ଭଦ୍ରକ,୨୬ା୩(ଆ.ପ୍ର): ମନମୋହନ ସଙ୍ଗୀତ ପରିଷଦ କ୍ୟାମ୍ପସ । ପୁଣି ଘରୋଇ ସ୍କୁଲ ପରିସର । ନିକଟରେ ମା ବଙ୍କବାସୁଳୀ ମନ୍ଦିର । ଏଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କବରସ୍ଥାନ ହେବାକୁ ନେଇ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅକସ୍ମାତ ଏକ ମୃତଦେହକୁ ଆଣି କିଛି ଲୋକ କବର ଦେବାକୁ ଉଦ୍ୟମ କରିଥିଲେ । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଶେଷରେ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ସେଠାରେ ପହଞ୍ଚି ଥିଲେ । ବୁଝାସୁଝା ପରେ ଏହା ବନ୍ଦ ରହିଥିଲା । ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି ।
ମନମୋହନ ସଙ୍ଗୀତ ପରିଷଦ ସମ୍ପାଦକ ରାମନାରାୟଣ ମହାନ୍ତି କହିଛନ୍ତି, ଇଂଗ୍ରେଜ ସମୟରୁ ଏହି ଜାଗା ଆମେରିକାନ ବାପଟିଷ୍ଟ ନାମରେ ରହିଥିଲା । ପରେ ସଙ୍ଗୀତ ପରିଷଦ ଓ ସନସାଇନ ସ୍କୁଲ ୩୦ ବର୍ଷ ଧରି ଚାଲୁଛି । ଏଠାରେ କେବେ କବର ସ୍ଥାନ ନ ଥିଲା । ହଠାତ ଏଠାରେ ବୋଡ଼ ର୍ ମରାଯାଇଛି । ଆଜି ଚରମ୍ପା ଅଞ୍ଚଳରୁ ମୃତଦେହ ଆଣି ଗାତ ଖୋଳି କବର ଦେବାକୁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଛନ୍ତି । ସ୍କୁଲ କତ୍ତୃ ର୍ପକ୍ଷଙ୍କ ସମେତ ବହୁ ଅଭିଭାବକ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଶୈକ୍ଷିକ ପରିବେଶ ଚାଲୁଛି । ନିକଟରେ ମା ବଙ୍କବାସୁଳୀ ମନ୍ଦିର ରହିଛି । ଏଣୁ ଏଠି କବର ସ୍ଥାନ ବୋଲି ସାଇନ ବୋଡ଼ ର୍ ଲାଗିବାକୁ ବି ବିରୋଧ କରାଯାଇଛି । ତୁରନ୍ତ ଏହା ହଟିବା ଉଚିତ ବୋଲି ଅନେକ ମତ ରଖିଛନ୍ତି ।