ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅନନ୍ୟ କ୍ରୀଡ଼ା ଗୁରୁ, ହକିକୁ ଦେଲେ ପୁନର୍ଜନ୍ମ, ସୃଷ୍ଟି କଲେ ୨ ଶହରୁ ଅଧିକ ଖେଳାଳି

ଢେଙ୍କାନାଳ,୦୫/୯(ଶ୍ରୀବାସ କୁମାର ନାୟକ): ଗୁରୁ କେବଳ ଶିକ୍ଷା ଦିଅନ୍ତିନି, ଶିଷ୍ୟର ଭାଗ୍ୟ ବଦଳାଇବା ସହ ଗଢ଼ିପାରନ୍ତି ନୂଆ ସମାଜ । ଠିକ୍‌ ଏମିତି ଜଣେ ଗୁରୁ ଯିଏ ବୁଲି ବୁଲି ୨ଶହ ପିଲାଙ୍କୁ ହକି ପ୍ରଶିକ୍ଷଣ ଦେଉଛନ୍ତି । ନିଜ ଉଦ୍ୟମରେ କ୍ରୀଡ଼ା ଉପକରଣ ଯୋଗାଇ ଦେଇ ସଫଳତାର ବାଟ କଢ଼ାଉଛନ୍ତି । ଅନେକ ଜାତୀୟ ଖେଳାଳି ଗଢ଼ି ପାରିଛନ୍ତି । ହକି ପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିବା ଏମିତି ଜଣେ କ୍ରୀଡ଼ାଗୁରୁ ହେଉଛନ୍ତି ଢେଙ୍କାନାଳ ସହର ରାମେଶ୍ୱରପୁରର ବାବୁଲା ପ୍ରସାଦ ମହାନ୍ତି । ସେ କେବଳ ହକି ଖେଳାଳି ସୃଷ୍ଟି କରିନାହାନ୍ତି ୧୦ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାରେ ବନ୍ଦ ହୋଇଯାଇଥିବା ହକିକୁ ପୁନର୍ଜନ୍ମ ଦେଇପାରିଛନ୍ତି । 

ରାଜାରାଜୁଡ଼ା ଅମଳରୁ ଢେଙ୍କାନାଳରେ ହକି ଏକ ପ୍ରମୁଖ ଖେଳ ଥିଲା । ଅନେକ ହକି ଖେଳାଳି ସୃଷ୍ଟି ହୋଇଥିଲେ । ମାତ୍ର କାଳକ୍ରମେ ୧୯୯୬ ମସିହା ବେଳକୁ ହକି ଖେଳ ବନ୍ଦ ହୋଇଗଲା । ପ୍ରାୟ ୧୦ ବର୍ଷ ପରେ ୨୦୦୬ରେ ହକି ଖେଳ ପୁଣି ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଲେ ପୁରୁଣା ଖେଳାଳି । ବରିଷ୍ଠ ହକି ଖେଳାଳି ସହରର ଦେଉଳ ସାହିର ଅଶୋକ କୁମାର ଧଳ ସାହିର କେତେକ ପିଲାଙ୍କୁ ଏକତ୍ରିତ କରି ମୁଖ୍ୟ ଷ୍ଟାଡିୟମ୍‌ରେ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ମାତ୍ର ତାଙ୍କର ଚାକିରି ଜୀବନ ଯୋଗୁଁ ସେ ବାହାରକୁ ଚାଲି ଯାଇଥିଲେ । ସେବେଠାରୁ ହକିର ମଙ୍ଗ ଧରିଲେ ବାବୁଲା । ସେ ମଧ୍ୟ ପୁରୁଣା ରାଜ୍ୟସ୍ତରୀୟ ଖେଳାଳି ହୋଇଥିବାରୁ ଆହୁରି ଅଧିକ ପିଲାଙ୍କୁ ମିଶାଇ ଖେଳ ଆରମ୍ଭ କଲେ । ଫଳରେ ୨୦୦୮ ମସିହା ବେଳକୁ ଟିମ୍‌ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କଲା । ବିନା ପାରିଶ୍ରମିକରେ ପିଲାଙ୍କୁ ଶିଖାଇବା ସହ ନିଜ ହାତରୁ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରୁ ବଲ୍‌, ହକିଷ୍ଟିକ୍‌ ଆଦି କ୍ରୀଡ଼ା ଉପକରଣ କିଣି ଦେଉଥିଲେ । ହକି ପ୍ରତି ଆଗ୍ରହ ବଢ଼ିବା ସହ ନୂଆ ନୂଆ ଖେଳାଳି ସୃଷ୍ଟି ହେଲେ । ଉଭୟ ବାଳିକ ଓ ବାଳିକା ଖେଳାଳିଙ୍କ ସଂଖ୍ୟା ଶହେ ଅତିକ୍ରମ କଲା । ବାବୁଲାଙ୍କ ଉଦ୍ୟମରେ ଉଭୟ ବାଳକ, ବାଳିକା ଟିମ୍‌ ନେହରୁ କପ୍‌, ଷ୍ଟେଟ୍‌ ସ୍କୁଲ୍‌ ଚାମ୍ପିଅନ୍‌ସିପ୍‌ ଆଦି ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କଲା । ୨୦୨୧ ମସିହାଠାରୁ ନାଭାଲ ଟାଟା ଏହାର ଦାୟିତ୍ୱ ନେଲା । 

