ବଲାଙ୍ଗିର, ୨୨/୦୫ (ମୁକେଶ ବହିଦାର): ଚିଠି ଦିଆଯାଉଛି, ଉତ୍ତର ମିଳୁନି। ନିର୍ଦ୍ଦେଶ ଦେଲେ, ପାଳନ ହେଉନି। ଏପରିକି କୌଣସି ମିଟିଂକୁ ଡକାହେଉନି। କେହି ଜଣେ ମ୍ୟାଡାମ୍ ସବୁ ଅଟକାଇ ଦେଉଛନ୍ତି। ମୋତେ ଲାଜ ଲାଗୁଛି... ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ସାଙ୍ଘାତିକ ଅଭିଯୋଗ। ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାୟକଙ୍କ ସମୀକ୍ଷା ବୈଠକ ପୂର୍ବରୁ ଏଭଳି କହିଛନ୍ତି ନବୀନ। ଏପରିକି ଏକ ଚିଠି ଦେଖାଇ ଜନ ପ୍ରତିନିଧିଙ୍କ ଅଧିକାର ଉଲ୍ଲଙ୍ଘନ ହେଉଥିବା କହିଛନ୍ତି ଟିଟଲାଗଡ଼ ବିଧାୟକ।
ସୂଚନାନୁଯାୟୀ, ଗୁରୁବାର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଭିତରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସମୀକ୍ଷା ବୈଠକ ଚାଲିଥିଲା। ଏତିିକି ବେଳେ ଟିଟଲାଗଡ଼ ବିଧାୟକ ନବୀନ ଜୈନ ଦୀର୍ଘ ସମୟ ଧରି ବାହାରେ ବସି ରହିଥିଲେ। ସେ ଜଣେ ମ୍ୟାଡାମଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। କେହି ଜଣେ ମ୍ୟାଡାମ୍ ସବୁ ଅଟକାଇ ଦେଉଥିବା କଥା କହିଥିଲେ। ପରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷକର୍ମୀ ଓ ଶେଷରେ ଜିଲ୍ଲା ପରିଷଦ ସିଇଓ ପ୍ରଭାତ ମହାପତ୍ର ଆସି ତାଙ୍କୁ ବୁଝାଇବାରୁ ସେ ଭିତରକୁ ଯାଇ ସଭାରେ ବସିଥିଲେ।
ତେବେ ବିଧାୟକଙ୍କ ମନଊଣା ପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମ୍ୟାଡାମ୍ ଜଣଙ୍କ କିଏ ? ଯିଏ ସବୁ ଅଟକାଇ ଦେଉଛନ୍ତି।