ନୂଆଦିଲ୍ଲୀ,୦୩/୦୬: ଜୁନ ୬ ତାରିଖରୁ ଶ୍ରୀଲଙ୍କାରେ ମହିଳା ଏସିଆ କପ୍ ଆୟୋଜିତ ହେବାର ସୂଚୀ ରହିଥିଲା । କିନ୍ତୁ ଏସିଆ କ୍ରିକେଟ୍ କାଉନସିଲ (ଏସିସି) ପକ୍ଷରୁ ସୋମବାର ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ଘୋଷଣା କରାଯାଇଛି । ଶ୍ରୀଲଙ୍କାରେ ଏବେ ବର୍ଷା ହେଉଛି । ତା’ ସହିତ ଦେଶରେ ଚିକୁନଗୁନିଆ ସଂକ୍ରମଣ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବାରୁ ଏବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଉପଯୁକ୍ତ ସମୟ ନୁହେଁ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତି ସାମି ସିଲଭା ଏସିସିକୁ ପତ୍ର ଲେଖି ଜଣାଇଥିଲେ । ପତ୍ର ପାଇବା ପରେ ଏସିସି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା । ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏସିସି ପକ୍ଷରୁ କୁହାଯାଇଛି ।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...