ପ୍ରମୂଖ ଖବର
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ

Published By : Ankita S | May 31, 2025 2:57 PM

ନୂଆଦିଲ୍ଲୀ,୩୧/୦୫: ଜୁନ୍‌ ୧୧ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ କ୍ରିକେଟରେ କିଛି ନିୟମ ବଦଳିବାକୁ ଯାଉଛି । ଉଭୟ ଦିନକିଆ ଓ ଟେଷ୍ଟ ଫର୍ମାଟରେ ଲାଗୁ ହେବ ନୂଆ ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ଲେଇଙ୍ଗ-୧୧ରେ କିଛି ପରିବର୍ତ୍ତନ କରିବାକୁ ଯାଉଛି । ଆଇସିସି ତାର ସଦସ୍ୟଙ୍କୁ ପଠାଇଥିବା ଏକ ସନ୍ଦେଶରୁ କିଛି ଏମିତି ସିଗନାଲ ମିଳିଛି ।  ଜୁନ୍‌ରୁ ଟେଷ୍ଟ ମ୍ୟାଚ ଚୂଡାନ୍ତ ଏକାଦଶ ଏବଂ ହ୍ୱାଇଟ୍‌ବଲ କ୍ରିକେଟରେ ଜୁଲାଇରୁ ନୂଆ ରୁଲ୍‌ ଲାଗୁ ହେବ । ପ୍ଲେଇଙ୍ଗ-୧୧ ସ୍ଥିତିରେ ସବୁଠୁ ବଡ଼ ପରିବର୍ତ୍ତନ ଦିନିକିଆରେ ହେବାକୁ ଯାଉଛି ।

ନୂଆ ODI ବଲ୍ ରୁଲ- ୧ ରୁ ୩୪ ଓଭରରେ ଦୁଇଟି ନୂଆ ବଲ୍ ରହିବ ।  ୩୫ ତମ ଓଭର ପୂର୍ବରୁ ଫିଲ୍ଡି କରୁଥିବା ଟିମ୍‌ ଇନିଂସ ଶେଷ ଯାଏ ସେଥିରୁ ଗୋଟିଏକୁ ଚୟନ କରିବ । ଯେ ପର୍ଯ୍ୟନ୍ତ ବଲ୍ ଖେଳିବାକୁ ପାଇଁ ଅନୁପଯୁକ୍ତ ନ ହୋଇଛି ସେବେ ଯାଏ ବ୍ୟବହାର କରାଯିବ । ଯଦି ମ୍ୟାଚ ୨୫ ଓଭରର  କିମ୍ବା ତାଠୁ କମ୍‌ ହୁଏ ତେବେ ଦୁଇପକ୍ଷଙ୍କୁ କେବଳ ଗୋଟିଏ ନୂଆ ବଲ ଦିଆଯିବ । ଏହି ରୁଲ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ ପାଇଁ ଲାଗୁ ହେବ ।

୫ ବ୍ୟାକଅପ୍ ପ୍ଲେୟାର- ପ୍ରତି ମ୍ୟାଚ ପାଇଁ ଯାହା ବି ହେଲେ ଦଳ ୫ ବ୍ୟାକଅପ୍ ଅର୍ଥାତ ବିକଳ୍ପ ପ୍ଲେୟାର ରହିବେ । ସେମାନେ ଯଥାକ୍ରମେ ଜଣେ ୱିକେଟ କିପର, ଜଣେ ବ୍ୟାଟ୍ସମ୍ୟାନ, ଜଣେ ଫାଷ୍ଟ ବୋଲର ଓ ଜଣେ ସ୍ପିନର, ଜଣେ ଅଲରାଉଣ୍ଡର ରହିବେ । ଯଦି ସେମାନେ ଯଦି ଷ୍ଟାଣ୍ଡ ବାଏ ପ୍ଲେୟାର ଆହତ ହୁଅନ୍ତି ମ୍ୟାଚ ରେଫରୀ ପରିସ୍ଥିତି ଦେଖି ରିପ୍ଲେସମେଣ୍ଟ ଅନୁମତି ଦେବେ ।

ଅଧିକ ପଢନ୍ତୁ...ସେପ୍ଟେମ୍ବରରେ ଭାରତ ଆସିବ ଅଷ୍ଟ୍ରେଲିଆ ମହିଳା ଦଳ, ଖେଳିବ ୩ ଦିନିକିଆ ମ୍ୟାଚ୍

କେବେ ଲାଗୁ ହେବ ନୂଆ ରୁଲ- ମିଳିଥିବା ରିପୋର୍ଟ ଅନୁସାରେ ନୂଆ ନିୟମ ଡବ୍ଲୁଟିସି ପ୍ରଥମ ଟେଷ୍ଟ ମ୍ୟାଚରୁ ଲାଗୁ ହେବ । ଯାହା ଜୁନ୍‌ ୧୭ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶରେ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.