ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଢେଙ୍କାନାଳରେ ଯୁବତୀଙ୍କୁ ମାସାଧିକ କାଳ ଗଣଦୁଷ୍କର୍ମ ଘଟଣା : ପୀଡ଼ିତାଙ୍କୁ ଭେଟିଲା କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଢେଙ୍କାନାଳ, ୦୯/୦୯ : ଢେଙ୍କାନାଳ ଭାପୁର ଫାଣ୍ଡି ଅଞ୍ଚଳରେ ଯୁବତୀଙ୍କୁ ମାସାଧିକ କାଳ ଗଣଦୁଷ୍କର୍ମ ଘଟଣା। ପୀଡ଼ିତାଙ୍କୁ ଭେଟିବାକୁ ଘଟଣାସ୍ଥଳକୁ ଗଲେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଏଆଇସିସି ମହିଳା ମୋର୍ଚ୍ଚା ସାମ୍ପାଦିକା ସସ୍ମିତା ବେହେରାଙ୍କ ନେତୃତ୍ଵରେ ୮ ଜଣ ସଦସ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ପୀଡ଼ିତାଙ୍କୁ ଭେଟିବା ସହ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଥଇଥାନ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସୂଚନାନୁଯାୟୀ, ଢେଙ୍କାନାଳ ଭାପୁର ଫାଣ୍ଡି ଅନ୍ତର୍ଗତ ମହୁଳପୁଞ୍ଜି ଗ୍ରାମରେ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି। ଯୁବତୀଙ୍କ ମାର ପରଲୋକ ପରେ ବାପ-ଝିଅ ସମ୍ପର୍କୀୟଙ୍କ ଦ୍ଵାରା ନିର୍ଯାତିତ ହୋଇଥିଲେ। ତାଙ୍କ ଠାରୁ ସମ୍ପର୍କୀୟମାନେ ଘର ଓ ଜମି ଛଡାଇ ନେଇଥିଲେ। ନିର୍ଯାତନାରେ ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ ଯୁବତୀଙ୍କ ବାପା। ବାସହରା ହୋଇ ବାପ-ଝିଅ କିଛି ବର୍ଷ ହେଲା ଗାଁର ଅଙ୍ଗନବାଡି କେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଥିଲେ। ରାତି ହେଲେ ମଦ ପିଇ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରୁଥିଲେ ବାପା। ଏହାର ସୁଯୋଗ ଉଠାଉଥିଲେ ଗାଁର ୭ ଜଣ କାମୁକ ଯୁବକ। ପ୍ରତିଦିନ ରାତିରେ ଯୁବତୀଙ୍କୁ ଅଙ୍ଗନବାଡି ଛାତ ଉପରକୁ ନେଇ କରୁଥିଲେ ଗଣଦୁଷ୍କର୍ମ। ଆହୁରି ଦୁଃଖ ଓ ଯନ୍ତ୍ରଣା ଥିଲା... ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ଅଭିଯୋଗ କରୁଥିଲେ ବି ଯୁବତୀଙ୍କ କଥା କେହି ଶୁଣୁ ନଥିଲେ। ବରଂ ପାଗେଳୀ କହି ଏଡାଇ ଦେଉଥିଲେ। ଯୁବତୀ ଜଣଙ୍କ ଦୁଷ୍କର୍ମ କରୁଥିବା ଯୁବକଙ୍କ ଘରକୁ ଯାଇବି ଅଭିଯୋଗ କରିଥିଲେ। ହେଲେ ସେମାନେ ଦୂର ଦୂର ମାର୍ ମାର୍ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଯୁବତୀଙ୍କୁ ଢେଙ୍କାନାଳ ସକ୍ଷୀ କେନ୍ଦ୍ର ପକ୍ଷରୁ ଉଦ୍ଧାର କରାଯାଇଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି।  

ରବିବାର ପୁଲିସ୍‌ ସମ୍ପୃକ୍ତ କୋଠରୀକୁ ସିଲ୍‌  କରିଥିଲା । ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟାରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ  ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ପୀଡ଼ିତାଙ୍କ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ  କରିବା ସହ ବଳାତ୍କାର ସ୍ଥଳ ଛାତ ଉପରକୁ  ଯାଇ ତଦନ୍ତ କରିଥିଲା । ଏଥିସହ ପୁଲିସ ପୀଡ଼ିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ  ଡାକ୍ତରୀ ପରୀକ୍ଷା କରି ସଦର ଥାନାରେ ଅଧିକ ପଚରାଉଚରା କରିଥିବା ଜଣାଯାଇଛି । ଜିଲ୍ଲା ସାମାଜିକ  ସୁରକ୍ଷା ଅଧିକାରିଣୀ ମିତା ଶର୍ମା ମଧ୍ୟ ପୀଡ଼ିତା ରହୁଥିବା ମହିଳା ସମିତି ଗୃହରେ  ପହଞ୍ଚି ତଦନ୍ତ କରିଛନ୍ତି । ଅନ୍ୟପଟେ ଗିରଫ  ଅଭିଯୁକ୍ତମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟଚାଲାଣ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି  ମଡ଼କର ସମ୍ବିତ ସମ୍ପତ୍‌ କହିଛନ୍ତି । ସୋମବାର  ଏସ୍‌ପି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।  

ଗତ ୭  ତାରିଖରେ ଏନେଇ ପ୍ରଥମେ ‘ପ୍ରମେୟ’ରେ  ଖବର ପ୍ରକାଶ ପରେ ରାଜ୍ୟରେ ଆଲୋଡ଼ନ  ସୃଷ୍ଟି ହୋଇଥିଲା। ରବିବାର ଉପମୁଖ୍ୟମନ୍ତ୍ରୀ  ପ୍ରଭାତି ପରିଡ଼ା ମଧ୍ୟ ସାମାଜିକ ଗଣମାଧ୍ୟମ  ଏକ୍ସରେ ଦୁଃଖ ପ୍ରକାଶ କରିବା ସହ  ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଏସ୍‌ପିଙ୍କୁ  ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଛି। ସଦର ଥାନା ପୋଲିସ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି। ସେପଟେ ଜଣେ ଅଭିଯୁକ୍ତର କିଛି ମାସ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି। କେବଳ ଅଭିଯୁକ୍ତ ନୁହଁନ୍ତି, ସେମାନଙ୍କ ପରିବାର ଓ ନିର୍ଦ୍ଦୟ ଗାଁ ଲୋକବି ନୁହଁନ୍ତି ଦୋଷମୁକ୍ତ। କାର୍ଯ୍ୟାନୁଷ୍ଠାନର ଉଦାହରଣ ଜରୁରି। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.