ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍

Published By : Rasmita Pradhan | May 30, 2025 10:42 AM

ଭୁବନେଶ୍ୱର, ୩୦/୫ : ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ବସ୍‌ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡି ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀକୁ ଖସିପଡିଥିଲା। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ। ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡିରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଯାତ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସ୍ଥାନର ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ୮ ଜଣ ନିଖୋଜ ଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ ଯାଜପୁର ରୋଡ୍ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଅଛନ୍ତି। ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇଛନ୍ତି।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.