ପ୍ରମୂଖ ଖବର
  • ଆରପାରିରେ ଭୁବନେଶ୍ୱର ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି
  • ||
  • ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତ ଧସ୍ତାଧସ୍ତି, ଅଟକାଇ ପାରିଲାନି ପୋଲିସ ପ୍ରଶାସନ
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆରମ୍ଭ ହେଲା ସାକ୍ଷ୍ୟ ପ୍ରମାଣ
  • ||
  • ଭୁବନେଶ୍ୱର : ଆଇନମନ୍ତ୍ରୀଙ୍କ ଘୋଷଣା, ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ
  • ||
  • କୋରାପୁଟ : ୩୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଡିସେମ୍ବର ୩୧ ସୁଦ୍ଧା ପହଞ୍ଚିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା
  • ||
  • ଆଠଗଡ଼ : ଅଦିନିଆ ବର୍ଷା ପରେ ଚିନ୍ତାରେ ଚାଷୀ, ପାଣିରେ ବୁଡ଼ି ରହିଛି ଧାନ
  • ||
  • ଷ୍ଟିଲ୍ ସିଟିରେ ଯୁବକଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନବରଙ୍ଗପୁର : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ଯୁବକଙ୍କ ମୃତ୍ୟୁ
  • ||
  • ବାଙ୍ଗିରିପୋଷି : ଅଚେତ ଅବସ୍ଥାରେ ପଡିଛି ହାତୀ: ମୃତ୍ୟୁ ହୋଇଥିବା ସନ୍ଦେହ, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ଜଗତସିଂହପୁର : ଚାଷୀଙ୍କ ଆଖିରେ ଲୁହ ଦେଇଗଲା ବର୍ଷା, ୫୦ହଜାର ହେକ୍ଟର ଜମିର ଫସଲ ନଷ୍ଟ
  • ||
  • ରାଜଧାନୀରେ ବର୍ଷା ପାଇଁ ପଥ ଉତ୍ସବ ବାତିଲ, ଏକ୍ସରେ ସୂଚନା ଦେଲା ବିଏମ୍‌ସି
  • ||
  • ବୋରିଗୁମ୍ମା : ହଷ୍ଟେଲରେ ପାନୀୟ ଜଳ ସମସ୍ୟା ନେଇ ଚେତିଲେ ଅବିଭାବକ, ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ
  • ||
  • ବ୍ରାଜିଲରେ ଭୟଙ୍କର ଦୁର୍ଘଟଣା, ଟ୍ରକକୁ ପିଟିଲା ବସ୍, ୩୮ ମୃତ ୯ ଗୁରୁତର
  • ||
  • ୨୭ରୁ ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ଦକ୍ଷିଣରେ ହାଲୁକା ବର୍ଷା, ବାକି ଅଞ୍ଚଳ ଶୁଖିଲା
  • ||
  • ବଣାଇ : ଜକେଇକେଲା ଗାଁରେ ଅଘଟଣ, ଦନ୍ତା ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ
  • ||

ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ, ମହିଳାଙ୍କୁ ପଥରରେ ମାରି ଲହୁଲୁହାଣ କଲେ ପଡ଼ୋଶୀ

Published By : Harapriya Sethi | December 22, 2024 1:30 PM

ଉଦଳା, ୨୨/୧୨: ମହିଳାଙ୍କ ଘର ଜାଗା ଉପରେ ପଡୋଶୀ ରଖିଥିଲେ ପଥର । ଯାହାକୁ ବିରୋଧ କରିଥିଲେ ମହିଳା । ବିରୋଧ କରିବାରୁ ମହିଳାଙ୍କୁ ରାସ୍ତା ଉପରେ କରିଲେ ଆକ୍ରମଣ । ପଥରରେ ଛେଚି ମହିଳାଙ୍କୁ କରିଲେ ଗୁରୁତର । ଗୁରୁତର ମହିଳା ଜଣକ ମିନତୀ ବେହେରା ଏବଂ ଆକ୍ରମଣ କରିଥିବା ମହିଳା ଜଣକ କାନିଆ ମହାନ୍ତି ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁଦଡିହା ଗ୍ରାମରେ ଏଭଳି ଘଟଣା ଘଟିଛି  ।

ସୂଚନା ମୁତାବକ, ନୁଦଡିହା ଗ୍ରାମର କାନିଆ ମହାନ୍ତି ତାଙ୍କ ପଡୋଶୀ ମିନତୀ ବେହେରାଙ୍କ ଜାଗା ଉପରେ ପଥର ରଖିଥିଲେ । ଯାହାକୁ ନେଇ କାନିଆଙ୍କୁ ପଥର ରଖିବା ବାବଦରେ ପଚାରି ଥିଲେ ମିନତୀ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କାନିଆ ଏକ ପଥର ଆଣି ମିନତୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପଥରରେ ମିନତୀଙ୍କ ମୁଣ୍ଡକୁ ଛେଚିବା ସହିତ ମାଡ଼ ମଧ୍ୟ ମାରିଥିଲେ । ଫଳରେ ମିନତୀଙ୍କ ମୁଣ୍ଡ ଫାଟିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ମିନତୀଙ୍କ ପାଟି ଶୁଣି ଘର ଲୋକେ ଦୌଡ଼ି ଆସିଥିଲେ । ମିନତୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଏହି ଘଟଣା ସତମ୍ପର୍କରେ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଉଦଳା ଡାକ୍ତରଖାନାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.