ବାଙ୍ଗିରିପୋଷି,୧୯/୧୨: ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ନୂତନ ଠିକାଦାର ସଂଘ ତରଫରୁ ଠିକାଦାର ସଂଘର ସଭାପତି ସୁଗୁଦା ମୁର୍ମୁଙ୍କ ଆହ୍ୱାନରେ ଏକ ବୈଠକ ସହ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୁଢାବଳଙ୍ଗ ନଦୀ କୂଳ ଡେରା ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘ ତରଫରୁ ବହୁ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନିଆ ଯାଇଥିଲା।
ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଉନ୍ନତ ମାନର କରିବା ପାଇଁ ପରାମର୍ଶ ଦେଇଛନ୍ତି ଠିକାଦାର ସଂଘର ସଭାପତି ସୁଗୁଦା ମୁର୍ମୁ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ସ୍ଥିତ ସମସ୍ତ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ବିକାଶ ପାଇଁ ଉଦ୍ୟମ କରାଯିବା ସହ ତିନୋଟି ବ୍ଲକର ସାଧାରଣ ଜନତା ଓ ଗରିବ ଲୋକଙ୍କ ସେବା ପାଇଁ ମାଗଣାରେ ସ୍ୱର୍ଗରଥ ଉପଲବ୍ଧ କରାଯିବ ଏବଂ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଚିହ୍ନଟ କରି ମାଗଣା କମ୍ବଳ ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନିଆ ଯାଇଥିଲା । ଉକ୍ତ ବୈଠକରେ ବହୁ ଠିକାଦାର ନୂତନ ସଦସ୍ୟ ଭାବେ ସାମିଲ ହୋଇଥିଲେ।