ପ୍ରମୂଖ ଖବର
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

IPL କ୍ୱାଲିଫାୟର-୨ରେ ଏମିତି ମୁମ୍ବାଇର ଟ୍ରାକ୍ ରେକର୍ଡ, ୨ ଥର ଜିତିଛି ହେଲେ...

Published By : Ankita S | May 31, 2025 2:21 PM

ମୁମ୍ବାଇ,୩୧/୦୫: ଆଉ ଗୋଟିଏ ମ୍ୟାଚ । ମିଳିଯିବେ ଆଇପିଏଲ୍‌ର ଦୁଇ ଫାଇନାଲିଷ୍ଟ । ଆରସିବି ବିପକ୍ଷରେ କିଏ ଖେଳିବ ଚଳିତ ସିଜନ୍‌ର ଫାଇନାଲ ମୁକାବିଲା ? ଦ୍ବିତୀୟ କ୍ୱାଲିଫାୟର ପରେ ତାହା କ୍ଲିୟର ହୋଇଯିବ । ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କ୍ୱାଲିଫାୟର-୨ ଖେଳାଯିବ । ବିଜୟୀ ଦଳ ଫାଇନାଲ ଟିକେଟ୍ ହାତେଇବ । ପରାଜିତ ଦଳର ଅଭିଯାନ ସରିବ । ତେବେ ଆସନ୍ତୁ ଜାଣିବା ମୁମ୍ବାଇ ଇଣ୍ଡିଆନ୍ସର କ୍ୱାଲିଫାୟର-୨ରେ ଟ୍ରାକ୍ ରେକର୍ଡ ।

ଶୁକ୍ରବାର ମୁମ୍ବାଇ ଓ ଗୁଜରାଟ ମଧ୍ୟରେ ଏଲିମିନେଟର ମ୍ୟାଚ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୨୮ ରନ୍ କରିଥିଲା । ହିଟ୍‌ମ୍ୟାନ୍ ରୋହିତ ଶର୍ମା ୫୦ବଲ୍‌ରେ ୮୧ରନ୍‌ କରିଥିଲେ । ଯେଉଁଥିରେ ୯ ଚୌକା ଓ ୪ ଛକା ରହିଥିଲା । ସେହିପରି ବେୟାରଷ୍ଟୋ ୪୭ ରନ୍, ସୂର୍ଯ୍ୟକୁମାର ୩୩, ତିଲକ ବର୍ମା ୨୫ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୨ ରନ୍‌ କରିଥିଲେ । ଗୁଜରାଟକୁ ୨୨୯ରନ୍‌ର ଟାର୍ଗେଟ ଦେଇଥିଲା ମୁମ୍ବାଇ ।


ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଗୁଜରାଟ । ସାଇ ସୁଦର୍ଶନ ୪୯ ବଲ୍‌ରେ ୮୧ ରନ୍‌ କରିଥିଲେ । ଅଧିନାୟକ ଶୁବମନ୍‌ ଗିଲ ୧ ରନ୍ , ମେଣ୍ଡିସ୍‌ ୨୦ ରନ୍‌, ୱାଶିଂଟନ ସୁନ୍ଦର ୪୮, ରଦରଫୋର୍ଡ ୨୪ ରନ୍‌ କରିଥିଲେ । ହେଲେ ଲକ୍ଷ୍ୟ ହାସଲ କରିପାରିନଥିଲେ । ୬ ୱିକେଟ ହରାଇ ୨୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୦ରନ୍‌ରେ ଟାଇଟନ୍ସକୁ ହରାଇ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା ମୁମ୍ବାଇ । ଆସନ୍ତାକାଲି ପଞ୍ଜାବ ବିପକ୍ଷରେ କ୍ୱାଲିଫାୟର-୨ ଖେଳିବ ।

କ୍ୱାଲିଫାୟର-୨ରେ ମୁମ୍ବାଇ ଟ୍ରାକ୍ ରେକର୍ଡ-

୨୦୧୧ରେ ଏଲିମିନେଟର ଜିତିଥିଲା ମାତ୍ର କ୍ୱାଲିଫାୟର-୨ରେ ହାରିଥିଲା

୨୦୧୩ରେ କ୍ୱାଲିଫାୟର-୧ ହାରିଥିଲା ମାତ୍ର କ୍ୱାଲିଫାୟର-୨ ଜିତିଥିଲା

୨୦୧୭ କ୍ୱାଲିଫାୟର-୧ ହାରିଥିଲା ଏବଂ କ୍ୱାଲିଫାୟର-୨ ଜିତିଥିଲା

୨୦୨୩ ଏଲିମିନେଟର ମ୍ୟାଚ ଜିତିଥିଲା, କ୍ୱାଲିଫାୟର-୨ ହାରିଥିଲା

୨୦୨୩ ଏଲିମିନେଟର ଜିତିଛି, କ୍ୱାଲିଫାୟର-୨ ପରିଣାମ ବାକି ଅଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.