏହି ହୋଟେଲ୍‌ ୧,୩୦୦ଫୁଟ୍‌  ଗଭୀରରେ ଅବସ୍ଥିତ । ଏତେ ଗଭୀରରେ ବି କୌଣସି  ହୋଟେଲ ଥାଇପାରେ ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହୁଏ ନାହିଁ । 

ହୋଟେଲଟି ଏକ ପୁରୁଣା ଖଣି ଭିତରେ ତିଆରି ହୋଇଛି, ଯାହା ଏକ ସମୟରେ ରୂପା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ପାଇଁ ବିଖ୍ୟାତ ଥିଲା । ପରବର୍ତ୍ତୀ ସମୟରେ ଏହି ଖଣିଟି ଏକ ପର୍ଯ୍ୟଟନ ଆକର୍ଷଣରେ ରୂପାନ୍ତରିତ ହେଲା । ହୋଟେଲ ଭିତରେ ପହଞ୍ଚିବା ପାଇଁ ରହିଛି ବିଶେଷ ଆୟୋଜନ । ଅତିଥିମାନଙ୍କୁ ଗୁମ୍ଫାର ପଥର ଉପରେ ପାଦ ରଖି ସାମାନ୍ୟ ତଳକୁ ଓହ୍ଲାଇବାକୁ ହୋଇଥାଏ । ତାହାପରେ ‘ଜିପଲାଇନ୍‌’ରେ ବାନ୍ଧି ସେମାନଙ୍କୁ ହୋଟେଲରେ ପହଞ୍ଚାଇ ଦିଆଯାଏ । ହୋଟେଲ୍‌ ଭିତରେ ରହିଛି ଚାରିଟି କ୍ୟାବିନ୍‌ । କ୍ୟାବିନ୍‌ଗୁଡି଼କରେ ଗୋଟିଏ ରାତି ରହିବା ପାଇଁ ଦେବାକୁ ପଡ଼ିବ ୩୭୫ ୟୁରୋ ଅର୍ଥାତ୍ ୩୪ ହଜାର ଟଙ୍କା । କେବିନ୍‌ ପାଖାପାଖି ହୋଟେଲ ମଧ୍ୟରେ ରହିଛି ଗୋଟିଏ ବିଳାସବହୁଳ କକ୍ଷ । ପ୍ରାଚୀନ ଖଣି  ଭିତରେ ସୁଡ଼ଙ୍ଗପଥରରେ ଏହି କକ୍ଷ ତିଆରି କରାଯାଇଛି । ଏହି ବିଶେଷ ଘରେ ଗୋଟିଏ ରାତି ରହିବା ପାଇଁ ଖର୍ଚ୍ଚ ହୁଏ ୫୭୫ ୟୁରୋ ଅର୍ଥାତ୍ ୫୨ ହଜାର  ଟଙ୍କା । ହୋଟେଲର ଘରଗୁଡି଼କ ପଥର ଖୋଦେଇ କରି ତିଆରି ହୋଇଛି ଏବଂ ଆଧୁନିକ ସୁବିଧାରେ ସୁସଜ୍ଜିତ ହୋଇଛି । ହୋଟେଲର ଘରଗୁଡି଼କ ନଏଜ୍ ପ୍ରୁଫ୍ ଅର୍ଥାତ୍, ଏହାକୁ ଏମିତି ଭାବେ ତିଆରି କରାଯାଇଛି ଯେ, ବାହାରୁ କୌଣସି ଶବ୍ଦ ଏହା ମଧ୍ୟକୁ ପ୍ରବେଶ କରିବ ନାହିଁ । ହୋଟେଲ୍‌ଟି ସଂପୂର୍ଣ୍ଣ ପ୍ରାକୃତିକ ଏବଂ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖି ବିଦ୍ୟୁତ ଏବଂ ୱାଇଫାଇ ଭଳି ସମସ୍ତ ଆଧୁନିକ ସୁବିଧା ରହିଛି । 

ହୋଟେଲ ଭିତରେ ଗୋଟିଏ ରେସ୍ତୋରାଁ ମଧ୍ୟ ରହିଛି, ଯେଉଁଠାରେ ଅତିଥିମାନଙ୍କୁ ପରଷାଯାଏ ସୁସ୍ୱାଦୁ ସ୍ୱିଡିଶ୍‌ ଡିସ୍ । କିନ୍ତୁ, ସେଠାରେ ରୋଷେଇ କରିବାର ସୁବିଧା ନାହିଁ । ବ୍ରେକଫାଷ୍ଟଠୁ ଆରମ୍ଭ କରି ସ୍ନାକ୍ସ ପର୍ଯ୍ୟନ୍ତ ସବୁ ଖାଦ୍ୟ ଏହି ହୋଟେଲରେ ଉପଲବ୍ଧ । ତେବେ ଏହି ହୋଟେଲଟି ଅତିଥିମାନଙ୍କ ସବୁ ସମୟରେ ଖୋଲା ନଥାଏ । ସପ୍ତାହରେ ଗୋଟିଏ ଦିନ ଖୋଲା ରହେ ଏହି ହୋଟେଲ । ପ୍ରତି ସପ୍ତାହରେ ଶନିବାର ରାତିରେ ଅତିଥିମାନଙ୍କ ପାଇଁ ହୋଟେଲର ଦ୍ୱାର ଖୋଲାଯାଏ । ରବିବାର ସକାଳେ ଅତିଥିମାନେ ସକାଳ ଜଳଖିଆ ସାରି ହୋଟେଲରୁ ବାହାରି ଆସନ୍ତି । ପ୍ରତିବର୍ଷ ଏହି ହୋଟେଲକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.