ପ୍ରମୂଖ ଖବର
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ

Published By : Harapriya Sethi | May 18, 2025 12:47 PM

ସିମୁଳିଆ, ୧୮/୦୫: ସିମୁଳିଆରେ ପୁଣି ଚୋରମାନଙ୍କ ଆତଙ୍କରାଜ । ଘରେ କେହି ନଥିବାର ସୁଯୋଗ ନେଇ ରାତିରେ କବାଟ ଗ୍ରିଲ କାଟି ଘରେ ପଶିଲେ ଏବଂ କଳାକନା ବୁଲାଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ପଞ୍ଚାୟତ ବିନ୍ଧାଣି ପୋଲ ନିକଟରେ ଏଭଳି ଘଟଣା ଘଟିଛି । ଏହି ଅଞ୍ଚଳରେ ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କରାଯିବା ଏବଂ ତାଙ୍କର ଦଶାହ କର୍ମ ଦିନ ପୁଣି ଘରେ ଚୋରି ହେବା, ବେକରେ ଭୁଜାଲି ଲଗାଇ ଜଣେ ବୃଦ୍ଧାଙ୍କ ନିକଟରୁ ଟଙ୍କା ଏବଂ ଅଳଙ୍କାର ଲୁଟି ନେବା ଘଟଣାରେ ସିମୁଳିଆ ପୋଲିସ ଏଯାଏଁ ଅଭିଯୁକ୍ତଙ୍କ ଟେର ପାଉନାହିଁ । ଏବେ ପୁନର୍ବାର ସେହି ଅଞ୍ଚଳରେ ଚୋରମାନେ ଘରେ ପଶି ଲୁଟ୍‌ କରିଛନ୍ତି ।

ସୂଚନା ମୁତାବକ, ଗତକାଲି ରାତିରେ ସେହି ଅଞ୍ଚଳର ବଳରାମ ସାହୁ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଦୋକାନ ଖୋଲି ବ୍ୟବସାୟ କରୁଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘର କବାଟ ଗ୍ରିଲ କାଟି ନଗଦ ୧୨ ହଜାର ଟଙ୍କା ସମେତ ସୁନା ଏବଂ ରୂପା ଅଳଙ୍କାର ଲୁଟିନେଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଦୁର୍ବୃତ୍ତମାନେ ବଳରାମଙ୍କ ଘରୁ ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ହେଲେ ଶନିବାର ସ୍ୱାମୀ-ସ୍ତ୍ରୀ ଘରକୁ ଫେରିବା ପୂର୍ବରୁ ଦୁର୍ବୃତ୍ତମାନେ ସବୁ ଲୁଟିନେଇଛନ୍ତି । ଘରକୁ ଫେରି ଚୋରି ହୋଇଥିବାର ଜାଣିବା ପରେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ସିମୁଳିଆ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବାର ସୂଚନା ମିଳିଛି । ସିମୁଳିଆରେ କିଛି ମାସ ହେବ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଏବଂ ବନ୍ଧୁକ ଧରି ଲଗାତାର ଚୋରି କରିବା ଏବଂ ସିମୁଳିଆ ପୋଲିସ ଧରିବାରେ ବିଫଳ ହେବା ଯୋଗୁଁ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାଲେଶ୍ୱର ଏସପି ରାଜ ପ୍ରସାଦ ଏବଂ ଡିଆଇଜି ସତ୍ୟଜିତ ନାୟକଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.