ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ରାମ ନବମୀ ପାଇଁ ସିଆରପିଏଫର ଫ୍ଲାଗମାର୍ଚ୍ଚ, ଆସିବେ ବିଏସଏଫ ଓ ରାପିଡ ଆକ୍ସନ ଫୋର୍ସ

Published By : Prameya | March 30, 2025 8:38 PM

ଭଦ୍ରକ,୩୦/୩ : ଭଦ୍ରକ ଜିଲ୍ଲାର ଐତିହାସିକ ଶ୍ରୀ ରାମ ନବମୀ ପାଇଁ ଆରମ୍ଭ ହେଲା କାର୍ଯକ୍ରମ। ମାର୍ଚ୍ଚ ୩୦ତାରିଖଠାରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯକ୍ରମ ଆୟୋଜିତ କରୁଛି ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି । ପ୍ରତ୍ୟେକ ଦିନ ଗାନ୍ଧୀ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସାଧୁ ସନ୍ଥ ପୂଜନ ପରେ ବାଲ ବଜରଙ୍ଗିଙ୍କ ସାଇକେଲ ଶୋଭାଯାତ୍ରା ହେବ । ଏପ୍ରିଲ ୪ତାରିଖରେ ମାତୃଶକ୍ତିଙ୍କ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି । 

ଆଜ୍ଞାମାଳ ଯାତ୍ରା ସହ ଶ୍ରୀ ରାମ ମହାଯଜ୍ଞ ମଧ୍ୟ ଆରମ୍ଭ ହେବ । ୫ତାରିଖରେ ୧୦୮ ହନୁମାନ ଚାଳିଶା ପାଠ ହେବ । ଏପ୍ରିଲ ୬ତାରିଖ ଦିନ ବିଶାଳ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରା ଆୟୋଜିତ ହେବ। ଏହା ପୂର୍ବରୁ ଭଦ୍ରକ ପୋଲିସ ତରଫରୁ ଭଦ୍ରକରେ ପୋଲିସ ଫ୍ଲାଗମାର୍ଚ ହୋଇଛି । ଭଦ୍ରକ ସହର ସହ ପୁରୁଣା ବଜାର ଅଞ୍ଚଳରେ ମଧ୍ୟ ସିଆରପିଏଫ ସହ ପୋଲିସ ମିଲିତ ଭାବେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳାରେ ରାମ ନବମୀ ପାଳନ ପାଇଁ ପୋଲିସ ଅନୁରୋଧ କରିଛି । 

ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ନଜର ରଖାଯାଇଛି । ଗୁଜବକୁ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରିଛି ପୋଲିସ । ତେବେ ଏବେ ପର୍ଯ୍ୟନ୍ତ ୨୦ ପ୍ଲାଟୁନ ପୋଲିସ, ଗୋଟିଏ କମ୍ପାନୀ ସିଆରପିଏଫ ପହଞ୍ଚି ସାରିଥିବାବେଳେ ଆହୁରି ୩ କଂପାନୀ ସିଆରପିଏଫ, ବିଏସଏଫ ଓ ରାପିଡ ଆକ୍ସନ ଫୋର୍ସ ମଧ୍ୟ ଆସିବେ ବୋଲି ଭଦ୍ରକ ଅତିରିକ୍ତ ଏସପି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.