ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଜାମା ମସଜିଦ୍‌ରେ ରମଜାନ ମାସର ଶବେକଦର ପର୍ବ

Published By : Harapriya Sethi | March 29, 2025 8:41 AM

ଭଦ୍ରକ,୨୯/୩: ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣା ବଜାରସ୍ଥିତ ଜାମା ମସଜିଦରେ ମଧ୍ୟ "ଶବେକଦର ପର୍ବ' ତଥା "ଲଏଲତୁଲ କଦ୍ର' ପର୍ବ ପାଳିତ ହୋଇଯାଇଛି । ରମଜାନ ମାସର ୨୬ ରୋଜା (ଉପବାସ) ଓ ୨୭ ତରାୱୀ ନମାଜରେ ଶବେକଦର ପର୍ବ ପାଳନ କରାଯାଏ ଓ ଏହି ଶବେକଦରରେ ଇସଲାମ ଧର୍ମର ପବିତ୍ର "କୋରାନ" ନାଜିଲ ହୋଇଥିଲା । ଏହି ପର୍ବରେ ଭଦ୍ରକର ସମସ୍ତ ମସଜିଦ ଗୁଡିକ ରଙ୍ଗ ବେରଙ୍ଗର ଆଲୋକରେ ସଜା ଯାଇଥିଲା । ରମଜାନର ପ୍ରଥମ ତରାୱୀ ୨୭ ତରାୱୀ ନମାଜ ପର୍ଯ୍ୟନ୍ତ କୋରାନକୁ ମୁଖସ୍ତ କରିଥିବା ହାଫିଜମାନେ ତରାୱୀ ନମାଜ ପଢ଼ାନ୍ତି ଓ ୨୭ ତରାୱୀରେ ଲୋକେ ନିଜ ନିଜର ଦେୟ (ନଜରାନା)କୁ ମସଜିଦରେ ହାଫିଜ ଓ ମୌଜନଙ୍କୁ ଦେଇଥାନ୍ତି । ଏହି ଶବେକଦର ରାତ୍ରିରେ ଅନିଦ୍ରା ରହି ରାତ୍ରି ତମାମ ନମାଜ ପାଠ କରନ୍ତି । ଜାମା ମସଜିଦ ସରଜମିନ ରେ ମଧ୍ୟ "ଶବେକଦର" ପର୍ବ ଜାମା ମସଜିଦର ସଭାପତି ହାଜି କାସିମ ଖାନଙ୍କ ସଭାପତିତ୍ୱରେ ଓ ସଞ୍ଚାଳକ ଭାବେ ଶେଖ ମଇରାଜୁଦ୍ଦିନଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା । 

ଏଥିରେ ମୁସଲିମ ଜମାତର ବରିଷ୍ଠ ସଭ୍ୟ ହାଜି ଅନୱର ହୋସେନ, ମୁସଲିମ ଜମାତର  ସମ୍ପାଦକ ହାଜି ମୁକିତ ଖାନ, ଜାମା ମସଜିଦର ପୂର୍ବତନ ସଭାପତି ହାଜି ଏନାମ ମହମ୍ମଦ, ମସଜିଦ କମିଟିର ସଭାପତି, ସମ୍ପାଦକ ଶେଖ ହାଫିଜୁଲ୍ଲା ଏବଂ ବରିଷ୍ଠ ସଭ୍ୟମାନେ ମସଜିଦର ହାଫିଜ ଓ ମୌଜନଙ୍କୁ ମସଜିଦରେ ଉଠିଥିବା ଅର୍ଥରାଶିକୁ ଉପହାର ଦେଇଥିଲେ । ଏହି ତରାୱୀ ନମାଜରେ ଛୋଟ ଛୋଟ ୫ ଜଣ ପିଲାଙ୍କୁ ମିର୍ଜା ଜାୱେଦଙ୍କ ତରଫରୁ ଇମାମ ସାହେବଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ଏହା ଛଡ଼ା କମିଟି ତରଫରୁ ମସଜିଦରେ ଅଏତେକାଫରେ ବସିଥିବା ୭ ଜଣଙ୍କୁ ଓ ମସଜିଦର  ବର୍ଷ ସାରା ସଫେଇ କାର୍ଯ୍ୟ କରୁଥିବା ୨୦ ଜଣଙ୍କୁ ମଧ୍ୟ ଉପହାର ପ୍ରଦାନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.