ପ୍ରମୂଖ ଖବର
  • କଳିଙ୍ଗନଗର : ମଝିଆଁ ଭାଇର ଖଣ୍ଡା ଚୋଟରେ ବଡ଼ ଭାଇ ଗୁରୁତର
  • ||
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ

Published By : Prameya | June 3, 2025 1:43 PM

ନୂଆଦିଲ୍ଲୀ,୦୩/୦୬: ସେପ୍ଟେମ୍ବର ୩୦ ତାରିଖରୁ ଭାରତ  ଓ ଶ୍ରୀଲଙ୍କାରେ ଆୟୋଜିତ ହେବ  ମହିଳା ଦିନିକିଆ ବିଶ୍ୱକପ୍‌-୨୦୨୫ । ଆଇସିସି ପକ୍ଷରୁ ଏହାର ତାରିଖ  ଓ ଭେନ୍ୟୁ ଘୋଷଣା କରାଯାଇଛି । 

ଶ୍ରୀଲଙ୍କାର କେବଳ କଲମ୍ବୋ  ଏବଂ ଭାରତରେ ବେଙ୍ଗାଲୁରୁ, ଗୌହାଟୀ, ଇନ୍ଦୋର, ଓ ବିଶାଖାପଟନମ  ଟୁର୍ଣ୍ଣାମେଣ୍ଟର ମୋଟ୍‌ ୩୧ଟି ମ୍ୟାଚ୍‌ ଖେଳାଯିବ । ସେପ୍ଟେମ୍ବର ୩୦ ତାରିଖରୁ  ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ ।  ଆକ୍ଟୋବର ୨୯ ଓ ୩୦ ତାରିଖରେ  ସେମି ଫାଇନାଲ ଏବଂ ନଭେମ୍ବର ୨ ତାରିଖରେ ଫାଇନାଲ ଖେଳାଯିବ । ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ,  ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ,  ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌  ଖେଳିବେ । ପ୍ରତ୍ୟେକ ଦଳ ପରସ୍ପରକୁ  ଥରେ ଲେଖାଏଁ ଭେଟିବେ । ଶ୍ରେଷ୍ଠ ୪ଟି  ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ ।  

ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର  କ୍ରୀଡ଼ାସୂଚୀ ଘୋଷଣା କରାଯିବ । ପାକିସ୍ତାନ  ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛି । ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନିୟମ  ଅନୁସାରେ ଭାରତୀୟ ଦଳକୁ ପାକିସ୍ତାନକୁ  କିମ୍ବା ପାକିସ୍ତାନ ଦଳ ଭାରତ ଗସ୍ତ କରିବ  ନାହିଁ । ତେଣୁ ସେମାନେ ନିରପେକ୍ଷ  ଭେନ୍ୟୁରେ ଖେଳିବେ । ଯେହେତୁ ଶ୍ରୀଲଙ୍କା  ସହ ଆୟୋଜକ ରହିଛି, ତେଣୁ ପାକିସ୍ତାନ  ଦଳ ତା’ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ । ଯଦି ନକ୍‌ ଆଉଟ୍‌ ସୂଚୀ  ଭାରତୀୟ ଭେନ୍ୟୁରେ ହୋଇଥାଏ ଏବଂ  ପାକିସ୍ତାନ ନକ ଆଉଟ୍‌କୁ ଉନ୍ନୀତ ହୁଏ  ତେବେ ଭେନ୍ୟୁ ପରିବର୍ତ୍ତନ କରାଯିବ ।  ଅର୍ଥାତ ପାକିସ୍ତାନ ଫାଇନାଲ ପର୍ଯ୍ୟନ୍ତ  ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ହିଁ ଖେଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.