ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର କ୍ୱାଲିଫାୟର-୨ ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ଜିତିବା ପାଇଁ ୨୦୪ ରନର ଟାର୍ଗେଟ ଦେଇଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ପଞ୍ଜାବ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ୨୦ ଓଭର ସୁଦ୍ଧା ୬ ୱିକେଟ୍ ହରାଇ ୨୦୩ ରନ ସଂଗ୍ରହ କରିଥିଲା।
ମୁମ୍ୱାଇ ତରଫରୁ ତିଲକ ବର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ୪୪-୪୪ ରନର ଇନିଂସ ଖେଳିଥିଲେ। ଜନି ବେୟାରଷ୍ଟୋ ୩୮ ରନ କରିଥିଲେ। ପଞ୍ଜାବ ତରଫରୁ ଆଜମତୁଲ୍ଲା ଉମରଜାଇ ୨ ୱିକେଟ୍ ପାଇଥିଲେ। କାଇଲ୍ ଜାମିସନ୍, ମାର୍କସ୍ ଷ୍ଟୋଇନିସ୍ ଏବଂ ବିଜୟକୁମାର ବୈଶାଖ ଏବଂ ୟୁଜଭେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।