ବୁବୁଲାଙ୍କ ସମେତ ସହରର ସାଇପ୍ରସାଦ ଦଳାଇ ମଧ୍ୟ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଆଗେଇ ଆସିଲେ । ଯାହାଦ୍ୱାରା ଢେଙ୍କାନାଳ ସଦର ମହକୁମାରେ ଭଲ ହକି ଖେଳାଳି ସୃଷ୍ଟି ହୋଇପାରିଲେ । ଏହାପରେ ଗ୍ରାମାଞ୍ଚଳର ପିଲାମାନେ କିଭଳି ଖେଳିବେ ତାହା ଚିନ୍ତା କରି ବାବୁଲା ଗାଁ ସ୍କୁଲଗୁଡ଼ିକୁ ଯାଇ ବୁଝାସୁଝା ଆରମ୍ଭ କଲେ । ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ବୁଝାଇ କେତେକ ପିଲାଙ୍କୁ ନେଇ ପ୍ରଶିକ୍ଷଣ ଆରମ୍ଭ କଲେ । ଏହିକ୍ରମରେ ଢେଙ୍କାନାଳଠାରୁ କିଛି ଦୂର ଜଙ୍ଖିରାରେ ୨୦୨୧ରେ ୧୭ ଜଣଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ଢେଙ୍କାନାଳରୁ ଯାଇ ଜଙ୍ଖିରା ଗାଁ ପଡ଼ିଆରେ ତାଲିମ୍‌ ଦେଲେ । ଏହାପରେ କନ୍ଧପଡ଼ାରେ ୧୮ ଜଣ, ଅସନପାଟିଆରେ ୧୭ ଜଣ, କାଇମାଟି ସ୍କୁଲ ପଡ଼ିଆରେ ୩୦ ଜଣ, ବାଇଁଶିଆରେ ୩୦ ଜଣ, ପଣ୍ଡୁଆରେ ୨୦ ଜଣଙ୍କୁ ହକି ପ୍ରଶିକ୍ଷଣ ଦେଲେ । କିଛି ଦିନ ତଳେ ଯୋରନ୍ଦା ହାଇସ୍କୁଲ୍‌ରେ ୧୨୦ ଜଣ ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଛନ୍ତି । ସକାଳେ ଢେଙ୍କାନାଳ ପିଲାଙ୍କୁ ତାଲିମ୍‌ ଦେବା ପରେ ଅପରାହ୍ଣରେ ବାର ଅନୁସାରେ ଅନ୍ୟ ସ୍ଥାନକୁ ଯାଇ ବିନା ପାରିଶ୍ରମିକରେ ତାଲିମ୍‌ ଦେଉଛନ୍ତି । ବାବୁଲା ପ୍ରାୟ ୨ଶହରୁ ଅଧିକ ଖେଳାଳି ସୃଷ୍ଟି କରିସାରିଲେଣି । ଯାହାଙ୍କ ମଧ୍ୟରେ ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଖେଳିବା ସହ ପାନପୋଷ ହଷ୍ଟେଲ୍‌ରେ ରହି ଜାତୀୟସ୍ତରରେ ଖେଳିବାକୁ ପ୍ରସ୍ତୁତ ହେବାର ସୁଯୋଗ ପାଇଛନ୍ତି । 

ସେହିଭଳି ଅନେକ ଖେଳାଳି ସଫଳତା ହାସଲ କରି କ୍ରୀଡ଼ା ଶିକ୍ଷକ(ପିଇଟି) ହେବା ସହ ଭାରତୀୟ ସେନା ଓ ପୁଲିସ୍‌ରେ ଭର୍ତ୍ତି ହେବାରେ ସୁଯୋଗ ପାଇଛନ୍ତି । ବାବୁଲା କହିଛନ୍ତି, ଜିଲ୍ଲାରେ ହକି କିଭଳି ଫେରିପାରିବ ସେହି ଲକ୍ଷ୍ୟ ନେଇ ପିଲାଙ୍କୁ ଶିଖାଇବା ଆରମ୍ଭ କରିଥିଲି । ଗାଁ ଗହଳିରେ ଏଥିପ୍ରତି ଆଗ୍ରହ ନ ଥିବାରୁ ବିଶେଷ କରି ଝିଅମାନଙ୍କୁ ହକି ଖେଳିବାକୁ ଛାଡ଼ିବାକୁ ଅଭିଭାବକଙ୍କୁ ବହୁ ବୁଝାଇବାକୁ ପଡ଼େ । ଏବେ କିନ୍ତୁ ସ୍ୱତଃ ଆଗ୍ରହ ସୃଷ୍ଟି ହେଲାଣି । ନିଜକୁ କେବେ ଗୁରୁ ବୋଲି ଭାବୁନି । ମୋ ଗୁରୁଙ୍କ ଆଶୀର୍ବାଦରେ ଯାହା ଶିଖିଛି, ପିଲାଙ୍କୁ ଶିଖାଇ ଚାଲିଛି । ଏଥିପାଇଁ ସମସ୍ତଙ୍କ ସହଯୋଗ ମିଳିଥିବା କହିଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.