ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସଚେତନତାରେ ଅଟକିଛି କାର୍ଯ୍ୟାନୁଷ୍ଠାନ ; ନାବାଳକଙ୍କ ହାତରେ ବାଇକ ଚାବି

Published By : Prameya | March 27, 2025 12:39 AM

ଧାମରା,୨୬/୩ : ଦିନକୁ ଦିନ ବେପରୁଆ ଗାଡ଼ି ଚାଳନା ବୃଦ୍ଧି ପାଇବାରେ ଲାଗିଛି । କାହାରିକୁ ନମାନି ବେପରୁଆ ଭାବେ ଦ୍ରୁତଗତିରେ ଗାଡ଼ି ଚଳାଇବାରେ ମୁଖ୍ୟତଃ ପିଲାମାନଙ୍କୁ ଦେଖିବାକୁ ମିଳୁଛି । ପିଲାଙ୍କ ହାତରେ ଅଭିଭାବକମାନେ ବାଇକ ଚାବି ଧରାଇଦେବା ପରେ ସେମାନେ ଆଉ କାହାରିକୁ ମାନୁନାହାନ୍ତି । ନିୟମିତ ଏଭଳି ବାଇକ ଚାଳନା ପାଇଁ ଅନ୍ୟ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ଖାସ୍‌ କରି ଦୁଇଚକିଆ ଯାନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି । ତେବେ  ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ବାଇକ ଓ ସ୍କୁଟି ଚଳାଉଥିଲା ବେଳେ ଏଥିପ୍ରତି କାହାରି ନିଘା ରହୁ ନଥିବା ଅଭିଯୋଗ ହେଉଛି । 

ସରକାରୀ ନିୟମ ଅନୁସାରେ ନାବାଳକ ଓ ନାବାଳିକାଙ୍କୁ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇପାରିବ ନାହିଁ । କିନ୍ତୁ ଅଭିଭାବକଙ୍କ ଠାରୁ ଆରମ୍ଭ କରି ପୁଲିସ ଓ ପ୍ରଶାସନ ଏଦିଗରେ ଚୁପ । ୨୦୧୯ ଆଇନର ସେକ୍ସନ ୧୯୯(ଏ) ମୁତାବକ, ୧୮ ବର୍ଷରୁ କମ ବୟସର ଯେ କୌଣସି ଭାରତୀୟ ନାଗରିକ ଗାଡ଼ି ଚଳାଇବା ଦଣ୍ଡନୀୟ ଅପରାଧ । ଏଥିଲାଗି ସେମାନଙ୍କ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିପାରେ । ଏହାକୁ ଭିତ୍ତି କରି କାଁଭାଁ ଚଢ଼ଉ ଓ ଯାଞ୍ଚ ହେଉଥିଲେ ବି ଏହା ଉପରେ ରୋକ ଲାଗି ପାରୁନି । ଆଇନରେ ଉଭୟ ଅଭିଭାବକ ଓ ଗାଡି ଚାଳକଙ୍କୁ କଠୋର ଦଣ୍ଡର ବ୍ୟବସ୍ଥା ଥାଇ ବି ବେଫିକର ଅଭିଭାବକ । ସୂଚନା ଅନୁଯାୟୀ ତିହଡ଼ିି ବ୍ଲକରେ ବହୁ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ସେସବୁ ସ୍ଥାନକୁ ପିଲାମାନେ ଗାଡ଼ି ନେଇ ଯାଉଛନ୍ତି । ସରକାରୀ କଲେଜ ଗୁଡ଼ିକରେ ବି ସମଦଶା ଦେଖିବାକୁ ମିଳୁଛି । ଲୋକଦେଖାଣିଆ ବାରଣ କରି ଶିକ୍ଷାନୁଷ୍ଠାନ ଚୁପ ବସୁଥିବା ବେଳେ ବିଭାଗ ପକ୍ଷରୁ ଚଢଉ ହେଉ ନଥିବାରୁ ପିଲାଙ୍କ ଡର ରହୁନି । 

ଏ ସମ୍ପର୍କରେ ତିହିଡ଼ି ବ୍ଲକର ଥିବା ସ୍ୱେଚ୍ଛାସେବୀ ସଂଗଠନ ଯୁବମଞ୍ଚ ତାଗିଦ କରିବା ଆରମ୍ଭ କରିଛି । କିନ୍ତୁ ସଚେତନତାର ଅଭାବ ଓ ଅଭିଭାବକଙ୍କ ଇଚ୍ଛା ଶକ୍ତିର ଅଭାବରୁ କିଛି ପିଲା ସରକାରୀ ନିୟମକୁ ମାନୁଥିବା ବେଳେ ଅନେକ ଏହାକୁ ମାନୁନଥିବାରୁ ଆଗାମୀ ଦିନରେ ଏହା ଏକ ବଡ଼ ସମସ୍ୟା ରୂପେ ଉଭା ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ନଯାଇପାରେ । ତେଣୁ ପ୍ରଶାସନ ଉକ୍ତ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସରକାରୀ ନିମୟକୁ କଡ଼ାକଡ଼ି ପାଳନ କରିବା ସହ ସଚେତନାର ବାର୍ତ୍ତା ପ୍ରଦାନ ପାଇଁ ପ୍ରୟାସ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.