ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ରେବ ସଂସ୍କାର ଯୋଜନା ବିଫଳ: ଖର୍ଚ୍ଚ ହେଲାଣି ୯ କୋଟି, ପୋତି ହୋଇଗଲାଣି ନଦୀ ଶଯ୍ୟା

Published By : Harapriya Sethi | March 31, 2025 7:24 AM

ଧୁଷୁରୀ,୩୧/୩: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ମଧ୍ୟଦେଇ ପ୍ରବାହିତ ରେବ ନଦୀ ଏବେଠୁ ଶୁଖିଗଲାଣି । ନଦୀ ସଂସ୍କାର ଯୋଜନାରେ ପ୍ରାୟ ୯ କୋଟିରୁ ଊର୍ଦ୍ଧ ଟଙ୍କାରେ ଏହା ଖନନ କରାଯାଇଥିଲେ ମଧ୍ୟ ଏହା ଯଥାପୂର୍ବ ତଥା ପରଂ ଅବସ୍ଥାରେ ରହିଛି । ଫଳରେ ନଦୀଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀ ଏବେ ଚିନ୍ତାରେ । ଅପରପକ୍ଷେ ନିଲାମ ଧରି ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ କୁଳବେଉସା ମଧ୍ୟ ବୁଡ଼ିଯିବାକୁ ବସିଲାଣି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ନନ୍ଦିପଦା ଅଞ୍ଚଳର ଧାନ ବିଲରୁ ନାଳ ଭଳି ବାହାରିଥିବା ରେବ ନଦୀ ବନ୍ତ, ଭଣ୍ଡାରିପୋଖରୀ ବ୍ଲକ୍‌ ଦେଇ ଧାମନଗର ମଧ୍ୟ ଦେଇ ତିହିଡ଼ି ବ୍ଳକ ଶ୍ୟାମସୁନ୍ଦରପୁର ଦପାନାୟକାଣିରେ ଗେଙ୍ଗୁଟି ନଦୀରେ ମିଶିଛି । ୫୨ କିଲୋମିଟର ଲମ୍ବର ଏହି ନଦୀ ଉପରେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକର ପ୍ରାୟ ୯ ଶହ ଗ୍ରାମର ଲୋକ ଏହା ଉପରେ ନିର୍ଭରଶୀଳ । କେବଳ ଧାମନଗର ବ୍ଲକର ୧୦ ଗ୍ରାମର ୫ହଜାରରୁ ଊଦ୍ଧ୍ୱର୍ ଚାଷୀ ଏହା ଉପରେ ନିର୍ଭରଶୀଳ । ଚାଷୀମାନେ ପ୍ରାୟ ୭ ଶହ ହେକ୍ଟରରୁ ନଦୀ ଶୁଖିବାକୁ ବସିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ନିଜ ଚାଷକୁ କେମିତି ବଞ୍ଚାଇ ରଖିବେ, ସେହି ଚିନ୍ତାରେ ପଡ଼ିଛନ୍ତି ଚାଷୀ  । 

ଅନ୍ୟପକ୍ଷରେ, ନଦୀ ସଂସ୍କାର ଯୋଜନାରେ ପ୍ରାୟ ୧୨ ବର୍ଷ ପୂର୍ବେ ରେବ ନଦୀ ଶଯ୍ୟା ଖନନ କରାଯାଇଥିଲା । ୯କୋଟିରୁ ଊଦ୍ଧ୍ୱ ର୍ ଟଙ୍କା ଏଥି ନିମନ୍ତେ ଖର୍ଚ୍ଚ ହୋଇଥିଲା । କିନ୍ତୁ ନଦୀ ଖନନ ସମୟରୁ ଆଡ଼ିବନ୍ଧ ଅଧିକ ଜମିରେ ଧାନ, ମୁଗ, ବିରି ସମେତ ରବି ଋତୁରେ ପନିପରିବା ଚାଷ କରିଥାନ୍ତି । ମାତ୍ର ଗ୍ରୀଷ୍ମ ଋତୁ ଆରମ୍ଭରୁ ରେବ ସବୁ ମୁକୁଳା ପଡ଼ିଛି । ନଦୀଗର୍ଭ ପୋତି ହୋଇଗଲାଣି । ନଦୀ ଖନନ ଠିକ ଭାବେ ହୋଇନଥିବାରୁ ବନ୍ୟା ସମୟରେ ବହୁ ପଞ୍ଚାୟତର ପ୍ରଭୂତ କ୍ଷତି ଘଟୁଛି । କାକୁଡ଼ିଗଡ଼ିଆ ଠାରେ ରେବ ନଦୀରେ ଏକ ଚେକ୍‌ଡ୍ୟାମ୍‌ ନିର୍ମାଣ ହେଲେ ବହୁ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି । ଏ ନେଇ ଭଦ୍ରକ ଜଳ ନିଷ୍କାସନ (ଡ୍ରେନେଜ୍‌) ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମଲ୍ଲିକ କହିଛନ୍ତିଯେ, ଖୁବ୍‌ଶୀଘ୍ର ସର୍ଭେ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.