ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

କେନ୍ଦ୍ର ଖାତାରେ ଗଡ଼ୁଛି ବାକି, ଧାନ ସଂଗ୍ରହ ବକେୟା ୧୭ ହଜାର କୋଟି

ଭୁବନେଶ୍ୱର, ୦୩/୦୭ : ସଂକଳ୍ପରେ ଲାଗିଛି କ୍ୟାବିନେଟ୍‌ ମୋହର। ନୂଆ ସରକାର ଚାଷୀଙ୍କ ଠାରୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବେ। ମାତ୍ର ଅସଲ ହିସାବ ବେଳକୁ ସରକାର ଏବେ ପାଣ୍ଠି ଚିନ୍ତାରେ ହଡ଼ବଡ଼ ହୋଇ ଗଲେଣି। ରାଜ୍ୟର ଚାଷୀକୁଳ ହିତ ପାଇଁ ସରକାରଙ୍କ ଏ ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଉଛି। ମାତ୍ର ଏଥିପାଇଁ ଅତିରିକ୍ତ ସାଢ଼େ ୬ ହଜାର କୋଟିର ପାଣ୍ଠି ଆବଶ୍ୟକ ହେବ। ଏହାଛଡ଼ା କେନ୍ଦ୍ର ଉପରେ ଯୋଗାଣ ବିଭାଗର ବକେୟା ପାଉଣାକୁ ନେଇ ରାଜ୍ୟ ସରକାର ଚିନ୍ତାରେ। ରାଜ୍ୟରେ ଚାଷୀଙ୍କୁ ତାଙ୍କ ଉତ୍ପାଦିତ ଧାନର ମୂଲ୍ୟ ଦେବାକୁ ବିଜେପି ଭୋଟ ସଂକଳ୍ପପତ୍ରରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବାକୁ ପ୍ରତିଶ୍ରୁତି ଦେଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ନେବାର କେଇଘଣ୍ଟା ପରେ କ୍ୟାବିନେଟ୍‌ ଡାକି ଏହା ଉପରେ ସରକାରୀ ମୋହର ମାରିଥିଲେ। ଏବେ ସରକାର ଏ ବାବଦକୁ ଆବଶ୍ୟକ ପାଣ୍ଠି ବରାଦ ସହ କେନ୍ଦ୍ର ଉପରେ ଗଡ଼ୁଥିବା ଧାନ ସଂଗ୍ରହ ବକେୟା ପାଉଣାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। 

ରାଜ୍ୟରେ ବର୍ଷକୁ ଖରିଫ ଓ ରବି ଧାନକୁ ମିଶାଇ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଉଛି । ନିକଟରେ କେନ୍ଦ୍ର ସରକାର ଧାନ ଏମ୍‌ଏସ୍‌ପିରେ ବୃଦ୍ଧି କରିଛନ୍ତି । ଏବେ ରାଜ୍ୟ ସରକାରଙ୍କୁ ପ୍ରତି କୁଇଣ୍ଟାଲରେ ୮ ଶହ ଟଙ୍କାର ବୋନସ୍‌ ବା ଇନପୁଟ ସବ୍‌ସିଡି ଦେବାକୁ ହେବ। ଏଥିପାଇଁ ଅତିରିକ୍ତ ଆର୍ଥିକ ବୋଝ ରାଜ୍ୟ ରାଜକୋଷ ଉପରେ ପଡ଼ିବ। ରାଜ୍ୟ ଯୋଗାଣ ବିଭାଗ ଧାନ ସଂଗ୍ରହ ବାବଦକୁ କେନ୍ଦ୍ରଠାରୁ ପ୍ରାୟ ୧୭ ହଜାର କୋଟି ଟଙ୍କା ପାଇବାକୁ ଅଛି । ଏ ସଂପର୍କରେ ଗତ ସରକାର ଅମଳରେ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ । ମାତ୍ର ବକେୟା ଟଙ୍କା ଏଯାଏ ମିଳିନି । ବକେୟା ୧୨ ହଜାର କୋଟି ଓ ସୁଧ ମିଶି ଏହା ୧୭ ହଜାର କୋଟି ଡେଇଁଲାଣି । 

ଓଡ଼ିଶାର ବଜେଟ ଆକାର ୨ ଲକ୍ଷ ୫୫ ହଜାର କୋଟି ଟଙ୍କା । ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୨ ଲକ୍ଷ ୪ ହଜାର କୋଟି ହେବ ବୋଲି ଆକଳନ କରାଯାଇଛି । ନୂଆ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମେ ଧାନ ଏମ୍‌ଏସ୍‌ପି ଓ ସୁଭଦ୍ରା ଯୋଜନା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଖର୍ଚ୍ଚ ଭରଣା କେଉଁଠୁ ହେବ ତା’କୁ ନେଇ ସରକାର ଚିନ୍ତାରେ । ରାଜ୍ୟରେ ଧାନ କିଣା ସବସିଡି ଅର୍ଥ କେନ୍ଦ୍ର ସରକାର ରାଜ୍ୟକୁ ଦେଇଥାନ୍ତି । ଜୁନ୍‌ ସୁଦ୍ଧା କେନ୍ଦ୍ରଠାରୁ ଏ ବାବଦର ୯୭୦୦ କୋଟି ଟଙ୍କା ଏବଂ ଅଗ୍ରୀମ ସବସିଡି ବାବଦ ୫୦୦ କୋଟି ଟଙ୍କା ଏଯାଏ ମିଳିନି । ବ୍ୟାଙ୍କରୁ ଋଣ ଆଣି ନିଗମ ଏ ବାବଦ ପାଣ୍ଠି ଭରଣା କରିଛି । ଏହି ଋଣ ଉପରେ ସୁଧ ବଢ଼ି ବଢ଼ି ଚାଲିଛି । 

କେନ୍ଦ୍ର ସରକାର କିନ୍ତୁ ବକେୟା ଦେବାକୁ ଏଯାଏ ଆନ୍ତରିକତା ଦେଖାଇ ନାହାନ୍ତି । ଏତେ ପରିମାଣର ଆର୍ଥିକ ବୋଝ ଯୋଗୁଁ ଯୋଗାଣ ନିଗମ ଚାପରେ ଅଛି । ଏବେ ଧାନକିଣା ପାଇଁ ଅତିରିକ୍ତ ସମ୍ବଳ ଆବଶ୍ୟକ ହେବ । ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି, ଚାଷୀଙ୍କୁ ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ପାଉଣା ମିଳିବ । ରବିଧାନ ସଂଗ୍ରହ ସରିଥିଲା ବେଳେ ଆଗକୁ ଖରିଫ ଋତୁ ଆସୁଛି । ତେଣୁ ପ୍ରତିଶ୍ରୁତି ଅନୁଯାୟୀ ଧାନ କିଣିବାକୁ ନୂଆଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରି ସହଯୋଗ କାମନା କରିଛନ୍ତି । ମୋଦି ଗ୍ୟାରେଣ୍ଟି ପୂରଣ କରିବାକୁ ଚାଷୀଙ୍କୁ ଧାନ ଏମ୍‌ଏସ୍‌ପି ୩୧୦୦ ଦେବାକୁ କେନ୍ଦ୍ର ସବୁପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.