ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଇଦ୍‌ ପାଇଁ ପୁଲିସ୍‌ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ଜଗିବେ ୨୦ ପ୍ଲାଟୁନ ଫୋର୍ସ

Published By : Prameya | March 28, 2025 12:17 AM

ଭଦ୍ରକ,୨୭ା୩(ଆ.ପ୍ର): ଆଉ ଦିନ କେଇଟା ପରେ ସରିବ ପବିତ୍ର ରମଜାନ ମାସ । ଦାନ, ଧର୍ମ ଓ ପୁଣ୍ୟର ପର୍ବ ଏହି ରମଜାନ । ଏକ ମାସ ଧରି ଉପବାସ ପରେ ଜହ୍ନ ଦେଖି ମୁସଲିମ ଧର୍ମାଲମ୍ବୀ ଭକ୍ତମାନେ ଫିଟାଇବେ ରୋଜା । ରୋଜା ପରେ ଇଦ୍‌ ପର୍ବ ପାଳିତ ହେବ । ସାମୁହିକ ନମାଜ ପାଠ କରାଯିବ । ଏଥିପାଇଁ ସହରର ସମସ୍ତ ମସଜିଦରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ନୂଆ ରୂପରେ ମସଜିଦ ସଜେଇ ହୋଇଛି । ଇଦ ପର୍ବ ପାଳନ ନେଇ ସହର ଉତ୍ସବ ମୁଖର ହୋଇଛି । କପଡ଼ା ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।

 ଏହି ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବସିଛି । ଏବେ ଆଇନ ଶୃଙ୍ଖଳା ନେଇ ଉପଲକ୍ଷେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ  ବ୍ୟବସ୍ଥା କରାଯାଇଛି । ଭାଇଚାରାର ପର୍ବ ଇଦ୍‌ ପାଇଁ ଏଥର ୨୦ ପ୍ଲାଟୁନ ଫୋର୍ସ ଜଗିବେ । ପୁରୁଣା ବଜାର ଓ ଟାଉନ ଥାନା ଅଧୀନରେ ବ୍ୟାପକ ପୁଲିସ ମୁତୟନ ହେବେ । ସିସି କ୍ୟାମେରା ସହିତ ଅସ୍ଥାୟୀ ପୁଲିସ ପୋଷ୍ଟ ହେବ ବୋଲି ସୂଚନା ମିଳିଛି । ସେହିଭଳି ସିଆରପିଏଫ, ବିଏସଏଫ ଓ ଆରଏଏଫର ଗୋଟିଏ ଲେଖାଏଁ ସେକସନ୍‌ ମୁତୟନ ହେବେ । ୨ଦିନ ଭିତରେ ଏମାନେ ଆସି ପହଞ୍ଚିବେ ବୋଲି ଜଣାପଡ଼ ିଛି । ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ କ୍ୟାମେରା ଚକ୍କର ମାରିବା ନେଇ ନିଷ୍ପତ୍ତି ହୋଇଛି । ମୋବାଇଲ ଭ୍ୟାନ ସହ ସାଧା ପୋଷାକଧାରୀ ପୁଲିସ ବିଭିନ୍ନ ସ୍ଥାନରେ ମୁତୟନ ନେଇ ନିଷ୍ପତ୍ତି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.