ବଣାଇଁ, ୨୨/୦୫ : ପାୱାରଟିଲର ଓଲଟି ଚାଷୀ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ରୁଗୁଡା ପଞ୍ଚାୟତର ବ୍ରାହ୍ମଣଧର ଗ୍ରାମରେ ଏହି ଅଘଟଣ ଘଟିଛି। ଜଣେ ଚାଷୀ ପାୱାରଟିଲରରେ ହଳ କରୁଥିବା ବେଳେ ତାହା ଓଲଟି ପଡ଼ିଛି। ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଗୁରୁବାର ସକାଳେ ବ୍ରାହ୍ମଣୀଧର ଗ୍ରାମର ପରମା କିସାନ ନିଜ ଜମିରେ ହଳ କରୁଥିବା ବେଳେ ଅସାବଧାନତା ହେତୁ ପାୱାରଟିଲରଟି ଓଲଟି ପଡିଥିଲା। ଫଳରେ ତାଙ୍କର ଦୁଇଟି ଯାକ ଗୋଡ ଉପରେ ପାୱାରଟିଲର ଚଢି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।