କରଞ୍ଜିଆ,୧୪/୧୨: ଶିମିଳିପାଳରେ ଅସହ୍ୟ ଶୀତ ସାଙ୍ଗକୁ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଶିମିଳିପାଳର ଉପର ବାର୍ହାକାମୁଡ଼ା ଠାରେ ସର୍ବନିମ୍ନ ୩ ଡିଗ୍ରୀ ,ଚହଲାରେ ୪ ଡିଗ୍ରୀ, ନଅଣାରେ ୫ ଡିଗ୍ରୀ, ବରେହିପାଣି ଓ ଗୁରୁଗୁଡ଼ିଆ ଠାରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପର ବାର୍ହାକାମୁଡ଼ାର ମୋଟୁଘର, ଚହଲା ଓ ବରେହିପାଣି ଠାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।
ହାଡ଼ଭଙ୍ଗା ଶୀତରେ ଥରୁଛି ଶିମିଳିପାଳ । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ଥିବା ଯଶିପୁର, ରରୁଆଁ, ଶୁକ୍ରୁଳି, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।