ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

France Open 2025: ପ୍ରି-କ୍ୱାର୍ଟରରେ ସ୍ୱିଟେକ, ସାବାଲେଙ୍କା, ରୁନେ, ମୁସେଟ୍ଟି

Published By : Prameya | May 31, 2025 11:07 AM

ପ୍ୟାରିସ୍‌,୩୧/୦୫: ଚଳିତ  ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ର ଷଷ୍ଠ ଦିବସରେ ବିପର୍ଯ୍ୟୟ ଘଟିନଥିଲେ ହେଁ ଅନେକ  ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଛି ।  ବିଶେଷ କରି ପୁରୁଷ ବର୍ଗରେ ଅଧିକାଂଶ  ମ୍ୟାଚ୍‌ ଫଳାଫଳ ବାହାରିବାକୁ ୩ଘଣ୍ଟାରୁ  ଅଧିକ ସମୟ ଲାଗିଛି । ମହିଳା ବର୍ଗରେ ତାରକା ଖେଳାଳିମାନେ ଆଧିପତ୍ୟ ଜାରି  ରଖିଛନ୍ତି । ଟପ୍‌ ସିଡ୍‌ ଅର୍ନ୍ୟା ସାବାଲେଙ୍କା, ଡିଫେଣ୍ଡିଂ ଚାମ୍ପିଅନ୍‌ ଇଗା ସ୍ୱିଟେକ ପ୍ରମୁଖ ସହଜ ବିଜୟ ହାସଲ କରି ପ୍ରି-କ୍ୱାର୍ଟର  (ଚତୁର୍ଥ ରାଉଣ୍ଡ୍‌)ରେ ସ୍ଥାନ ପକ୍କା କରିଛନ୍ତି ।  

ମହିଳା ସିଙ୍ଗଲ୍ସ ତୃତୀୟ  ରାଉଣ୍ଡ୍‌ରେ ଟପ ସିଡ୍‌  ସାବାଲେଙ୍କାଙ୍କ ଆଧିପତ୍ୟ  ଜାରି ରହିଥିଲା । ସେ ମ୍ୟାଚ  ଆରମ୍ଭରୁ ଶେଷ ପର୍ଯ୍ୟନ୍ତ  ପ୍ରଭାବ ବିସ୍ତାର କରି ଖେଳି  ସହଜ ବିଜୟ ହାସଲ  କରିଥିଲେ । ସର୍ବିୟାର ଓଲଗା  ଡାନିଲୋଭିକ୍‌ଙ୍କୁ ୬-୨,  ୬-୩ ସେଟ୍‌ରେ ହରାଇବା  ପାଇଁ ସାବାଲେଙ୍କାଙ୍କୁ ମାତ୍ର  ୧ଘଣ୍ଟା ୧୯ମିନିଟ ଲାଗିଥିଲା ।  ସେହିପରି ଡିଫେଣ୍ଡିଂ ଚାମ୍ପିଅନ୍‌ ସ୍ୱିଟେକ  ୧ଘଣ୍ଟା ୫୪ମିନିଟ୍‌ ମଧ୍ୟରେ ରୋମାନିଆର  ଜାକଲିନ ଖ୍ରୀଷ୍ଟିଆନଙ୍କୁ ୬-୨, ୭-୫  ସେଟ୍‌ରେ ପରାସ୍ତ କରିଥିଲେ । ଅଷ୍ଟମ ସିଡ୍‌  ତଥା ଅଲିମ୍ପିକ ଚାମ୍ପିଅନ୍‌ କ୍ୱିନେନ ଝେଙ୍ଗ  ମଧ୍ୟ ୮୬ମିନିଟ୍‌ ମଧ୍ୟରେ ତୃତୀୟ ରାଉଣ୍ଡ  ମୁକାବିଲା ଜିତି ପ୍ରି-କ୍ୱାର୍ଟରରେ ସ୍ଥାନ ପକ୍କା  କରିଥିଲେ । ସେ କାନାଡ଼ାର ଭିକ୍ଟୋରିଆ  ମବୋକୋଙ୍କୁ ୬-୩, ୬-୪ ସେଟ୍‌ରେ  ହରାଇଥିଲେ । ଅନ୍ୟ ତୃତୀୟ ରାଉଣ୍ଡ୍‌  ମ୍ୟାଚ୍‌ରେ ୧୬ତମ ସିଡ୍‌ ଆମଣ୍ଡା  ଆମିନିସୋଭା ୭-୬(୭-୪),  ୬-୪ ସେଟ୍‌ରେ କ୍ଲାରା ଟସନଙ୍କୁ  ଓ ଲୁଡମିଲା ସାମସୋନୋଭା  ୬-୨, ୬-୩ ସେଟ୍‌ରେ ଡାରିୟା  ୟାସ୍ତ୍ରେମସ୍କାଙ୍କୁ ପରାସ୍ତ କରିଥିଲେ ।  

ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ୍‌ରେ ଦଶମ ସିଡ୍‌ ହୋଲଗର ରୁନେ ସଂଘର୍ଷପୂର୍ଣ୍ଣ  ବିଜୟ ହାସଲ କରିଥିଲେ । ଫ୍ରାନ୍ସର  କ୍ୱେଣ୍ଠିନ ହେଲିସ୍‌ଙ୍କ ବିପକ୍ଷରେ ରୁନେ  ୪-୬, ୬-୨, ୫-୭, ୭-୫, ୬-୨  ସେଟ୍‌ରେ ବିଜୟ ହାସଲ କରିଥିଲେ ।  ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୩ଘଣ୍ଟା ୧୯ମିନିଟ୍‌ ଲାଗିଥିଲା । ଅଷ୍ଟମ ସିଡ୍‌  ମୁସେଟ୍ଟି ମଧ୍ୟ ୩ଘଣ୍ଟା ୨୫ ମିନିଟ୍‌ ଧରି  ଲଢ଼େଇ କରିବା ପରେ ଆର୍ଜେଣ୍ଟିନାର  ମାରିଆନୋ ନାଭୋନଙ୍କୁ ୪-୬, ୬-୪,  ୬-୩, ୬-୨ ସେଟ୍‌ରେ ହରାଇଥିଲେ । ଦ୍ୱାଦଶ ସିଡ୍‌ ଟମି ପଲ୍‌ ଓ ୨୪ତମ  ସିଡ୍‌ କାରେନ କାଚାନୋଭଙ୍କ  ମଧ୍ୟରେ ୪ଘଣ୍ଟା ୭ ମିନିଟ୍‌  ଧରି ଘମାଘୋଟ ଲଢ଼େଇ  ହୋଇଥିଲା । ଶେଷରେ ପଲ ୬-୩,  ୩-୬, ୭-୬(୯-୭), ୩-୬, ୬-୩  ସେଟ୍‌ରେ ଜିତି କାଚାନୋଭଙ୍କୁ ବିଦାୟ ରାସ୍ତା  ଦେଖାଇଥିଲେ । ୨୫ତମ ସିଡ୍‌ ଆଲେକ୍ସି  ପପିରିନ ୩ଘଣ୍ଟା ୧ ମିନିଟ୍‌ର ସଂଘର୍ଷ ପରେ  ନ୍ୟୁନୋ ବୋର୍ଜେସଙ୍କୁ ୬-୪, ୭-୬(୧୩- ୧୧), ୭-୬(୭-୫) ସେଟ୍‌ରେ ହରାଇ  ପ୍ରି-କ୍ୱାର୍ଟରରେ ପ୍ରବେଶ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.