ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ଟାଇମ୍‌ସ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟ୍‌ସ ର‌୍ୟାଙ୍କିଙ୍ଗ୍‌-୨୦୨୫: ‘ଆଇଟିଇଆର୍‌’ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ

Published By : Prameya | May 31, 2025 11:38 AM

ଭୁବନେଶ୍ୱର,୩୧/୦୫: ଶିକ୍ଷା  ଓ ଅନୁସନ୍ଧାନ (ସୋଆ) ପରିଚାଳିତ  ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ୍‌  ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ଦ୍ୱିତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଟାଇମ୍‌ସ ଅଲ୍‌ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍‌ ର‌୍ୟାଙ୍କିଙ୍ଗ୍‌ ସର୍ଭେ-୨୦୨୫ରେ ସ୍ଥାନିତ ହୋଇଛି । ଟାଇମ୍‌ସ ଅଫ୍‌ ଇଣ୍ଡିଆ ସମ୍ବାଦପତ୍ର  ପକ୍ଷରୁ ପରିଚାଳିତ ଏହି ସର୍ଭେରେ ଦେଶର ୧୭୫ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଥିଲା । 

ସେହିପରି ଦେଶର ଶ୍ରେଷ୍ଠ ୧୨୫ଟି ଘରୋଇ  ଇଞ୍ଜିନିୟରିଂ କଲେଜକୁ ନେଇ ଏହି ସର୍ଭେ କରାଯାଇଥିଲା ।  ସର୍ଭେରେ ଆଇଟିଇଆର୍‌ ଦେଶର ଦ୍ୱିତୀୟ ଶ୍ରେଷ୍ଠ  ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଓ ପୂର୍ବ ଭାରତର ଶ୍ରେଷ୍ଠ  ଭାବେ ସ୍ଥାନିତ ହୋଇଛି । ୨୦୨୪ ଟାଇମ୍‌ସ ସର୍ଭେରେ  ମଧ୍ୟ ଆଇଟିଇଆର୍‌ ଦେଶର ପ୍ରମୁଖ ଇଞ୍ଜିନିୟରିଂ  କଲେଜଗୁଡ଼ିକ ମଧ୍ୟରେ ତୃତୀୟ  ସ୍ଥାନ ହାସଲ କରିଥିଲା । ଚଳିତ ବର୍ଷ  ର‌୍ୟାଙ୍କିଙ୍ଗରେ ଗବେଷଣା କ୍ଷେତ୍ରରେ  ଆଇଟିଇଆର୍‌ ଦେଶର ୩୦ଟି ଅନୁଷ୍ଠାନ  ମଧ୍ୟରେ ତୃତୀୟ ସ୍ଥାନ ଓ ପ୍ଲେସ୍‌ମେଣ୍ଟରେ  ଚତୁର୍ଥ ସ୍ଥାନ ହାସଲ କରିଛି ।  

ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ  ଇନ୍‌ଷ୍ଟିଚ୍ୟୁସନାଲ୍‌ ର‌୍ୟାଙ୍କିଙ୍ଗ ଫ୍ରେମୱର୍କ  (ଏନ୍‌ଆଇଆର୍‌ଏଫ୍‌ ) ର‌୍ୟାଙ୍କିଙ୍ଗ  ୨୦୨୪ରେ ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ  ଭାବେ ମାନ୍ୟତା ପାଇଛି । ୨୦୨୨ରେ ସୋଆକୁ ନାକ୍‌ ପକ୍ଷରୁ  ଏ ପ୍ଲସ ପ୍ଲସ୍‌ ପୁନଃସ୍ୱୀକୃତି ମିଳିଥିବା ବେଳେ ୟୁଜିସି ପକ୍ଷରୁ  କାଟାଗୋରୀ-୧ ଗ୍ରେଡେଡ୍‌ ଅଟୋନୋମୀର ମାନ୍ୟତା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.