ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ମୁକୁଳିପାରୁନି ମଠ ସମ୍ପତ୍ତି, ଜବରଦଖଲକାରୀଙ୍କୁ ହଟାଇବାକୁ ପ୍ରଶାସନ କୁନ୍ଥକୁନ୍ଥ

Published By : Prameya | March 28, 2025 12:19 AM

ଭଦ୍ରକ,୨୭ା୩(ଆ.ପ୍ର): ଅମାପ ସମ୍ପତ୍ତିର ମାଲିକ ଶ୍ରୀ ଗୋପାଳ ଜିଉ ସଦାବର୍ତ୍ତ ମଠ ଜମି ଜବରଦଖଲକାରୀଙ୍କ କବ୍‌ଜାରୁ ପ୍ରଶାସନ ଉଦ୍ଧାର କରିବାରେ ବିଫଳ ହୋଇଛି । ଗଠିତ ଟ୍ରଷ୍ଟ ବୋର୍ଡ଼ ନବୀକରଣ ହୋଇପାରୁନି । ସହରର ବହୁ ସ୍ଥାନରେ ଥିବା ଅତି ମୂଲ୍ୟବାନ ବିଭିନ୍ନ ବ୍ୟବସାୟଙ୍କ କବ୍‌ଜାରେ ରହିଛି । 

ମଠ ସମ୍ପତ୍ତି ଉପରେ ବେପାର ବଣିଜ କରି କୋଟିପତି ହେଉଥିବା ବ୍ୟବସାୟୀଙ୍କ ନିକଟରୁ ଭଡ଼ା ବା କର ଠିକ ଭାବରେ ଆଦାୟ ହୋଇପାରୁନି । ସେହିଭଳି ଚାରିଘରିଆ ନିକଟରେ ରହିଥିବା ଜମିକୁ ପ୍ରତିପତିଶାଳୀ ବ୍ୟକ୍ତିବିଶେଷ ମାଡ଼ି ବସିଛନ୍ତି । ୪.୭୨ ଡିସିମିଲ ଜମିରୁ ଆଉ ମାତ୍ର ୫୫ ଡିସିମିଲ ଜମି ଅଛି । ବାକି ଜମିକୁ ୨/୪ ଥର ଖରିଦ୍‌ ବିକ୍ରିି ହୋଇଛି । ଦେବୋତ୍ତର ବିଭାଗ ନାମରେ ଥିବା ଏହି ଜମି କିଭଳି ବିକ୍ରି ହେଲା ତାହା ତଦନ୍ତ ସାପେକ୍ଷ । ଭଦ୍ରକ ମୋଚି ଛକ ତଥା ପୌରପାଳିକା କାର୍ଯ୍ୟାଳୟ ନିକଟରେ ୯ ଡିସିମିଲ ମୂଲ୍ୟବାନ ଜମିରେ ଦୋକାନ କରି ବ୍ୟବସାୟ ଚଳାଉଥିବା ଲୋକେ ଘର ଭଡ଼ା ଦେଉନାହାନ୍ତି । 

ଗେଲପୁର ମୌଜା ବରାଡ଼ଡିହ ନିକଟରେ ରହିଥିବା ୨.୬୦ ଏକର ଜମିରୁ କିଛି ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସି ରାସ୍ତା ନେଇଛନ୍ତି । ଯାହାକୁ ବିରୋଧ ପରେ ରାସ୍ତା ନିର୍ମାଣ ସ୍ଥଗିତ ରହିଛି । ଭଦ୍ରକ ମହିଳା କଲେଜ ଜମି ମଠ ସମ୍ପତ୍ତିରେ ରହିଥିବା ବେଳେ ତା’ ପଛକୁ ଥିବା ଜମିରେ ଅନେକ ବ୍ୟକ୍ତି ଘର କରି ରହିଛନ୍ତି । ଭଦ୍ରକ ମୋଟେଲ ଛକ ନିକଟରେ ଦେଢ ଏକର ଜମି ରହିଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ କୋଟି ଟଙ୍କା ଅନୁଦାନ ମିଳିଥିଲା ସେଠାରେ ଏକ କଲ୍ୟାଣ ମଣ୍ଡପ ପାଇଁ । ଯାହାର ଟେଣ୍ଡର ସରିଛି । ପୂର୍ତ୍ତ ବିଭାଗ ଅଧୀନରେ ପଡ଼ି ରହିଥିବା ଏହି ଅର୍ଥରେ ନିର୍ମାଣ କାର୍ଯ୍ୟ ଆଗାଉ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୨୧ ମସିହା ପରେ ଟ୍ରଷ୍ଟ ବୋର୍ଡ଼ ନବୀକରଣ ହୋଇପାରୁନି ।  ପ୍ରତିବର୍ଷ ବୋର୍ଡ଼ ନବୀକରଣ ହେବା ନେଇ ନିୟମ ରହିଥିବା ବେଳେ ତାହାକୁ ପ୍ରଶାସନ ଗୁରୁତ୍ୱ ଦେଉନି । ସଦାବର୍ତ୍ତ ମଠ ବୋଡ଼ ର୍ରେ ୧୫ ଜଣ ସଦସ୍ୟ ରହିଛନ୍ତି । ଟ୍ରଷ୍ଟି ମୁଖ୍ୟ ଭାବେ ଅତିରିକ୍ତି ଜିଲ୍ଲାପାଳ ରହିଥିବା ବେଳେ ବିଧାୟକ, ତହସିଲଦାର ଓ ଆଇଆଇସି ଅଛନ୍ତି । ବାକି ସ୍ଥାନୀୟ ଅଞ୍ଚଳବାସୀ ସଦସ୍ୟ ରୂପେ କାର୍ଯ୍ୟ କରୁଛନ୍ତି । ଏହି ମଠ ଦୂରାବସ୍ଥାରୁ ଏବେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ମଠର ବିକାଶ ନେଇ ଟ୍ରଷ୍ଟି ମୁଖ୍ୟ ଆନ୍ତରିକତା ନ ଦେଖାଉ ନାହାନ୍ତି । ଯାହାକୁ ନେଇ ଟ୍ରଷ୍ଟର ସଦସ୍ୟଗଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସଦସ୍ୟ ରତନଲାଲ ସାହୁ କହିଛନ୍ତି, ମଠର ସମ୍ପତ୍ତି ଉଦ୍ଧାର ଓ ବକେୟା କର ନେଇ ବହୁବାର ପ୍ରାଶାସନିକ ଆଲୋଚନା କରାଯାଉଥିଲେ ବି ପ୍ରାଶାସନିକ ଅବହେଳା ପାଇଁ ସଦାବର୍ତ୍ତ ଜମି ଉଦ୍ଧାର ହୋଇପାରୁନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.