ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଘଟଣାର କାରଣ ଅସ୍ପଷ୍ଟ

ଢେଙ୍କାନାଳ,୨୯/୦୮: ଟ୍ରେନ ଲାଇନରେ ମିଳିଲା ଯୁବକଙ୍କ ମୃତଦେହ । ପୂର୍ବତଟ ରେଳପଥର ଢେଙ୍କାନାଳ ମୁଖ୍ୟ ଷ୍ଟେସନ ଠାରୁ କିଛି ଦୂରରେ ଟ୍ରେନ ଲାଇନରେ ପଡିରହିଥିଲା ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ତାଙ୍କର ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ଅନୁମାନ କରାଯାଇଛି । କୌଣସି ଟ୍ରେନ ଧକ୍କାରେ ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇଛି । ଏହି ଅଘଟଣର ସଠିକ କାରଣ ଅସ୍ପଷ୍ଟ ରହିଛି । 

ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ରେଲୱେ ଓଭର ବ୍ରିଜ ତଳେ ଏକ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପୂର୍ବତଟ ରେଳପଥର ଢେଙ୍କାନାଳ ମୁଖ୍ୟ ଷ୍ଟେସନ ଠାରୁ କିଛି ଦୂରରେ ବ୍ୟକ୍ତିଙ୍କ ମୃତଦେହଟି ପଡ଼ିରହିଥିଲା । କୌଣସି ଟ୍ରେନ ଧକ୍କାରେ ବ୍ୟକ୍ତିଙ୍କ ମୁଣ୍ଡ ବିଭତ୍ସ ଭାବେ କଟି ଯାଇଥିବା ବେଳେ ଗୋଟିଏ ହାତ ମଧ୍ୟ କଟି ଅଲଗା ପଡିରହିଥିଲା । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟକ୍ତି ଜଣକ ଟ୍ରେନ ଲାଇନ ଅତିକ୍ରମ କରିବା ବେଳେ କୌଣସି ଟ୍ରେନ ଧକ୍କା ହେଉ କିମ୍ବା ନିଜେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.