ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍

ଉଦଳା,୦୪/୧୦: ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶିଲା ଦୁର୍ବୃତ୍ତ । ସିସିଟିଭି ଉପରେ ନଜର ପଡିବାରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘର ଭିତରେ ପଶି ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ । କପ୍ତିପଦା ଥାନା ଗଡ଼ସାହି ଗ୍ରାମର ନାରାୟଣ ଦାସବାବୁଙ୍କ ଘରୁ ଏହି ଲୁଟ୍‌ ହୋଇଛି ।

ସୂଚନା ମୁତାବକ, ଗଡ଼ସାହି ଗ୍ରାମର ନାରାୟଣ ଦାସବାବୁ ସେପ୍ଟେମ୍ବର ୨୮ ତାରିଖରେ ଆଖି ଅପରେସନ କରିବା ପାଇଁ ଭୁବନେଶ୍ବର ଯାଇଥିଲେ । ଅକ୍ଟୋବର ୩ ତାରିଖ ଅର୍ଥାତ ଗୁରୁବାର ଘରେ ପହଞ୍ଚିବା ପରେ ଘର ଗେଟ ତାଲା ଭଙ୍ଗି ଲୁଟ୍ ହୋଇଥିବାର ଜାଣିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ କପ୍ତିପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି ।  

ଲୁଟେରା ଘର ଭିତରକୁ ପଶିବା ପୂର୍ବରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘରେ ପଶି ଲୁଟ କରିଥିଲା । ଘର ଭିତର ଆଲମୀରା ଭାଙ୍ଗି ୨୦ ହଜାରରୁ ଉର୍ଦ୍ଧ ଟଙ୍କା ସହିତ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛି ଦୁର୍ବୃତ୍ତ । ତେବେ ଏହି ଲୁଟ୍‌ରେ କେତେ ଜଣ ଲୁଟେରା ସାମିଲ ରହିଛନ୍ତି ତାହାର ତଦନ୍ତ କରୁଛି ପୋଲିସ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.