ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ମହାଶିବରାତ୍ରିରେ ସୃଷ୍ଟି ହେଉଛି ଏହି ବିରଳ ସଂଯୋଗ, ୫ ରାଶିର ଖୋଲିଯିବ ଭାଗ୍ୟ...

Published By : Harapriya Sethi | February 13, 2025 12:51 PM

ନୂଆଦିଲ୍ଲୀ,୧୩/୦୨: ପାଖେଇ ଆସୁଛି ମାହାଶିବରାତ୍ରି । ଭୋଳାବାବାଙ୍କ ଭକ୍ତଗଣ ଅତି ବ୍ୟାକୁଳତାର ସହ ସେହି ଦିନକୁ ଅପେକ୍ଷା କରି ରହିଛନ୍ତି । ଏହି ଦିନ ସ୍ୱଚ୍ଛ ମନରେ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ । ମହାଶିବରାତ୍ରିର ପବିତ୍ର ଦିବସରେ ଶିବଲିଙ୍ଗରେ ଜଳ ଚଢାଇବା ଦ୍ୱାରା ଜୀବନର ଅଧା ଦୁଃଖ ସମାପ୍ତ ହୋଇଥାଏ । ତାଙ୍କ ଦ୍ୱାରରୁ କେବେବି କେହି ଖାଲି ହାତରେ ଫେରନ୍ତି ନାହିଁ । ସ୍ୱଚ୍ଛ ମନରେ ଇଶ୍ୱରଙ୍କ ନିକଟରେ ସମର୍ପିତ ହୋଇ ତାଙ୍କୁ ପୂଜା କରିଲେ, ସେ ନିଶ୍ଚୟ ଆପଣଙ୍କ ମନୋସ୍କାମନା ପୂରଣ କରିବେ । ଚଳିତ ବର୍ଷ ଫେବୃୟାରୀ ୨୬ ତାରିଖରେ ପଡ଼ୁଛି ପବିତ୍ର ମହାଶିବରାତ୍ରି । ଏହି ମହାଶିବରାତ୍ରିରେ ବିଶେଷ ଗ୍ରହମାନଙ୍କର ସଂଯୋଗ ଏବଂ ଭଗବାନ ଶିବଙ୍କ କୃପା ମାନବ ସମାଜକୁ ମିଳିବ । ହେଲେ ଏହି ଦିନ କିଛି ରାଶିର ଭାଗ୍ୟରେ ଉନ୍ନତି ହେବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ମହାଶିବରାତ୍ରିରେ କେଉଁ କେଉଁ ରାଶିର ଭାଗ୍ୟ ସୁଧୁରି ଯିବ ।

ମହାଶିବରାତ୍ରିର ଶୁଭ ସଂଯୋଗ- 

ଜ୍ୟୋତିର୍ବିଦ୍‌ମାନଙ୍କ ଗଣନା ଅନୁଯାୟୀ, ଫେବୃୟାରୀ ୨୬ ତାରିଖ ଅର୍ଥାତ ମହାଶିବରାତ୍ରିରେ ଶ୍ରବଣ ନକ୍ଷତ୍ରର ସଂଯୋଗ ହେବାକୁ ଯାଉଛି । ଏହି ସଂଯୋଗ ସକାଳ ସମୟରୁ ଆରମ୍ଭ କରି ସନ୍ଧ୍ୟା ୫ଟା ୦୮ ଯାଏଁ ରହିବ । ଏହା ବ୍ୟତୀତ, ସେହି ଦିନ ବୁଧ, ଶନି ଏବଂ ସୂର୍ଯ୍ୟ ଏକ ସମୟରେ କୁମ୍ଭ ରାଶିରେ ବିରାଜମାନ ହେବେ । ଏହି କାରଣରୁ ମହାଶିବରାତ୍ରିରେ ବୁଧାଦିତ୍ୟ ଯୋଗ ଏବଂ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ। ଏହି ଯୋଗ କାରଣରୁ, କିଛି ରାଶିର ବ୍ୟକ୍ତିଙ୍କ ଜୀବନ ଅତି ଶୀଘ୍ର ସୁଧୁରି ଯିବ। 

ମେଷ ରାଶି- 

ପବିତ୍ର ମହାଶିବରାତ୍ରିରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ଆସିପାରେ । ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା, ଏହି ରାଶିର ଲୋକମାନେ ମାନସିକ ଶାନ୍ତି ପାଇବେ ଏବଂ ସେମାନଙ୍କ କ୍ୟାରିୟରରେ ନୂତନ ସୁଯୋଗ ପାଇବେ। ପୂର୍ବରୁ କାମରେ ଆସୁଥିବା ପ୍ରତିବନ୍ଧକଗୁଡ଼ିକ ଏହି ସମୟରେ ଦୂର ହେବ । ଏହି ଦିନ, ବିଶେଷ କରି ମହାଦେବଙ୍କ ପୂଜା, ରୁଦ୍ରାଭିଷେକ କିମ୍ବା ଓମ୍ ନମଃ ଶିବାୟ ମନ୍ତ୍ରର ଜପ କରିବା ଦ୍ୱାରା ଜୀବନରେ ସକାରାତ୍ମକ ଶକ୍ତି ଆସିବ ।

