ନୂଆଦିଲ୍ଲୀ,୦୨/୦୬: ମ୍ୟାଚରେ ହାର ଜିତ୍ ତ ଲାଗି ରହିଥାଏ । ଜଣେ ହାରେ ଜଣେ ଜିତେ । ଏହା ତ ନିୟମ । ହେଲେ ଜବରଦସ୍ତ କମବ୍ୟାକ କରି ଯେବେ ଏକ ଟିମ୍ ଆସିଥାଏ ତା ପାଇଁ ପରାଜୟ ସହିବା କଷ୍ଟକର ହୋଇଥାଏ । ମ୍ୟାଚ ପରିମାଣକୁ ଗ୍ରହଣ କରିବା ତା ପାଇଁ ସହଜ ହୋଇନଥାଏ । ଠିକ୍ ଯେମିତି ମୁମ୍ବାଇ ଇଣ୍ଡିଆନ୍ସ । ଆଇପିଏଲରେ ୫ଥର ଟ୍ରଫି ଜିତିଥିବା ମୁମ୍ବାଇ ଚଳିତ ସିଜିନରେ ଆରମ୍ଭ ସ୍ଲୋ ହୋଇଥିଲା ହେଲେ ଜବରଦସ୍ତ କମବ୍ୟାକ କରି ଦ୍ୱିତୀୟ କ୍ୱାଲିଫାୟର ଖେଳିଥିଲା ।
ପଞ୍ଜାବ ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟରରେ ପରାସ୍ତ ହୋଇ ଫାଇନାଲରେ ପ୍ରବେଶ କରିପାରି ନଥିଲା ମୁମ୍ବାଇ । ଏହାପରେ ଗ୍ରାଉଣ୍ଡରେ ଭାବବିହ୍ୱଳ ହୋଇପଡିଥିଲେ ଅଧିନାୟକ । ଏହି ସମୟରେ ପଞ୍ଜାବର ଷ୍ଟୋଇନିସ୍ ତାଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ବେଶ୍ ପ୍ରଶଂସା କରିଛନ୍ତି ଦର୍ଶକ । ମ୍ୟାଚ ଜିତିବା ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଷ୍ଟାଇନିସ୍ ।
ମଙ୍ଗଳବାର ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ହୋଇଥିଲା । ବର୍ଷା ପାଇଁ ଟସ୍ ପଡ଼ିବାର ୨ ଘଣ୍ଟା ୧୫ ମିନିଟ୍ ପରେ ମ୍ୟାଚ ଆରମ୍ଭ ହୋଇଥିଲା । ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ପଞ୍ଜାବ । ୬ ୱିକେଟ ହରାଇ ୨୦୩ କରିଥିଲା ମୁମ୍ବାଇ । ରୋହିତ ଶର୍ମା ୮, ବେୟାରଷ୍ଟୋ ୩୮ରନ୍, ସୂର୍ଯ୍ୟକୁମାର ଯାଦବ ୪୪ରନ୍ କରିଥିଲେ । ସେହିପରି ତିଳକ ବର୍ମା ୪୪ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ କରିଥିଲେ । ୨୦୪ ରନ୍ ଟାର୍ଗେଟ ପାଇଥିବା ପଞ୍ଜାବ ୫ ୱିକେଟରେ ଜିତିଥିଲା । ଆୟରଙ୍କୁ ଅଟକାଇବା ମୁମ୍ବାଇ ପାଇଁ ମୁସ୍କିଲ ହୋଇଥିଲା । ଅଧିନାୟକତ୍ୱ ପାଳି ଖେଳି ଦଳକୁ ୧୧ ବର୍ଷ ପରେ ଫାଇନାଲରେ ପହଞ୍ଚାଇଥିଲେ ଆୟର । ସେ ୮ଟି ଛକା ସହ ଅପରାଜିତ ୮୭ ରନ୍ କରିଥିଲେ ।