ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍

Published By : Prameya | June 3, 2025 8:06 AM

ଅହମ୍ମଦାବାଦ,୦୩/୦୬: ଦୀର୍ଘ ୭୨ଦିନ ଓ  ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ପରେ ଚଳିତ ଆଇପିଏଲ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ । ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫାଇନାଲ୍‌ ମ୍ୟାଚ୍‌ । ପଞ୍ଜାବ  କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୋଟେରା  (ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌)ରେ ଟ୍ରଫି ପାଇଁ ସାମ୍ନା ସାମ୍ନି  ହେବେ । ପୁଣି ଏକ ରୋମାଞ୍ଚକର ମୁକାବିଲା ସହ ନୂଆ  ବିଜେତାଙ୍କ ଆବିର୍ଭାବ ଘଟିବ । ଉଭୟ ଦଳ ପ୍ରଥମ ଟ୍ରଫି ସ୍ୱପ୍ନ ପୂରଣ ପାଇଁ ବ୍ୟାକୁଳ । ତେଣୁ ଆଜି ଏକ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ପଞ୍ଜାବ କିଙ୍ଗ୍‌ସ ୧୭ ବର୍ଷର ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି ।  ପୂର୍ବରୁ ଦଳ ୨୦୧୪ରେ ଫାଇନାଲ୍‌ ଖେଳି କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ୨୦୦୯,  ୨୦୧୧ ଓ ୨୦୧୬ ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ଚାମ୍ପିଅନ୍‌ ହୋଇ ନାହାନ୍ତି । ଲିଗ୍‌ ଓ ପ୍ଲେ- ଅଫ୍‌ରେ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସର ପଲା ଭାରି ମନେ ହେଉଛି । କିନ୍ତୁ ପଞ୍ଜାବ କିଙ୍ଗ୍‌ସ  ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତିବଦ୍ଧ । 

ଲିଗ୍‌ ଓ ପ୍ଲେ-ଅଫ୍‌ ଶେଷ ହେବା ପରେ ଆଉ  ଉଭୟ ଦଳର ପ୍ରଦର୍ଶନକୁ ନେଇ ଆଲୋଚନା କରିବାର  ଆବଶ୍ୟକତା ନାହିଁ । କେବଳ ଆଜିର ପ୍ରଦର୍ଶନ  ଉପରେ ସବୁ ନିର୍ଭର କରୁଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଭଳି ପଞ୍ଜାବ କିଙ୍ଗ୍‌ସ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଶେଷ  ପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଛି । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର  ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସକୁ ୮ୱିକେଟ୍‌ରେ  ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ପଞ୍ଜାବ କିଙ୍ଗ୍‌ସ ଦ୍ୱିତୀୟ କ୍ୱାଲିଫାୟରରେ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୫ୱିକେଟ୍‌ରେ ହରାଇଥିଲା । ଉକ୍ତ ମ୍ୟାଚ୍‌ରେ ଶ୍ରେୟାସ ଆୟରଙ୍କ ମ୍ୟାଚ ବିଜୟୀ ଇନିଂସ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ  ରହିବ । କିନ୍ତୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ  ଆୟରଙ୍କ ବ୍ୟାଟ୍‌ ଚୁପ୍‌ ରହୁଥିବା ପଞ୍ଜାବ କିଙ୍ଗ୍‌ସ  ପାଇଁ ଚିନ୍ତାର ବିଷୟ । ଇତି ମଧ୍ୟରେ ଉଭୟ ଦଳ  ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ୩ଟି ଯାକ ମ୍ୟାଚରେ ଆୟର ଯଥାକ୍ରମେ ୭, ୬ ଓ ୨ ରନ  ସଂଗ୍ରହ କରିଛନ୍ତି । ଆଜି ଆୟରଙ୍କ ପ୍ରଦର୍ଶନ ଉପରେ ପଞ୍ଜାବ କିଙ୍ଗ୍‌ସର ଭାଗ୍ୟ ନିର୍ଭର କରିବ । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଶ୍‌ ସନ୍ତୁଳିତ ଓ ଶକ୍ତିଶାଳୀ । ବ୍ୟାଟିଂ ବିଭାଗ ଫର୍ମରେ ରହିଛି । ଜୋସ ହାଜେଲଉଡ୍‌ଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ମଧ୍ୟ ସୁଦୃଢ଼ କରିଛି । ଏହି ତୁଳନାରେ ଦେଖିବାକୁ ଗଲେ ପଞ୍ଜାବ କିଙ୍ଗ୍‌ସର ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ । ମାର୍କୋ  ଜାନସେନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଖେଳିବା ପାଇଁ ଦଳ ଛାଡ଼ିବା ପରେ ପଞ୍ଜାବ କିଙ୍ଗ୍‌ସର ବୋଲିଂ  ବିଭାଗରେ ସେଭଳି ସନ୍ତୁଳନ ନାହିଁ । ତଥାପି ଆୟର ପେସ୍‌ ବୋଲରଙ୍କୁ ଚତୁରତାର ସହ ପ୍ରୟୋଗ କରୁଥିବା  ଦେଖିବାକୁ ମିଳିଛି । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ  ମ୍ୟାଚ୍‌ରେ ମାର୍କସ ଷ୍ଟଇନିସ୍‌ଙ୍କୁ ବୋଲିଂ କରାଇ ରୋହିତ  ଶର୍ମାଙ୍କୁ ଆଉଟ କରିବା ଏହାର ବଡ଼ ଉଦାହରଣ । 