ମିଥୁନ ରାଶି- 

ମହାଶିବରାତ୍ରିର ପବିତ୍ର ଦିନ ମିଥୁନ ରାଶିର ଲୋକଙ୍କ ପାଇଁ ଭଲ ସମୟ ଆଣିବ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କର ମାନସିକ ଚାପ କମିଯିବ । ଯାହା ଫଳରେ ଆପଣ ନିଜର କାମରେ ଅଧିକ ଧ୍ୟାନ ଦେଇପାରିବେ । ଏକ ନୂତନ ଯୋଜନା ଆରମ୍ଭ କରିବା ପାଇଁ ଏହି ସମୟ ଉପଯୁକ୍ତ ହେବ। ଆପଣ ନିଜର କଠିନ ପରିଶ୍ରମ ଦ୍ୱାରା ଭଲ ଫଳ ପାଇବେ। ଏହି ଦିନ ମହାଦେବଙ୍କ ଆରାଧନା କରି ଶିବ ମନ୍ତ୍ର ଜପ କରନ୍ତୁ ।

ସିଂହ ରାଶି- 

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରିର ପବିତ୍ର ଦିନ ଅତ୍ୟନ୍ତ ଶୁଭ । ଏହି ଦିନ ଭୋଳା ବାବାଙ୍କୁ ପୂଜା କରିବା ସହ ରୁଦ୍ରାଭିଷେକ କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହେବ । ଯଦି ଆପଣ ବ୍ୟବସାୟ କରୁଛନ୍ତି, ତେବେ ଏହି ସମୟରେ ଆପଣ ସଫଳତା ପାଇ ପାରିବେ । କେବଳ ସେତିକି ନୁହେଁ, କୌଣସି ପୁରୁଣା ସତ୍ରୁ ଆପଣଙ୍କୁ ସାହାଯ୍ୟ କରିବେ । ଏହି ଦିନ ଆପଣ ସ୍ୱଚ୍ଛ ମନରେ ଭଗବାନ ଶିବଙ୍କ ଆରାଧନା କରିବା ଦ୍ୱାରା ନିଶ୍ଚୟ ସୁଫଳ ମିଳିବ ।

ତୁଳା ରାଶି- 

ମହାଶିବରାତ୍ରିରେ ତୁଳା ରାଶିର ଲୋକଙ୍କ ପାଇଁ ବିଶେଷ ସଂଯୋଗ ସୃଷ୍ଟି ହେଉଛି । ଏହି ଦିନ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ବାଧାବିଘ୍ନ ଦୂର ହେବ । ଏହା ଆପଣଙ୍କ ପାଇଁ ବ୍ୟବସାୟିକ ସଫଳତା, ପାରିବାରିକ ଜୀବନରେ ଉନ୍ନତି ଏବଂ ମାନସିକ ଶାନ୍ତି ହାସଲ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ସମୟରେ ଆପଣ ଅଧିକ ଦକ୍ଷତା ସହ କାମରେ ସଫଳତା ହାସଲ କରିପାରିବେ। ଏହି ଦିନ ମହାଦେବଙ୍କୁ ସ୍ମରଣ କରି ତାଙ୍କ ନାମ ଉଚ୍ଚାରଣ କରିଲେ ଜୀବନରେ ସୁଖ ସମୃଦ୍ଧି ବଜାୟ ରହିବ ।

କୁମ୍ଭ ରାଶି- 

କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ । ଏହି ଦିନ ସ୍ୱଚ୍ଛ ମନରେ ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ । ଏହି ସମୟରେ ଆପଣ ନିଜ କାମରେ ସଫଳତା ହାସଲ କରିବେ ଏବଂ ଆର୍ଥିକ ଲାଭ ମଧ୍ୟ ପାଇବେ । ବିଗତ ଦିନରେ କରିଥିବା କଠିନ ପରିଶ୍ରମର ଫଳ ଆପଣଙ୍କୁ ଶୀଘ୍ର ମିଳିବ ଏବଂ ଆପଣ ନିଜର ସମସ୍ତ ସ୍ୱପ୍ନ ସାକାର କରିପାରିବେ । ମହାଶିବରାତ୍ରିରେ ଭୋଳା ବାବାଙ୍କୁ ସ୍ୱଚ୍ଛ ମନରେ ପୂଜାର୍ଚ୍ଚନା କରନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ଅନେକ ଦୁଃଖ କଷ୍ଟର ଅନ୍ତ ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.