ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ବିବାଦରେ ଜିପିଏଲଏଫ ଭବନ ନିର୍ମାଣ କାର୍ଯ୍ୟ

Published By : Harapriya Sethi | March 31, 2025 7:27 AM

ଭଣ୍ଡାରୀପାଖରୀ,୩୧/୩: ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଜିପିଏଲଏଫ ଭବନ ନିର୍ମାଣ ପାଇଁ ଅନୁମୋଦିତ ସ୍ଥାନ ବଦଳାଇବା ବିରୋଧରେ ହାଇକୋର୍ଟରେ ମାମଲା ଋଜୁ ହୋଇଥିବା ଜଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର ଉଚ୍ଚ ନ୍ୟାୟାଳୟରେ ମାମଲା ତେସିଙ୍ଗା ସମେତ ୫ ପଞ୍ଚାୟତ ଜିପିଏଲଏଫ ଭବନ ନିର୍ମାଣ ପାଇଁ ୨୦୨୨-୨୩ ଆର୍ଥୀକ ବର୍ଷରେ ୩୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁର ହୋଇଥିଲା । ଭବନ ସ୍ଥାନ ନିରୂପଣ ପାଇଁ ସୁପାରିଶ କରିବାକୁ ତେସିଙ୍ଗା ପଞ୍ଚାୟତ ଓ ତେସିଙ୍ଗା ପଞ୍ଚାୟତସ୍ତରୀୟ ମିଶନଶକ୍ତିକୁ ୨୦୨୩ ଫେବୃୟାରୀ ୨୩ ତାରିଖରେ ବିଡିଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୭୮ ଅନୁଯାୟୀ ଅନୁରୋଧ କରିଥିଲେ । ଛତାବର-ମଞ୍ଜୁରୀରୋଡ଼ ପୁର୍ତ୍ତ ରାସ୍ତାର ବିଶୋଳ ଛକରେ ଥିବା ଖାତା ନଂ ୭୪୪ ଓ ପ୍ଲଟ ନଂ ୩୬୪ ଉପରେ ଏହି ଭବନ ନିର୍ମାଣ ପାଇଁ ପଞ୍ଚାୟତ ଓ ମିଶନଶକ୍ତି ପକ୍ଷରୁ ସୁପାରିଶ କରାଯାଇଥିଲା । ଗ୍ରାମସଭା ଦ୍ୱାରା ଏହି ସ୍ଥାନ ଅନୁମୋଦିତ ହୋଇଥିଲା । ବ୍ଲକ କାର୍ଯ୍ୟାଳୟ ଅନୁରୋଧରେ ତହସିଲଦାର ଏହି ଜମିର ମିଶନଶକ୍ତିକୁ ଏଡାଇ ଅନୁମୋଦିତ ସ୍ଥାନ ବଦଳାଇ ଦେଇଥିଲେ । 

ତେସିଙ୍ଗା ଗ୍ରାମର ଖାତା ନଂ ୨୦୩ ଓ ପ୍ଲଟ ନଂ ୪ ରେ ନିର୍ମାଣ ପାଇଁ କାର୍ଯ୍ୟାଳୟ ପତ୍ରସଂଖ୍ୟା ୧୨୩୬/୧.୩.୨୦୨୫ରେ ଠିକାଦାରଙ୍କୁ ଜଣାଇ ଦେଇଥିଲେ । ବିଡିଓଙ୍କ ଏହି ପଦକ୍ଷେପକୁ ବେଆଇନ ଦର୍ଶାଇ ଗ୍ରାମର ଋନୁବାଳା ପାତ୍ର ହାଇକୋର୍ଟରେ ମାମଲା ଋଜୁ କରିଥିବା ଜଣାଯାଇଛି । ୭୨୬୩/୨୦୨୫ନଂ ରିଟ ପିଟିସନର ବିଚାର କରି ଗତ ୧୭ ତାରିଖରେ ଆଦେଶରେ ବିଡିଓଙ୍କ ଠାରୁ ଜବାବ ତଲବ କରିଛନ୍ତି କୋର୍ଟ । ପରିବର୍ତ୍ତ ିତ ସ୍ଥାନରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିବାରୁ ଆବେଦନକାରୀଙ୍କ ସମେତ ପଞ୍ଚାୟତ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ହାଇକୋର୍ଟରେ ମାମଲା ସମ୍ପର୍କରେ ଅବଗତ ଅଛନ୍ତି ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିଦିଆଯାଇଛି ବୋଲି ବିଡିଓ ଦେବଦତ୍ତ ଦାଶ ସୂଚନା ଦେଇଛନ୍ତି । ଫିଜିବିଲିଟ ରିପୋର୍ଟ ଦେବା ସହ ଏହି ଜମିରୁ ଜବରଦଖଲ ମଧ୍ୟ ଉଚ୍ଛେଦ କରିଥିଲେ । ଜିଲ୍ଲା ପ୍ରଶାସନରୁ ଅନୁମତି ପରେ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ମାତ୍ର ଠିକାଦାର ଆଗ୍ରହ ପ୍ରକାଶ ନକରିବାରୁ ଟେଣ୍ଡର ବାତିଲ ହୋଇଯାଇଥିଲା । ଦ୍ୱିତୀୟ ଟେଣ୍ଡର କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.