ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ

Published By : Harapriya Sethi | December 27, 2024 11:44 AM

ଉଦଳା,୨୭/୧୨: ଉଦଳାରେ ମାତିଲେ ଲୁଟେରା । ବିଳମ୍ୱିତ ରାତିରେ ୪ ମନ୍ଦିରରୁ କରିଲେ ଚୋରି । କପ୍ତିପଦା ବଜାରରେ ଥିବା ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଚଣ୍ଡୀ ମନ୍ଦିରରେ ପଶି ଠାକୁରଙ୍କ ମୁକୁଟ, ନଥ, ଚିତ୍ତା ସହିତ ଅନ୍ୟ ପୂଜା ସାମଗ୍ରୀ ଏବଂ ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅଞ୍ଚଳର ୪ଟି ମନ୍ଦିରରେ ଏଭଳି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, କପ୍ତିପଦା ବଜାରରେ ଥିବା ଲକ୍ଷ୍ମୀ ମନ୍ଦିର, ପାର୍ବତୀ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଚଣ୍ଡୀ ମନ୍ଦିରରେ ଗୁରୁବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତ ମାନେ ପଶିଥିଲେ । ଦୁର୍ବୃତ୍ତମାନେ ମନ୍ଦିର ମୁଖ୍ୟ ଗେଟ୍‌ ତାଲା ଭାଙ୍ଗି ଭିତରେ ପଶି ଠାକୁରଙ୍କ ମୁକୁଟ, ନଥ, ଚିତ୍ତା ସହିତ ଅନ୍ୟ ପୂଜା ସାମଗ୍ରୀ ଲୁଟି ନେଇଥିଲେ । ଏହା ସହିତ ସମସ୍ତ ମନ୍ଦିରର ହୁଣ୍ଡି ବାକ୍ସ ଭାଙ୍ଗି ଦାନ ଅର୍ଥ ମଧ୍ୟ ଦୁବୃତ୍ତମାନେ ଲୁଟି ନେଇଥିଲେ । ଏକକାଳୀନ ୪ଟି ମନ୍ଦିରରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ସକାଳୁ ପୂଜା କରିବାକୁ ଆସିଥିବା ପୂଜକ ମନ୍ଦିରରୁ ଲୁଟ୍‌ ହୋଇଥିବା ଜାଣି ଅନ୍ୟ ପୂଜକ ମାନଙ୍କୁ ଜଣାଇଥିଲେ । ଏହାକୁ ନେଇ ସମସ୍ତ ମନ୍ଦିର କମିଟି ପକ୍ଷରୁ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଉକ୍ତ ଅଭିଯୋଗ ଆଧାରରେ କପ୍ତିପଦା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.