ନୂଆଦିଲ୍ଲୀ : ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବେ କିଛି ଦିନ ପରେ ପୃଥିବୀକୁ ଫେରି ଆସିବେ। ୧୬ ମାର୍ଚ୍ଚରେ ସୁନୀତା ଓ ୱିଲମୋର ବୁଚ୍ ମହାକାଶରୁ ଫେରୁଛନ୍ତି। ଏହି ମଧ୍ୟରେ , ନିକଟରେ ସୁନୀତା ସ୍ପେସ୍ଏକ୍ସର ମାଲିକ ଏଲନ ମସ୍କଙ୍କୁ ଦୃଢ ଜବାବ ଦେଇଛନ୍ତି। ଉଲ୍ଲେଖନୀୟ ଯେ , ମସ୍କ କହିଥିଲେ କି, ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ଆଇଏସଏସ)କୁ କକ୍ଷରୁ ହଟେଇବାର ସମୟ ଆସି ଯାଇଛି।ସେ ନିଜର ଉଦ୍ଦେଶ୍ୟ ପୂରା କରି ନେଇଛନ୍ତି ଏବଂ ଏବେ ଉପଯୋଗୀତା ଖୁବ୍ କମ୍ ରହିଛି। ସୁନୀତା କହିଛନ୍ତି କି, ମୋତେ ଲାଗୁଛି କି ଏବେ ଏହାକୁ ବନ୍ଦ କରିବାର ସଠିକ୍ ସମୟ ନୁହେଁ।
ମସ୍କଙ୍କ ନାଁ ନନେଇ ସୁନୀତା ଜବାବ ଦେଇ ଆଇଏସଏସ୍କୁ ନେଇ କହିଛନ୍ତି ଯେ, ଷ୍ଟେସନ ଏବେ ବି ଭଲ ସ୍ଥିତିରେ ଅଛି ଏବଂ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇ ରହିଛି। ସେ କହିଛନ୍ତି , ଏହି ସ୍ଥାନ ବହୁତ ବଢିଆ । ଏହା ବାସ୍ତବିକ ଅଦ୍ଭୁତ। ଆମ ପାଖରେ ସବୁ ବିଦ୍ୟୁତ୍ ଅଛି, ସବୁ ସୁବିଧା ଚାଲୁ ଅଛି ଏବଂ ଏହା ଭଲରେ କାମ କରୁଛି। ଏଥିପାଇଁ ମୋତେ ଲାଗୁନି କି, ଏବେ ଏହାକୁ ବନ୍ଦ କରିବାର ସଠିକ୍ ସମୟ ଆସିଛି। ସୁନୀତା ଓ ୱିଲମୋରଙ୍କୁ ଫେରେଇ ଆଣିବାର ଦାୟିତ୍ୱ ନାସା ସହ ଏଲନ ମସ୍କଙ୍କର ମଧ୍ୟ ରହିଛି,କାରଣ ମସ୍କଙ୍କ ସ୍ପେସ୍ଏକ୍ସ ମାଧ୍ୟମରେ ଉଭୟ ପୃଥିବୀକୁ ଫେରୁଛନ୍ତି।
ସୁନୀତା ୱିଲିୟମ୍ସ ଅତି କମ୍ରେ ୨୦୨୩୦ ଯାଏ ସ୍ପେସ୍ ଷ୍ଟେସନକୁ ଚାଲୁ ରଖିବା ପାଇଁ ନାସାର ପ୍ରତିବନ୍ଧତାର ସ୍ପଷ୍ଟ କରିଛନ୍ତି। ସେ ଚିକିତ୍ସା ଅନୁସନ୍ଧାନ , ସାମଗ୍ରୀ ବିଜ୍ଞାନ ଓ ମହାକାଶ ଟେକ୍ନୋଲଜିରେ ଆଇଏସଏସର ଲଗାତାର ଦିଆଯାଉ ଥିବା ଯୋଗଦାନ ଉପରେ ଜୋର ଦେଇଛନ୍ତି ଏବଂ କହିଛନ୍ତି ଯେ, ଏହା ମହାକାଶ ମିଶନ ଓ ପୃଥିବୀରେ ଜୀବନ , ଉଭୟ ପାଇଁ ଫାଇଦା ହେବ।
ସୁନୀତା କହିଛନ୍ତି ,ଆମର ଚୁକ୍ତି ଅନୁସାରେ ,୨୦୩୦ ପର୍ଯ୍ୟନ୍ତ ସମୟ ଅଛି। ମୋତେ ଲାଗୁଛି କି, ଏହା ସମ୍ଭବତଃ ବାସ୍ତବିକ୍ ସଠିକ। ଆମକୁ ସବୁ ଅନ୍ତରାଷ୍ଟ୍ରୀୟ ପାର୍ଟନରଙ୍କ ପାଇଁ ଏହି ମହାକାଶ ଷ୍ଟେସନର ସର୍ବାଧିକ ଲାଭ ଉଠାଇବା ଉଚିତ୍। ସୁନୀତା ୱିଲିୟମ୍ସଙ୍କର ଏହି ଜବାବ ସେତେବେଳେ ଆସିଛି , ଯେବେ ମସ୍କ ନିକଟରେ କହିଥିଲେ କି ସ୍ପେସ୍ ଷ୍ଟେସନକୁ ଦୁଇ ବର୍ଷ ଭିତରେ ହିଁ କକ୍ଷ କ୍ଷେତ୍ରରୁ ହଟାଇ ଦିଆଯିବା ଉଚିତ୍।