ମୋଟେରାରେ ଆୟର ଓ ହାଜେଲଉଡଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିପାରେ । ଗତ ୩ଟି  ମ୍ୟାଚରେ ଆୟରଙ୍କୁ ହାଜେଲଉଡ୍‌ ୨ଥର ଆଉଟ୍‌ କରିଛନ୍ତି । ଆଜି ୟୁଝବେନ୍ଦ୍ର ଚହଲଙ୍କ ଉପରେ ନଜର  ରହିବ । ସେ ପୂର୍ବରୁ ୮ବର୍ଷ ଧରି ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିଥିଲେ । ୨୦୧୬ରେ ସେ ରୟାଲ୍‌  ଚ୍ୟାଲେଞ୍ଜର୍ସ ପକ୍ଷରୁ ଫାଇନାଲ୍‌ ମଧ୍ୟ ଖେଳିଥିଲେ ।  ଏଥର ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ସେ ଖେଳିବେ ।  ତାଙ୍କ ବୋଲିଂ ପଞ୍ଜାବ କିଙ୍ଗ୍‌ସର ଭାଗ୍ୟ ବଦଳାଇ  ପାରିବ । ସେ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ବିପକ୍ଷରେ ୧୧ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା  ସମ୍ଭାବନା ନାହିଁ । କେବଳ ଟିମ୍‌ ଡେଭିଡଙ୍କ ଫିଟ୍‌ନେସ୍‌  ଉପରେ ସବୁ ନିର୍ଭର କରୁଛି । ସେ ଆଜି ଫିଟ୍‌  ଘୋଷିତ ହେଲେ ଏକାଦଶକୁ ଫେରିବେ ଓ ଲାଏମ  ଲିଭିଙ୍ଗଷ୍ଟୋନ ଏକାଦଶରୁ ବାଦ ପଡ଼ିବେ। 

ଆଜି ସେଣ୍ଟର ପିଚରେ ଫାଇନାଲ୍‌ ମ୍ୟାଚ୍‌  ଖେଳାଯିବ । ଏହି ପିଚ୍‌ ଉଭୟ ନାଲି ଓ କଳାମାଟିର  ମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ପିଚ୍‌ରେ  ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ ସାମ୍ନା ସାମ୍ନି  ହୋଇଥିଲେ । ଆୟର ଅପରାଜିତ ୯୭ ରନ୍‌ର ଇନିଂସ  ଖେଳିଥିଲେ ଓ ପଞ୍ଜାବ କିଙ୍ଗ୍‌ସ ଜିତିଥିଲା । ଏଠାରେ  ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହେବାର ରେକର୍ଡ ରହିଥିଲେ ହେଁ ଆଜି ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  ଅପରାହ୍ଣରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।  ମାତ୍ର ଏହା ମ୍ୟାଚ୍‌ ଅଟକାଇବ ନାହିଁ । ଫାଇନାଲ୍‌ ଏକ  ରିଜର୍ଭ ଦିବସ ରଖାଯାଇଛି ।

ସମ୍ଭାବ୍ୟ ଦ୍ୱାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ  କୋହଲି, ମୟଙ୍କ ଅଗରୱାଲ୍‌, ରଜତ ପାତିଦାର  (ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ/ଟିମ ଡେଭିଡ୍‌, ଜିତେଶ ଶର୍ମା, ରୋମାରିଓ ସେଫର୍ଡ,  କୃନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟଶ ଦୟାଲ,  ଜୋସ ହାଜେଲଉଡ୍‌, ସୂୟାଶ ଶର୍ମା । 

ପଞ୍ଜାବ କିଙ୍ଗ୍‌ସ: ପ୍ରଭସିମରନ ସିଂହ, ପ୍ରିୟାଂଶ  ଆର୍ଯ୍ୟ, ଜୋସ ଇଂଲିଶ, ଶ୍ରେୟାସ ଆୟର  (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ  ସିଂହ, ମାର୍କସ ଷ୍ଟଇନିସ, ଅଜମତୁଲ୍ଲା ଓମାରଜାଇ,  ହରପ୍ରୀତ ବ୍ରାର, କେଲି ଜାମିସନ, ୟୁଝବେନ୍ଦ୍ର  ଚହଲ, ବିଜୟ କୁମାର ବୈଶାଖ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.