ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ

Published By : Ankita S | May 31, 2025 1:54 PM

ଭୋପାଳ,୩୧/୦୫: ପହଲଗାମ ଆକ୍ରମଣ ସମାଜକୁ ଭାଗ ଭାଗ କରିବାକୁ ଏକ ଷଡ଼ଯନ୍ତ୍ର ଥିଲା । ଆତଙ୍କୀ ଭାରତର ନାରିଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ଏହା ତାଙ୍କ ବିନାଶ ଆଣିଲା । ଏବେ ବିରତ୍ୱର ପ୍ରତୀକ ପାଲଟିଛି । ଆତଙ୍କବାଦ ବିରୋଧରେ ଭାରତ ଇତିହାସରେ 'ସିନ୍ଦୂର' ସବୁଠୁ ବଡ଼ ସଫଳ ଅପରେସନ୍ ଥିଲା । ମଧ୍ୟପ୍ରଦେଶ ଗସ୍ତ କରି ଏକାଧିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନାରୀଶକ୍ତିର ପ୍ରତୀକ 'ସିନ୍ଦୂର'- ଏବେ ବିତତ୍ୱର ପ୍ରତୀକ ପାଲଟିଛି  'ସିନ୍ଦୂର ' । ନାରୀଶକ୍ତିର ସାମର୍ଥ୍ୟର ପ୍ରତୀକ ହୋଇଛି  'ସିନ୍ଦୂର ' । ଆମେ ସମସ୍ତ ଜାଣିଛୁ ବିଏସ୍‌ଏଫର ଏହି ଅପରେସନ୍‌ର ଭୂମିକା ରହିଛି । ରାଜସ୍ଥାନଠୁ ନେଇ ପଞ୍ଜାବ ଯାଏ ବିଏସ୍ଏଫ୍‌ର ଆମ ଝିଅ ମୋର୍ଚ୍ଚା ସମ୍ଭାଳିଥିଲେ । ସେମାନେ ସୀମାପାରରୁ ହେଉଥିବା ଫୟାରିଂର ମୁହଁତୋଡ ଜବାବ୍ ଦେଇଛନ୍ତି । ସୀମାରେ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେମାନେ ଦେଶ ସୁରକ୍ଷାରେ ପହରା ଦେଉଛନ୍ତି । କମାଣ୍ଡଠୁ ନେଇ କଣ୍ଟ୍ରୋଲ ସେଣ୍ଟର ଯାଏ, ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିବା ଯାଏ ଆମ ବିଏସ୍‌ଏଫ୍ ବୀର ଝିଅ ଅଦ୍ଭୂତ ଶୌର୍ଯ୍ୟ ଦେଖାଇଛନ୍ତି । ଆତଙ୍କୀ ଭାରତର ନାରିଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଯାତା ତାଙ୍କ ପାଇଁ କାଳ ହେଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ଆତଙ୍କବାଦ ବିରୋଧରେ ଲଢେଇ ସରିନାହିଁ । ପହଲଗାମରେ ଆତଙ୍କୀ କେବେଳ ରକ୍ତ ବୁହାଇ ନଥିଲେ ସେମାନେ ଆମ ସଂସ୍କୃତି,ପରମ୍ପରା ଉପରେ ପ୍ରହାର କରିଥିଲେ । ଯାହାର ପ୍ରତିଶୋଧ ନେଇଛି ଭାରତ । ସେମାନଙ୍କ ଘରେ ପଶି ଆଡ୍ଡାକୁ ଛାରଖାର କରିଛୁ । ଆତଙ୍କବାଦ ବିରୋଧରେ ଲଢେଇ ଏବେ ବି ଜାରି ରହିଛି ।'

ଏମ୍‌ପିରେ ପିଏମ୍‌ ମୋଦି- ଲୋକମାତା ଅହଲ୍ୟାବାଇଙ୍କ ୩୦୦ତମ ଜନ୍ମଜୟନ୍ତୀରେ ତାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି,'' ଶାସନର ପ୍ରକୃତ ଅର୍ଥ ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଉନ୍ନତି ଆଣିବା ବୋଲି ଅହଲ୍ୟାବାଇ ବିଶ୍ୱାସ କରୁଥିଲେ । ମାତୃଶକ୍ତି ବିଷୟରେ ସେ ଭାବୁଥିଲେ । ଝିଅଙ୍କ ବିକାଶ ପାଇଁ ବାଟ୍ କାଢୁଥିଲେ । ଚାଷୀଙ୍କ ରୋଜଗାର ବଢାଇବାକୁ ୩୦୦ବର୍ଷ ତଳେ କଟନ୍‌ ଓ ମସଲା ଚାଷକୁ ପ୍ରୋତ୍ସାହିତ କରିଥିଲେ । କେବେଳ ଧାନ, ଗହମ ନୁହେଁ ଦେଶର ଆବଶ୍ୟକତାକୁ ଧ୍ୟାନ ନେଇ ଉତ୍ପାଦ ବଢାଇବାକୁ ହେବ । ଆଜିର କାର୍ଯ୍ୟକ୍ରମ ତାଙ୍କର ସେହି ଚିନ୍ତାଧାରାକୁ ଆଗକୁ ନେଉଛି । ଆଜି ଇନ୍ଦୋରରେ ମେଟ୍ରୋ ଉଦଘାଟନ ହୋଇଛି । ଏୟାର ସର୍ଭିସରେ ଦାଟିଆ ଓ ସାତନା ଯୋଡ଼ି ହୋଇଛି । ସବୁ ପ୍ରକଳ୍ପ ମଧ୍ୟପ୍ରଦେଶରେ ବିକାଶ କରିବ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।'' 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.