ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

"ତାଳି ମାରିବା ପାଇଁ ଦୁଇ ହାତ ଦରକାର, ହେଲେ ଆମକୁ ପାକିସ୍ତାନଠୁ ସବୁବେଳେ ଶତ୍ରୁତା ମିଳିଛି" : CDS

Published By : Rasmita Pradhan | May 31, 2025 12:29 PM

ନୂଆଦିଲ୍ଲୀ, ୩୧/୦୫ : ସିଙ୍ଗାପୁରରେ ଆୟୋଜିତ ୨୨ତମ ଶାଂଗ୍ରୀ-ଲା ଡାଇଲଗ୍‌ରେ ବର୍ଷିଲେ ସିଡିଏସ୍ ଜେନେରାଲ୍ ଅନିଲ ଚୌହ୍ଵାନ। ପାକିସ୍ତାନକୁ ଦେଖାଇଲେ ଆଇନା। ସିଡିଏସ୍ ଜେନେରାଲ୍ ଚୌହ୍ଵାନ କହିଛନ୍ତି ଯେ, ଭାରତ ସବୁବେଳେ ପାକିସ୍ତାନକୁ ବନ୍ଧୁତାର ହାତ ବଢାଇଛି। ହେଲେ ପାକିସ୍ତାନଠୁ ସବୁବେଳେ ଶତ୍ରୁତା ମିଳିଛି। ଏବେ ଖାଲି ଭାରତ ବଦଳିନି, ରଣନୀତି ବି ବଦଳିଛି। ଭାରତ ଏବଂ ପାକିସ୍ତାନ ଭିତରେ ସମ୍ବନ୍ଧକୁ ନେଇ ଏବେ ଆମେ ବିନା ରଣନୀତିରେ କାମ କରୁନୁ। ଯେତେବେଳେ ସ୍ଵାଧିନତା ପାଇଥିଲୁ ସେତେବେଳେ ପାକିସ୍ତାନ ଆମ ତୁଳନାରେ ଆଗରେ ଥିଲା। ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ଆଗୁଆ ଥିଲା। ହେଲେ ବର୍ତ୍ତମାନ ଅର୍ଥିକ, ମାନବ ବିକାଶ ଏବଂ ସାମାଜିକ ସଦ୍ଭାବନା କ୍ଷେତ୍ରରେ ଭାରତ ଆଗରେ। ଏହା କେବଳ ସଂଯୋଗ ଯୋଗୁଁ ସମ୍ଭବ ହୋଇନି ବରଂ ଦୀର୍ଘକାଳୀନ ରଣନୀତି ଯୋଗୁଁ ସମ୍ଭବ ହୋଇପାରିଛି। 

ଭାରତ-ପାକିସ୍ତାନ ଭିତରେ ସମ୍ପର୍କକୁ ନେଇ ସିଡିଏସ୍ କହିଛନ୍ତି ଯେ, କୂଟନୈତିକ ସ୍ତରରେ ୨୦୧୪ରେ ଆମେ ପାକିସ୍ତାନ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିଥିଲୁ। ସେତେବେଳେ ପିଏମ୍ ମୋଦି ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ କ'ଣ ହେବ ? ତାଳି ଗୋଟଏ ହାତରେ ବାଜେନି। ଆମକୁ ପାକିସ୍ତାନ ଠାରୁ ସବୁବେଳେ ଶତ୍ରୁତା ମିଳିଛି। ତେଣୁ, ବର୍ତ୍ତମାନ ପାଇଁ ପୃଥକୀକରଣ ଏକ ଭଲ ରଣନୀତି ହୋଇପାରେ।

ସିଡିଏସ୍ ଜେନେରାଲ ଅନିଲ ଚୌହାନ କହିଛନ୍ତି ଯେ 'ଆମର ସମ୍ପୂର୍ଣ୍ଣ ଧ୍ୟାନ ଏବେ ଭାରତ ମହାସାଗର ଉପରେ। ବିଶେଷକରି ଉତ୍ତର ବଙ୍ଗୋପସାଗରରେ। ଆମର ଭୂରାଜନୈତିକ ପରିସ୍ଥିତି ଏପରି ଯେ ଆମେ ଉତ୍ତର ଦିଗରୁ କିଛି କରିପାରୁ ନାହୁଁ। କାରଣ ଚୀନ୍ ସହିତ ଉତ୍ତେଜନା ଜାରି ରହିଛି। ସେପଟେ ମିଆଁମାରରେ ଅସ୍ଥିରତା ଥିବାରୁ ଆମେ ପୂର୍ବ ଦିଗରେ ମଧ୍ୟ କିଛି କରିପାରୁ ନାହୁଁ। ଆମେ ରାଜନୈତିକ ଭାବରେ ମଧ୍ୟ ଏବଂ ପଶ୍ଚିମ ଏସିଆ ସହିତ ଜଡିତ, କିନ୍ତୁ ଭୂରାଜନୈତିକ ଦୃଷ୍ଟିରୁ ପୃଥକ। 

ପ୍ରକାଶ ଥାଉକି, ସିଙ୍ଗାପୁରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡିଏସ୍ ଅଷ୍ଟ୍ରେଲିଆ, ୟୁରୋପୀୟ ସଙ୍ଘ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେଶିଆ, ଜାପାନ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ବ୍ରିଟେନ ସମେତ ବହୁ ଦେଶର ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଏବଂ ସୈନ୍ୟ ନେତାଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ସୈନ୍ୟ ସହାୟତା ବୃଦ୍ଧି ଏବଂ ପ୍ରତିରକ୍ଷା ଚୁକ୍ତି ବିଷୟରେ ଆଲୋଚନା ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.