ଉଦଳା,୨୭/୧୨: ବେଆଇନ ବାଲି ଜବତ କରିବାକୁ ଯାଇଥିବା ବେଳେ ଆଇଆଇସିଙ୍କୁ ଆକ୍ରମଣ ଘଟଣା । ୪ ଆକ୍ରମଣକାରୀ ମହିଳାଙ୍କୁ ଗିରଫ କଲା କପ୍ତିପଦା ପୋଲିସ । ଫେରାର ଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏବେବି ଖୋଜୁଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଡିସେମ୍ୱର ୧୮ ତାରିଖରେ ବେଆଇନ ବାଲି ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଆଇଆଇସି ପ୍ରକାଶ ରଥଙ୍କୁ ଆକ୍ରମଣ କରିଥିଲେ ମାଫିଆ । ପରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଛାନଭିନ କରିଥିଲା ପୋଲିସ । ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଥିବା ୩ ମହିଳାଙ୍କୁ ଡାହି ସାହି ଏବଂ ଅନ୍ୟ ଜଣେ ମହିଳାଙ୍କୁ ଗୋହିରା ଅଞ୍ଚଳରୁ ଉଠାଇ ଆଣିଲା ପୋଲିସ । ତେବେ ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ପୋଲିସ ।