ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

Published By : Ankita S | May 31, 2025 10:57 AM

ନୂଆଦିଲ୍ଲୀ,୩୧/୦୫: ଦେଶରେ କରୋନା ଆତଙ୍କ ଦେଖାଦେଇଛି । ଦ୍ରୁତ ଗତିରେ ବଢୁଛି ସଂକ୍ରମଣ ମାମଲା । ଗତ ସପ୍ତାହେ ହେବ ଦେଶରେ ୨ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି। ଏହାରି ଭିତରେ ଦିଲ୍ଲୀରେ ପ୍ରଥମ କରୋଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରଥମ ମୁଣ୍ଡ ନେଇଛି କରୋନାର ନୂଆ ଭାରିଏଣ୍ଟ । ଜଣେ ୬୦ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି । 

ଦିଲ୍ଲୀ-ନୋଏଡ଼ା ଓ ଗାଜିଆବାଦରେ ବି କରୋନା ଦ୍ରୁତ ଗତିରେ ମାଡୁଛି । ଦିଲ୍ଲୀରେ ଗୋଟିଏ ଦିନରେ ୫୬ ନୂଆ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ମାମଲା ୨୦୦ ରହିଛି । ଦେଶରେ କରୋନାଜନିତ ମୃତ୍ୟୁ ୭ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ଜଣ ରହିଥିବାବେଳେ ଦିଲ୍ଲୀ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ ଓ ତାମିଲନାଡୁରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।

ଦିଲ୍ଲୀରେ କରୋନାରେ ଆଖି ବୁଜିଥିବା ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚେକ୍‌ଅପ ପରେ ତାଙ୍କୁ ଆକ୍ୟୁଟ ଇନଷ୍ଟାଇନ୍ ଅବଷ୍ଟ୍ରକସନ୍ ହୋଇଥିବା ଜଣାପଡିଥିଲା । ଏହାପରେ ସର୍ଜରୀ ହୋଇଥିଲା । ରୁଟିନ୍ ଚେକଅପ୍‌ରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ଦେଶରେ କରୋନା ସ୍ଥିତି-କୋଭିଡ଼-୧୯ର ନୂଆ ଭାରିଏଣ୍ଟ ଏଲଏଫ-୭ ଓ ଏନବି.୧୮.୧ ପୁଣି ଆତଙ୍କ ଖେଳାଇଛି । ବର୍ତ୍ତମାନ ଦେଶରେ ମୋଟ୍ ସକ୍ରିୟ ମାମଲା ୨୭୧୦ ରହିଛି । ଗତ ୨୪ ଘଣ୍ଟାରେ ୫୧୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ୨୫୫ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି । କେରଳରେ ସର୍ବାଧିକ ୧,୧୪୭ ମାମଲା ରହିଛି । ଏହାପରେ ୪୨୪ ମାମଲା ସହ ଦ୍ୱିତୀୟ ରହିଛି ମହାରାଷ୍ଟ୍ର । ଦିଲ୍ଲୀରେ ୨୯୪, ଗୁଜରାଟରେ ୨୨୩, କର୍ଣ୍ଣାଟକ ଓ ତାମିଲନାଡୁରେ ୧୪୮ ଲେଖାଏଁ ସଂକ୍ରମଣ କେସ୍ ରହିଛି । ପଶ୍ଚିମବଙ୍ଗରେ ୧୧୬ ସଂକ୍ରମିତ ରହିଛନ୍ତି । ଅଧିକାଂଶ ମାମଲା ମାଇଲ୍ଡ ରହିଛି । ଚିନ୍ତିତ ନହୋଇ ସତର୍କ ରହିବାକୁ କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । କରୋନାର ନୂଆ ଭାରିଏଣ୍ଟ ଏକ ମାରାତ୍ମକ ନୁହେଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.