ପ୍ରମୂଖ ଖବର
  • ସେପ୍ଟେମ୍ବର ୩୦ରୁ ମହିଳା ଦିନିକିଆ ବିଶ୍ୱକପ୍, ଭାରତ-ଶ୍ରୀଲଙ୍କା କରିବେ ଆୟୋଜନ
  • ||
  • କଟକ: ରାଜ୍ୟ ଖାଉଟି କମିଶନ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରୀ ନୀତି ନିର୍ଘଣ୍ଟ ନେଇ ବାଜିପାରେ ମୋହର
  • ||
  • ନବରଙ୍ଗପୁର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଶ୍ରମିକଙ୍କ ଜୀବନ
  • ||
  • ଶଙ୍ଖ ଭବନରେ ବିଜେଡିର ବଡ଼ ବୈଠକ, ସରକାର ବର୍ଷେ ପୂର୍ତ୍ତି ଉତ୍ସବ ସହ ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା
  • ||
  • ଖରାପ ପାଗ ଏବଂ ଚିକୁନଗୁନିଆ ସଂକ୍ରମଣ ଯୋଗୁଁ ମହିଳା ଏସିଆ କପ୍‌ ସ୍ଥଗିତ
  • ||
  • ବିଶ୍ୱ ସାଇକେଲ ଦିବସ; ପେଁ ପାଁରେ ହଜିନି କ୍ରିଂ କ୍ରିଂ କ୍ରିଂ...ଫିଟନେସ୍‌ ପାଇଁ ପାଲଟିଛି ପ୍ରଥମ ପସନ୍ଦ
  • ||
  • ଛେଣ୍ଡିପଦା: ବିପଦରେ ଗଜରାଜ, ସୋଲାର କରେଣ୍ଟରେ ହାତୀ ମୃତ
  • ||
  • ଚନ୍ଦନେଶ୍ଵର: ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ, ୨ ଗିରଫ
  • ||
  • ବାଙ୍କୀ: ବାଲି ବୋଝେଇ ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତାରୋକ କଲେ ଗ୍ରାମବାସୀ
  • ||
  • ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଦ୍ଧ ଭୟ: ଦୀର୍ଘ ୮୦ ବର୍ଷ ପରେ ଘାରିଛି ଆଶଙ୍କା, ଋଷ-ଆମେରିକା, ପରମାଣୁ ଅସ୍ତ୍ର ମୁଖ୍ୟ କାରଣ
  • ||
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

France Open 2025: ପ୍ରି-କ୍ୱାର୍ଟରରେ ସିନର, ଭେରେଭ, ପେଗୁଲା

Published By : Prameya | June 1, 2025 10:33 AM

ପ୍ୟାରିସ୍‌, ୦୧/୦୬: ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ର ସପ୍ତମ ଦିବସ ରୋମାଞ୍ଚପୂର୍ଣ୍ଣ  ରହିଛି । ଟପ୍‌ ସିଡ୍‌ ଜାନିକ ସିନର, ପୂର୍ବତନ  ରନର୍ସ ଅପ୍‌ ଆଲେକଜାଣ୍ଡର ଭେରେଭ, ଜେସିକା  ପେଗୁଲା, ମୀରା ଆନ୍ଦ୍ରିଭା ପ୍ରମୁଖ ବିଜୟ ଜାରି  ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି ।  ସିଡେଡ୍‌ ଖେଳାଳିଙ୍କ ମଧ୍ୟରେ କେବଳ ଦଶମ ସିଡ୍‌ ପାଓଲା ବଡ଼ୋଶା ପରାଜିତ ହୋଇ  ବିଦାୟ ନେଇଛନ୍ତି । 

ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡ୍‌ରେ ତୃତୀୟ  ସିଡ୍‌ ପେଗୁଲା ୩-୬, ୬-୪, ୬-୨ ସେଟ୍‌ରେ  ମର୍କେଟା ଭଣ୍ଡ୍ରୋସୋଭାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ପେଗୁଲାଙ୍କୁ ୧ଘଣ୍ଟା  ୫୨ମିନିଟ୍‌ ଲାଗିଥିଲା । ଷଷ୍ଠ ସିଡ୍‌ ମୀରା ଆନ୍ଦ୍ରିଭା  ମାତ୍ର ୭୮ମିନିଟ୍‌ ମଧ୍ୟରେ ୩୨ତମ ସିଡ୍‌ ୟୁଲିୟା  ପୁଟିନସେଭାଙ୍କୁ ୬-୩, ୬-୧ ସେଟ୍‌ରେ  ହରାଇଥିଲେ । ୧୭ତମ ସିଡ୍‌ ଡାରିଆ କାସାଟକିନା  ୬-୧, ୭-୫ ସେଟ୍‌ରେ ଦଶମ ସିଡ୍‌ ପାଓଲା  ବଡ଼ୋଶାଙ୍କୁ ପରାସ୍ତ କରିଥିବାବେଳେ ଫ୍ରାନ୍ସର  ଲୋଇସ ବୋଇସନ ଯୋଗ୍ୟତା ପର୍ଯ୍ୟାୟରୁ ବିଜୟ  ଜାରି ରଖି ପ୍ରଥମ ଥର ପାଇଁ ମୁଖ୍ୟ ଡ୍ର’ରେ  ପ୍ରବେଶ କରିବା ସହ ଚତୁର୍ଥ ରାଉଣ୍ଡରେ ପ୍ରବେଶ  କରିଥିଲେ । ସେ ଅନ୍ୟତମ ଫ୍ରାନ୍ସ ଖେଳାଳି ଏଲସା  ଜାକମୋଟଙ୍କୁ ୬-୩, ୦-୬, ୭-୫  ସେଟ୍‌ରେ ହରାଇଥିଲେ । ୨୦ତମ  ସିଡ୍‌ ଏକତାରିନା ଆଲେକଜାଣ୍ଡ୍ରୋଭା  ୬-୨, ୬-୨ ସେଟ୍‌ରେ ଭେରୋନିକା  କୁଦର୍ମେତୋଭାଙ୍କୁ ପରାସ୍ତ  କରିଥିବାବେଳେ ହେଲି ବାପଟାଇଜ  ୭-୬(୭-୪), ୬-୧ ସେଟ୍‌ରେ ଜେସିକା  ବୌଜାସ ମାନେରୋଙ୍କୁ ହରାଇ ଚତୁର୍ଥ ରାଉଣ୍ଡ୍‌ରେ  ସ୍ଥାନ ପକ୍କା କରିଥିଲେ । 

ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ତାରକା  ଖେଳାଳିଙ୍କ ଆଧିପତ୍ୟ ଜାରି ରହିଛି । ଟପ ସିଡ୍‌  ଜାନିକ ସିନରଙ୍କୁ ଜିତିବା ପାଇଁ ମାତ୍ର ଦେଢ଼ ଘଣ୍ଟା  ଲାଗିଥିଲା । ସେ ଜିରି ଲେହେକାଙ୍କୁ ୬-୦, ୬-୧,  ୬-୨ ସେଟ୍‌ରେ ପରାସ୍ତ କରିଥିଲେ । ସେହିପରି  ତୃତୀୟ ସିଡ୍‌ ଆଲେକଜାଣ୍ଡର ଭେରେଭ ୬-୨,  ୭-୬(୭-୪), ୬-୧ ସେଟ୍‌ରେ ଫାବିଆନ  କୋବିଲଙ୍କୁ ହରାଇଥିଲେ । ତାଙ୍କୁ ଏହି ମ୍ୟାଚ୍‌  ଜିତିବା ପାଇଁ ଅଢ଼େଇ ଘଣ୍ଟା ଲାଗିଥିଲା । ପଞ୍ଚମ  ସିଡ୍‌ ଜ୍ୟାକ୍‌ ଡ୍ରାପର ୧ଘଣ୍ଟା ୪୬ ମିନିଟ୍‌ ମଧ୍ୟରେ  ବ୍ରାଜିଲ୍‌ର ଯୁବ ତାରକା ଜୋଆଓ ଫୋନେସ୍କାଙ୍କୁ  ୬-୨, ୬-୪, ୬-୨ ସେଟ୍‌ରେ ହରାଇଥିଲେ । 

ଅନ୍ୟ ତୃତୀୟ ରାଉଣ୍ଡ ମୁକାବିଲାରେ  ଆଲେକଜାଣ୍ଡର ବବଲିକ୍‌ ୭-୫, ୬-୧,  ୬-୨ ସେଟ୍‌ରେ ହେନରିକ ରୋଚାଙ୍କୁ ପରାସ୍ତ  କରିଥିବାବେଳେ ଟାଲନ ଗ୍ରିକ୍ସପୋର ଏକ  ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଆମେରିକାର  ଇଥାନ କ୍ୱିନଙ୍କୁ ୪-୬, ୬-୧, ୬-୭(୨- ୭), ୬-୧, ୬-୪ ସେଟ୍‌ରେ ହରାଇଥିେ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.