ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

IPL 2025; ମନ ଜିଣିଛନ୍ତି ୫ ଅନକ୍ୟାପ ପ୍ଲେୟାର, ପ୍ରଭସିମରନଙ୍କଠୁ ନେଇ ଦୀଗଭେଶ୍‌ଙ୍କ ଯାଏ

Published By : Ankita S | June 1, 2025 11:17 AM

ନୂଆଦିଲ୍ଲୀ,୦୧/୦୬: ସରି ସରି ଆସୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଆଉ ଦୁଇ ମ୍ୟାଚ ପରେ ମିଳିଯିବ ଚଳିତ ଆଇପିଏଲ ଚମ୍ପିଆନ । ଏହି ସିଜନରେ ବହୁ ଟ୍ୟାଲେଣ୍ଟେଡ ପ୍ଲେୟାର ସାମ୍ନାକୁ ଆସିଛନ୍ତି । ଯାହାଙ୍କୁ କ୍ରିକେଟ ଭବିଷ୍ୟତ ଭାବେ ଦେଖିବାକୁ ମିଳିଛି । ପ୍ରଭସିମରନଙ୍କଠୁ ନେଇ ଦୀଗଭେଶ୍‌ ରାଠୀଙ୍କ ଯାଏ ୫ ଅନକ୍ୟାପ ପ୍ଲେୟାର ରହିଛନ୍ତି ଯିଏକି ଇମ୍ପ୍ରେସ କରିଛନ୍ତି ।

ପ୍ରଭସିମରନ ସିଂହ- ପଞ୍ଜାବ କିଙ୍ଗସ୍‌ରେ ଜଣେ ଷ୍ଟାର ବ୍ୟାଟର ପ୍ରଭସିମରନ ସିଂହ । ଚଳିତ ଆଇପିଏଲରେ ସେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି । ସେ ଏଯାବତ ୧୪ ମ୍ୟାଚରେ ୪୯୯ ରନ୍‌ କରିଛନ୍ତି । ଷ୍ଟ୍ରାଇକ ରେଟ୍‌ ୧୬୫.୭୮ରେ ୪ ଅର୍ଦ୍ଧଶତକ ରହିଛି । ଚଳିତ ଆଇପିଏଲରେ ସେ ୫୩ଟି ଚୌକା ଓ ୨୭ ଛକା ମାରିଛନ୍ତି ।

ପ୍ରିୟାଂଶୁ ଆର୍ଯ୍ୟ- ଶ୍ରେୟାସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗସ୍‌ର ଆଉ ଜଣେ ଷ୍ଟାର ଯୁବ ବ୍ୟାଟ୍ସମ୍ୟାନ ପ୍ରିୟାଂଶୁ ଆର୍ଯ୍ୟ । ସେ ତାଙ୍କ ବ୍ୟାଟିଂ ଷ୍ଟାଇଲରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ବମହାତୀ ବ୍ୟାଟ୍ସମ୍ୟାନ ୧୪ ମ୍ୟାଚରେ ୪୨୪ ରନ୍‌ କରିଛନ୍ତି । ୧୮୩.୫୪ ଷ୍ଟ୍ରାଇକ୍‌ ରେଟ୍‌ରେ ତାଙ୍କ ନାମରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ରହିଛି ।

ବୈଭବ ଅରୋରା- କୋଲକାତା ନାଇଟ୍ ରାଇଡର୍ସର ଷ୍ଟାର ବୋଲର ବୈଭବ ଅରୋରା । ସେ ୧୨ ମ୍ୟାଚରେ ୧୭ ୱିକେଟ ନେଇଛନ୍ତି । ଦଳ ପାଇଁ ସେ ୱିକେଟର ଟେକର, ଷ୍ଟ୍ରାଇକିଙ୍ଗ ଇନ୍ କ୍ରଞ୍ଚ ପ୍ଲେୟାର ସାବ୍ୟସ୍ତ ହୋଇଛନ୍ତି ।

ବିପ୍ରଜ ନିଗମ- ଦିଲ୍ଲୀ କ୍ୟାପିଟାଲ୍ସର ବିପ୍ରଜ ନିଗମ ଚଳିତ ସିଜନରେ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ସେ ୧୩ ଇନିଂସରେ ୧୧ ୱିକେଟ ହାସଲ କରିଛନ୍ତି । ୧୮/୨ ତାଙ୍କର ବେଷ୍ଟ ଥିଲା । ଏହା ସହିତ ୮ ଇନିଂସରେ ୧୪୨ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍‌ ରେଟ ୧୭୯.୭୪ ରହିଛି । ବିପ୍ରଜକୁ କ୍ରିକେଟର ଭବିଷ୍ୟତ ଭାବେ ଦେଖାଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.