ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ମୟୂରଭଞ୍ଜ,୦୫/୧୦: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତକ ଜ୍ୟୋତିରେଖା ଦାସ ଏବଂ ତାଙ୍କ ସ୍ୱାମୀ ପ୍ରହରାଜପୁର ଗ୍ରାମର ରଞ୍ଜନ ଦାସ ବୋଲି ଜଣାପଡ଼ିଛି । ଏହି ଘଟଣାରେ ମହିଳାଙ୍କ ବାପଘର ଲୋକେ ଶାଶୁଘର ଲୋକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରିଛନ୍ତି । 

ସୂଚନା ମୁତାବକ, ଜ୍ୟୋତି ଗାଁଅମର୍ଦା ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ରଞ୍ଜନ ଦାସଙ୍କୁ ବିବାହ କରିଥିଲେ । ତେବେ ଗତ କିଛି ଦିନ ଜ୍ୟୋତିଙ୍କ ଶ୍ୱଶୁର ଘରେ ପାରିବାରିକ କଳହ ଲାଗି ରହୁଥିଲା । ଗତ ଅକ୍ଟୋବର ତିନି ତାରିଖରେ ଜ୍ୟୋତିଙ୍କ ବାପା ବଂଶୀଧର ଦାସ ପ୍ରହରାଜପୁରକୁ ଯାଇ ଜ୍ୟୋତିଙ୍କ ଶ୍ୱଶୁର ଓ ତାଙ୍କ ଘର ଲୋକଙ୍କ ସହିତ ବୁଝାମଣା କରି ଫେରି ଆସିଥିଲେ । ତେବେ ପୂର୍ବରୁ ପାରିବାରିକ କଳହକୁ ନେଇ ଗାଁ ରେ ଆଲୋଚନା ହେବା ସହ ଫାଣ୍ଡିରେ ଅଭିଯୋଗ ହୋଇଥିବା କହିଛନ୍ତି ପରିବାର ଲୋକେ । ତେବେ ଶୁକ୍ରବାର ସନ୍ଧ୍ୟାରେ ଜ୍ୟୋତିଙ୍କ ବାପ ଘର ଲୋକେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ଜ୍ୟୋତି ଫୋନ ଗ୍ରହଣ କରିଥିଲେ । କିଛି ସମୟ ପରେ ପୁଣି କଲ୍‌ କରିବାରୁ ଜ୍ୟୋତିଙ୍କ ଚାରି ବର୍ଷର ଝିଅ କଲ ରିସିଭ କରି କାନ୍ଦିଥିଲା । ଏହା ଶୁଣି ଜ୍ୟୋତିଙ୍କ ବାପା ମା ପ୍ରହରାଜପୁରକୁ ଯାଇଥିଲେ । ସେଠାରେ ପହଞ୍ଚି ତାଙ୍କ ଝିଅ ଜ୍ୟୋତ ଫାଶୀ ହୋଇ ଆତ୍ମହତ୍ୟା କରିଥିବାର କଥା ଜାଣିବାକୁ ପାଇଥିଲେ ।

ପରେ ଜ୍ୟୋତିଙ୍କ ମରଶରୀରକୁ ଏକ ଖଟରେ ତାଙ୍କ ଶ୍ୱଶୁର ଘର ଲୋକେ ଶୁଆଇ ଦେଇଥିବାର ଦେଖିଥିଲେ । କିନ୍ତୁ ଶ୍ୱଶୁରଘର ଲୋକେ ମେଡିକାଲ ଆଣିନଥିବା ଅଭିଯୋଗ କରିଛନ୍ତି ଝିଅର ବାପା । ଏହା ଦେଖି ଜ୍ୟୋତିଙ୍କୁ ତାଙ୍କ ବାପ ମା ରାସଗୋବିନ୍ଦପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପରେ ଜ୍ୟୋତିଙ୍କୁ ହତ୍ୟା କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଜ୍ୟୋତିଙ୍କ ବାପଘର ଲୋକେ । ତେବେ ଜ୍ୟୋତି ଚାରି ମାସର ଗର୍ଭବତୀ ଥିବା କହିଛନ୍ତି ବାପଘର ଲୋକେ । ପରେ ଉକ୍ତ ଅଭିଯୋଗ ଆଧାରରେ ମୃତଦେହକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି । 

ଜ୍ୟୋତିଙ୍କ ସ୍ୱାମୀ ରଞ୍ଜନ ଭୁବନେଶ୍ୱରରେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଶନିବାର ସକାଳୁ ପହଞ୍ଚି ଜ୍ୟୋତିଙ୍କ ହତ୍ୟାକୁ ସେ ଖଣ୍ଡନ କରିଥିବା ବେଳେ ପାରିବାରିକ କଳହ ଥିବା ପରୋକ୍ଷରେ ସ୍ୱୀକାର କରିଥିଲେ । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.